Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଏହି ୫ଟି ବଜେଟ୍‌କୁ ଆଜି ବି ଦେଶବାସୀ ମନେ ରଖିଛନ୍ତି…

1/02/2020 at 8:49 AM

ନୂଆଦିଲ୍ଲୀ୧/୨: ପ୍ରତିବର୍ଷ ସଂସଦରେ ବଜେଟ୍‌ ଉପସ୍ଥାପନ ହୋଇଥାଏ। ଫେବୃଆରୀ ୧ ତାରିଖ ଅର୍ଥାତ ଆଜି ଗୃହରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୦-୨୧ର ବଜେଟ୍‌ ଉପସ୍ଥାପନା କରିବେ। ଯଦି ବଜେଟ୍‌ କଥା ଆସେ ତେବେ ଦେଶର ୫ଟି ବଜେଟ୍ ଅଧିବେଶନକୁ ଦେଶବାସୀ ମନେ ରଖିଛନ୍ତି। ଏହି ବଜେଟ୍‌ ଗୁଡିକୁ କଳା ବଜେଟ୍‌, ସ୍ବପ୍ନ ବଜେଟ୍ ଓ ରୋଲ ବ୍ୟାକ୍‌ ବଜେଟ୍ ନାମରେ ବି ଲୋକମାନେ ଜାଣିଛନ୍ତି।

୧୯୯୧ ମସିହାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନମୋହନ ସିଂହ ଗୃହରେ ପେଶ୍ କରିଥିବା ବଜେଟ୍‌କୁ ଦେଶବାସୀ ଭଲଭାବେ ମନେ ରଖିଛନ୍ତି। ଭାରତରେ ବିଦେଶୀ କମ୍ପାନୀ ବ୍ୟବସାୟ କରିବା ପାଇଁ ମନମୋହନ ସିଂହ ଅନୁମତି ଦେଇଥିଲେ। ସେହି ସମୟରେ ଦେଶରେ ଉଦାରୀକରଣ ଆରମ୍ଭ ହୋଇ ଯାଇଥିଲା। ଭାରତୀୟ କମ୍ପାନୀ ମଧ୍ୟ ବିଦେଶରେ ନିଜର ବ୍ୟବସାୟ ଆରମ୍ଭ କରିଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନମୋହନ ସିଂହ କଷ୍ଟମ୍ ଡ୍ୟୁଟିକୁ ୨୨୦ ପ୍ରତିଶତ ହଟାଇ ୧୫୦ ପ୍ରତିଶତ କରି ଦେଇଥିଲେ। ଏହି ବଜେଟ୍‌ର ଦୁଇ ଦଶକ ପରେ ଭାରତ ଜିଡିପିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।

ଆର୍ଥିକ ବର୍ଷ ୧୯୭୩-୭୪ରେ ତତ୍କାଳୀନ ଅର୍ଥମନ୍ତ୍ରୀ ୟଶବନ୍ତରାଓ ଚୋଭାନ ଉପସ୍ଥାପନ କରିଥିବା ବଜେଟ୍‌କୁ କଳା ବଜେଟ୍ ବୋଲି କୁହାଯାଏ। ଏଥିପାଇଁ କୁହାଯାଏ କି ସେହି ସମୟରେ ୫୫୦ କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିଲା। ଯାହାକି ଦେଶରେ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ଏପରି କି ଚୋଭାନ ୫୬ କୋଟି କୋଇଲା ଖଣି, ବୀମା କମ୍ପାନୀ ଓ ଇଣ୍ଡିଆନ୍‌ କପର କର୍ପୋରେସନକୁ ରାଷ୍ଟ୍ରୀୟକରଣ କରିଥିଲେ।

୧୯୯୭ ମସିହାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ଗୃହରେ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍‌କୁ ସ୍ବପ୍ନ ବଜେଟ୍ ବୋଲି କୁହାଯାଏ। ଏହି ବଜେଟ୍‌ରେ ଅର୍ଥମନ୍ତ୍ରୀ ଆୟକର ଓ କମ୍ପାନୀ ଟ୍ୟାକ୍ସ ଛାଡ଼ କରି ଦେଇଥିଲେ। ଆୟକରର ରେଟ୍‌ ୪୦ରୁ ୩୦ ପ୍ରତିଶତକୁ ଅଣା ଯାଇଥିଲା।

୨୦୦୦ ମସିହାରେ ୟଶବନ୍ତ ସିହ୍ନା ଗୃହରେ ମିଲିନିୟମ ବଜେଟ୍‌ ଉପସ୍ଥାପନ କରିଥିଲେ। ଏହି ବଜେଟ୍‌ରେ ଆଇଟି କମ୍ପାନୀଗୁଡିକୁ ବହୁତ ଗୁରୁତ୍ବ ଦିଆଯାଇଥିଲା। ୨୧ଟି electronics ଜିନିଷ ଉପରେ କଷ୍ଟମ ଡ୍ୟୁଟି କମ୍ କରି ଦିଆଯାଇଥିଲା।

୨୦୦୨ ମସିହାରେ ୟଶବନ୍ତ ସିହ୍ନା ପୁଣି ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍‌କୁ ରୋଲବ୍ୟାକ୍‌ ବଜେଟ୍ ନାମରେ ଦେଶବାସୀ ଜାଣିଛନ୍ତି। ଏହି ବଜେଟ୍‌ରେ ସର୍ଭିସ୍‌ ଟ୍ୟାକ୍ସ ଓ ରୋଷେଇ ସିଲିଣ୍ଡର ଦାମକୁ ବୃଦ୍ଧି କରି ଦିଆଯାଇଥିଲା। ବିରୋଧୀ ଓ ସାଧାରଣ ଜନତାଙ୍କ ବିରୋଧରେ ପରେ ପୁଣି ନିୟମରେ ପରିବର୍ତ୍ତନ ହୋଇଥିଲା।

   Related Posts