Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଲିଭରକୁ ସୁସ୍ଥ ଓ ମଜବୁତ ରଖିବା ପାଇଁ ଖାଦ୍ୟରେ ସାମିଲ୍ କରନ୍ତୁ ଏହି ୫ଟି ଜିନିଷ

17/05/2020 at 6:02 PM

ଭୁବନେଶ୍ୱର ୧୭/୦୫ : ଲିଭର ମନୁଷ୍ୟ ଶରୀରର ଏକ ମହତ୍ଵପୁର୍ଣ ଅଙ୍ଗ | ଏହା ଶରୀରରେ ଅନେକ କାର୍ଯ୍ୟ ସାଧନ କରିଥାଏ | ଲିଭର ସୁସ୍ଥ ରହିଲେ ଶରୀର ସୁସ୍ଥ ରହେ | ଲିଭର ସମସ୍ୟା ହେଲେ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ | ଲିଭର ଦୁର୍ବଳ ହୋଇଗଲେ ଶରୀରରେ ଅନେକ ରୋଗ ଉତ୍ପନ୍ନ କରିଥାଏ | ଲିଭର ଆମ ଶରୀରରେ ଆବଶ୍ୟକୀୟ ପୋଷଣ ତତ୍ୱକୁ ବିଭିନ୍ନ ଅଙ୍ଗକୁ ପଠାଇଥାଏ | ଲିଭରକୁ ସୁସ୍ଥ ରଖିବା ପାଇଁ ସୁଷମା ଖାଦ୍ୟ ନିହାତି ଆବଶ୍ୟକ |

ଅମୃତଭଣ୍ଡା – ଲିଭର ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ | ଅଧିକାଂଶ ସମୟରେ ଖରାପ ଖାଦ୍ୟ ଯୋଗୁଁ ଲିଭର ଦୁର୍ବଳ ହୋଇପଡେ | ଫଳରେ ମନୁଷ୍ୟ ବିଭିନ୍ନ ରୋଗରେ ପଡିଥାଏ | ଲିଭର ସୁସ୍ଥ ଏବଂ ମଜବୁତ ରଖିବା ପାଇଁ ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ | ଅମୃତଭଣ୍ଡା ଶରୀର ପକ୍ଷେ ଅତ୍ୟନ୍ତ ଲାଭଦାୟୀ | ଅମୃତଭଣ୍ଡାର ଅନେକ ଗୁଣ ରହିଛି | ଅମୃତଭଣ୍ଡା ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ | ଅମୃତଭଣ୍ଡା ଶରୀରକୁ ହାଇଡ୍ରେଟ ରଖିବା ସହ ଅନେକ ଆବଶ୍ୟକୀୟ ପୋଷାକ ତତ୍ୱ ଯୋଗାଇଥାଏ | ଏହାକୁ ଜୁସ କରି ମଧ୍ୟ ପିଇପାରିବେ |

ହଳଦୀ – ହଳଦୀରେ ଅଣ୍ଟିଆକ୍ସିଡେଣ୍ଟ ରହିଛି | ହଳଦୀ ଶରୀରକୁ ଅନ୍ୟ ରୋଗରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ | ହଳଦୀ ପ୍ରତିରୋଧକ କ୍ଷମତା ବହୁତ ବେଶୀ | ଲିଭରକୁ ସୁସ୍ଥ ରଖିବାରେ ଏବଂ ତାର କାର୍ଯ୍ୟ ପ୍ରଣାଳୀକୁ ସୁଚାରୁ ରୂପେ ସଂଚାଳନ କରିବାରେ ହଳଦୀ ଲାଭଦାୟୀ ପ୍ରମାଣିତ ହୋଇଥାଏ | ଲିଭରକୁ ସୁସ୍ଥ ରଖିବା ପାଇଁ କ୍ଷୀରରେ ମଧ୍ୟ ହଳଦୀ ମିଶାଇ ପିଇପାରିବେ |

ଅଁଳା – ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଅଁଳା ଲିଭର ପାଇଁ ବହୁତ ଲାଭଦାୟୀ | ଅଁଳା ସେବନ ଦ୍ୱାରା ଶରୀରକୁ ଅନେକ ଲାଭ ହୋଇଥାଏ | ଅଁଳା ସେବନ ଦ୍ୱାରା ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ | ତା’ଛଡା ତ୍ୱଚା ମଧ୍ୟ ମସୃଣ ହୋଇଥାଏ | କେଶ ପାଇଁ ମଧ୍ୟ ଅଁଳା ଅତ୍ୟନ୍ତ ଲାଭଦାୟୀ | ଲିଭରକୁ ସୁସ୍ଥ ରଖିବା ପାଇଁ ଦିନକୁ ଅତିକମରେ ଗୋଟିଏ ଅଁଳା ଖାଇବା ଉଚିତ |

ପାଳଙ୍ଗ ଶାଗ – ପାଳଙ୍ଗ ଶାଗରେ ପ୍ରଚୁର ପରିମାଣର ଫାଇବର ରହିଛି | ପାଳଙ୍ଗ ଶାଗରେ ଅଧିକ ମାତ୍ରାରେ ଭିଟାମିନ ସି ରହିଛି | ଶରୀରର ପ୍ରତିରୋଧକ କ୍ଷମତାକୁ ମଜବୁତ ରଖିବା ସହ ଲିଭରକୁ ମଧ୍ୟ ସୁସ୍ଥ ରଖିଥାଏ | ପ୍ରତିଦିନ ପାଳଙ୍ଗ ଜୁସ ପିଇଲେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ ପ୍ରମାଣିତ ହୋଇଥାଏ | ପାଳଙ୍ଗ ଶାଗ ନାନା ବ୍ୟାକ୍ଟେରିଆ ଓ ଭାଇରସ ସହ ଲଢ଼ିବାରେ ମଧ୍ୟ ସହାୟକ ହୋଇଥାଏ | ଏହାଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ ଏବଂ ହାଡ ମଧ୍ୟ ମଜବୁତ ହୋଇଥାଏ |

ରସୁଣ – ରସୁଣରେ ଅଣ୍ଟିଆକ୍ସିଡେଣ୍ଟ ରହିଛି ଯାହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକୀୟ | ଲିଭରକୁ ମଜବୁତ ରଖିବା ପାଇଁ ରସୁଣ ସକ୍ରିୟ ରୂପେ କାମ କରିଥାଏ | ରସୁଣ ଶରୀରରେ ରକ୍ତ ସଫା ରଖିବା ସହ ଥଣ୍ଡା, କାଶରୁ ରକ୍ଷା କରିଥାଏ | ରସୁଣ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ | ରସୁଣ ସେବନ ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହେ | ରସୁଣକୁ ଯେକୌଣସି ପ୍ରକାରେ ସେବନ କରାଯାଇପାରେ |

   Related Posts