ପ୍ରେମରେ ଶୀଘ୍ର ତରଳି ଯାଆନ୍ତି ଏହି ପାଞ୍ଚଟି ରାଶିର ଲୋକ : ହୋଇଯାଆନ୍ତି ଭାବପ୍ରବଣ

Published By : Prameya-News7 Bureau | May 24, 2020 IST

ଭୁବନେଶ୍ୱର ୨୪/୦୫ : ପ୍ରେମ ସମ୍ପର୍କକୁ ନେଇ ସବୁ ମଣିଷଙ୍କ ସ୍ୱଭାବ ଭିନ୍ନ ଭିନ୍ନ ରହିଥାଏ | ଏହା ମଧ୍ୟ ଏକ ସ୍ୱାଭାବିକ କଥା | ଯେହେତୁ ସବୁ ମଣିଷଙ୍କ ସ୍ୱଭାବ ଭିନ୍ନ ଭିନ୍ନ ପ୍ରତ୍ୟେକ ମାମଲାରେ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ | କେହି କେହି ପ୍ରେମ ମାମଲାରେ ଭାବପ୍ରବଣ ହୋଇଥାନ୍ତି ତ କେହି କେହି କଠୋର ହୋଇଥାନ୍ତି | କେହି ଅତ୍ୟନ୍ତ ନରମ ଓ ଶାନ୍ତ ସ୍ଵଭାଵର ଥିବାବେଳେ ଆଉ କେହି ରାଗି ସ୍ୱଭାବର ଥାଆନ୍ତି | ଜ୍ୟୋତିଷଶାସ୍ତ୍ର ଅନୁସାରେ, ୫ଟି ରାଶିର ବ୍ୟକ୍ତି ବିଶେଷ ପ୍ରେମ ମାମଲାରେ ଅତ୍ୟନ୍ତ ଭାବପ୍ରବଣ ହୋଇଥାନ୍ତି | ଏମାନେ ଖୁବ ଶୀଘ୍ର ତରଳି ଯାଆନ୍ତି |

{"id":275473,"sizeSlug":"large"}

ଜାଣନ୍ତୁ ସେହି ୫ଟି ରାଶି କିଏ କିଏ

ମେଷ - ମେଷ ରାଶିର ବ୍ୟକ୍ତି ବିଶେଷ ବହୁତ ଉତ୍ସାହ ପ୍ରବଣ ହୋଇଥାନ୍ତି | ଏମାନଙ୍କ ମନରେ ଯାହା ବି ଥାଏ କହିଦିଅନ୍ତି | ମନରେ କୌଣସି କଥା ଲୁଚାନ୍ତିନି | ପ୍ରେମ ମାମଲାରେ ଏମାନଙ୍କ ଧୈର୍ଯ୍ୟ ନଥାଏ | ଯଦି ଏମାନଙ୍କୁ କିଏ ପ୍ରଥମ ଦେଖା ପସନ୍ଦ ଆସିଯାଏ ଏମାନେ ତାକୁ ହୃଦୟ ଦେଇ ବସନ୍ତି ଏବଂ ଏକ ତରଫା ପ୍ରେମ କରିବସନ୍ତି | ମଉକା ମିଳିଲେ ଏମାନେ ନିଜ ମନର ଭାବନାକୁ ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତିନି | ପ୍ରେମ ମାମଲାରେ ଏମାନେ ବିଶ୍ୱାସଯୋଗ୍ୟ ସାଥି ଅଟନ୍ତି | ଏମାନେ ସାଧାରଣତଃ ନିଜ ପ୍ରେମ ଉପରେ ଅଧିକାର ସାବ୍ୟସ୍ତ କରିଥାନ୍ତି |

{"id":275474,"width":576,"height":359,"sizeSlug":"large"}

କର୍କଟ - କର୍କଟ ରାଶିର ବ୍ୟକ୍ତି ବିଶେଷ ଭାବୁକ ସ୍ୱଭାବର ହୋଇଥାନ୍ତି | ଯଦି ଏମାନଙ୍କ ହୃଦୟକୁ କେହି ପସନ୍ଦ ଆସିଯାଏ ତାହେଲେ ଏମାନେ ତା ପାଇଁ ପାଗଳ ହୋଇଯାନ୍ତି | ଏମାନେ ଅଧିକାଂଶ ସମୟରେ ନିଜ ପ୍ରେମ ସମ୍ପର୍କରେ ଅର୍ଥାତ ଯିଏ ତାଙ୍କୁ ଭଲ ଲାଗିଥାଏ ତା ଭାବନାରେ ବୁଡି ରହନ୍ତି | କିନ୍ତୁ କର୍କଟ ରାଶି ବ୍ୟକ୍ତିଙ୍କ ମଧ୍ୟରେ ଗୋଟିଏ ଜିନିଷ ପ୍ରଶଂସନୀୟ ହୋଇଥାଏ | ଏମାନେ ଯାହାକୁ ବି ହେଲେ ମନେଇ ପାରନ୍ତି | ସେଥିପାଇଁ କେହି ଏମାନଙ୍କ ଉପରେ ଅଧିକ ସମୟ ଧରି ଅଭିମାନ କରି ପାରିନଥାଏ | ନିଜ ପ୍ରେମିକ/ପ୍ରେମିକା ସହ ଏମାନେ ଅତ୍ୟଧିକ ଭାବନାତ୍ମକ ଭାବେ ଜଡିତ ଥାଆନ୍ତି | ପ୍ରେମ ସମ୍ପର୍କ ଏମାନଙ୍କ ପାଇଁ ବହୁତ ମହତ୍ୱ ରଖେ |

{"id":275475,"width":573,"height":357,"sizeSlug":"large"}

ସିଂହ - ସିଂହ ରାଶି ବ୍ୟକ୍ତି ବିଶେଷ ଅଧିକାଂଶ ସମୟରେ ଏକ ତରଫା ପ୍ରେମରେ ପଡିଯାଆନ୍ତି | ପ୍ରେମ ସମ୍ପର୍କକୁ ନେଇ ଏମାନଙ୍କ ମଧ୍ୟରେ ଏକ ଜୁନୁନ ରହିଥାଏ | ପ୍ରେମ ପାଇଁ ଏମାନେ ସବୁ ସୀମା ଲଂଘି ଯାଆନ୍ତି | ଏମାନେ ସାଧାରଣତଃ କେବେ ପଛଘୁଞ୍ଚା ଦେଇନଥାନ୍ତି | ନିଜ ସାଥି ପ୍ରତି ଏମାନେ ଅତ୍ୟଧିକ ରୋମାଣ୍ଟିକ ଥାଆନ୍ତି | ଏହି ରାଶିର ବ୍ୟକ୍ତି ବିଶେଷ ଖୁବ ଶୀଘ୍ର ଲୋକଙ୍କ ମନ ଜିଣିଥାନ୍ତି |

{"id":275478,"width":581,"height":387,"sizeSlug":"large"}

ତୁଳା - ତୁଳା ରାଶିର ବ୍ୟକ୍ତି ବିଶେଷ ରୋମାଣ୍ଟିକ ହୋଇଥାନ୍ତି | ଯଦି ଏମାନଙ୍କୁ କିଏ ଭଲ ଲାଗିଯାଏ ତାହେଲେ ଏମାନେ ତାଙ୍କୁ ଭଲ ପାଇ ବସନ୍ତି | ମଉକା ପାଇଲେ ଏମାନେ ନିଜ ହୃଦୟ କଥା କହିଦେଇଥାନ୍ତି | ପ୍ରେମ ସମ୍ପର୍କ ମାମଲାରେ ଏମାନଙ୍କ ଧୈର୍ଯ୍ୟ ନଥାଏ | ବେଳେବେଳେ ଏମାନେ ପ୍ରେମ ମାମଲାରେ କାହାକୁ ମଧ୍ୟ ଖାତିର କରିନଥାନ୍ତି |

{"id":275477,"width":567,"height":377,"sizeSlug":"large"}

ମୀନ - ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ସ୍ଵଭାଵ ଅତ୍ୟନ୍ତ ରୋମାଣ୍ଟିକ ହୋଇଥାଏ | କିନ୍ତୁ ଏମାନେ ନିଜ ଭାବନାକୁ ଦେଖାନ୍ତି ନାହଁ, ମନ ଭିତରେ ଲୁଚାଇ ରଖନ୍ତି | ବଡ ଚତୁରତାର ସହ ଏମାନେ ନିଜ ପ୍ରେମର ଖୁଲାସା କରିଥାନ୍ତି | ଏମାନଙ୍କୁ ଯଦି କିଏ ପସନ୍ଦ ଆସିଯାଏ ତାହେଲେ ଏମାନେ ତାଙ୍କ ପ୍ରେମରେ ହଜି ଯାଆନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.