ସମସ୍ତଙ୍କୁ ଅଲବିଦା କହିଗଲେ ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ : କିନ୍ତୁ ଛାଡ଼ି ଦେଇଗଲେ ଅନେକ ଅଧୁରା ଫିଲ୍ମ

Published By : Prameya-News7 Bureau | June 15, 2020 IST

ମୁମ୍ବାଇ ୧୫/୬: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ହୋଇଯାଇଛି। ଅଭିନେତା ଆତ୍ମହତ୍ୟା କରି ନୀଜ ଜୀବନ ହାରିଛନ୍ତି। ବଲିଉଡ ପାଇଁ ବହୁତ ବଡ଼ କ୍ଷତି ହୋଇଛି। ସୁଶାନ୍ତ ବହୁତ କମ୍ ସମୟ ମଧ୍ୟରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ସେ ଅନେକ ଦମଦାର୍ ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଆକର୍ଷିତ କରିଥିଲେ। କିନ୍ତୁ ଏବେ ସେ ଚାଲିଯିବା ପରେ ବଡ଼ ପରଦାରେ ତାଙ୍କ ଅଭିନୟର ଯାଦୁ ଆଉ ଦେଖିବାକୁ ମିଳିବ ନାହିଁ।

{"id":286446,"sizeSlug":"large"}

ସୁଶାନ୍ତ ସିଂହ ରାଜପୁତ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି,କିନ୍ତୁ ତାଙ୍କର ଏପରି କିଛି ଫିଲ୍ମ ରହିଛି ଯାହା ଅଧୁରା ରହିଗଲା। ସେ ଏହି ଫିଲ୍ମ ଗୁଡ଼ିକ ପୂରା କରିପାରିଲେ ନାହିଁ। ଆସନ୍ତୁ ଜାଣିବା ତାଙ୍କର ଏହି ଫିଲ୍ମ ଗୁଡ଼ିକ ବିଷୟରେ

{"id":286447,"width":591,"height":355,"sizeSlug":"large"}

୧.ରାଇଫଲମ୍ୟାନ୍ : ସୁଶାନ୍ତ ସିଂହ ରାଜପୁତ ଫିଲ୍ମ ରାଇଫଲମ୍ୟାନରେ କାମ କରିଥାନ୍ତେ। ସେ ଗତ ବର୍ଷ ଜାନୁୟାରୀ ୧୫ତାରିଖରେ ସୋସିଆଲ୍ ମିଡିଆରେ ଏହି ଫିଲ୍ମର ଘୋଷଣା କରିଥିଲେ। ଏହି ଫିଲ୍ମ ୧୯୬୨ମସିହା ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧ ଉପରେ ଆଧାରିତ ଥିଲା। ଫିଲ୍ମରେ ସୁଶାନ୍ତ ରାଜପୁତ ମହାବୀର ଚକ୍ର ବିଜେତା ଜସଓ୍ବନ୍ତ ସିଂହଙ୍କ ଭୂମିକାରେ ଅଭିନୟ କରିବାର ଥିଲା।

{"id":286449,"sizeSlug":"large"}

୨. ଏମରଜେନ୍ସ : ସୁଶାନ୍ତ ସିଂହ ରାଜପୁତ,ଆନନ୍ଦ ଗାନ୍ଧୀଙ୍କ ଫିଲ୍ମ ଏମରଜେନ୍ସରେ ମଧ୍ୟ ନଜର ଆସିଥାନ୍ତେ। ତାଙ୍କୁ ଏହି ଫିଲ୍ମ ପାଇଁ ସାଇନ୍ କରି ଦିଆଯାଇଥିଲା। ସୁଶାନ୍ତଙ୍କ ପୂର୍ବରୁ ଏହି ଫିଲ୍ମରେ ଇରଫାନ୍ ଖାନଙ୍କୁ କାଷ୍ଟ କରାଯାଇଥିଲା। କିନ୍ତୁ ପରେ ଯେତେବେଳେ ଇରଫାନ୍ ଖାନଙ୍କ ପରଲୋକ ହୋଇଯାଇଥିଲା ସେତେବେଳେ ଏହି ଫିଲ୍ମ ସୁଶାନ୍ତଙ୍କ ପାଖକୁ ଆସିଥିଲା। କିନ୍ତୁ ଏବେ ସୁଶାନ୍ତ ମଧ୍ୟ ରହିଲେ ନାହିଁ। ଏହି ଫିଲ୍ମ ଏକ ମହାମାରୀ ଉପରେ ନିର୍ମାଣ କରାଯାଉଥିଲା।

{"id":286450,"sizeSlug":"large"}

୩. ୧୨ ଏପିସୋଡ ସିରିଜ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ସବୁବେଳେ କିଛି ନୂଆ କରିବାକୁ ଉଦ୍ୟମ କରୁଥିଲେ। ସେ ୨୦୧୮ମସିହାରେ ଇନସେଇ ଭେଞ୍ଚର୍ସଙ୍କ ସହ ହାତ ମିଳାଇଥିଲେ। ସେ ଇନସେଇ ଭେଞ୍ଚର୍ସର ଫାଉଣ୍ଡରଙ୍କ ସହ ମିଶି ୧୨ଏପିସୋଡ ସିରିଜ ନିର୍ମାଣ କରିବାକୁ ଯାଉଥିଲେ। ସୁଶାନ୍ତ ଏହି ସିରିଜରେ ଏପିଜେ ଅବଦୁଲ୍ କଲାମଙ୍କଠୁ ଆରମ୍ଭ କରି ଚାଣକ୍ୟ ଯାଏଁ ଅନେକ ଭୂମିକାରେ ଅଭିନୟ କରିଥାନ୍ତେ।

{"id":286451,"width":590,"height":332,"sizeSlug":"large"}

୪.ପାନି : ଶୁଣାଯାଉଥିଲା ଯେ ଶେଖର କପୁର ନିଜ ଫିଲ୍ମ ପାନି ପାଇଁ ସୁଶାନ୍ତ ସିଂହ ରାଜପୁତଙ୍କୁ କାଷ୍ଟ୍ କରିଥିଲେ। ଫିଲ୍ମର ଅଧା କାମ ସରିଥିଲା। ସୁଶାନ୍ତଙ୍କ ନାଁ ମଧ୍ୟ ଫାଇନାଲ୍ ହୋଇ ସାରିଥିଲା। କିନ୍ତୁ ଶେଷରେ କିଛି କାରଣବଶତଃ ୟଶରାଜ ଫିଲ୍ମସ୍ ଏହି ପ୍ରୋଜେକ୍ଟକୁ ରୋକି ଦେଇଥିଲେ ଏବଂ ଏହି ଫିଲ୍ମ ବଡ଼ ପରଦାରେ ରିଲିଜ ହୋଇପାରିନଥିଲା।

{"id":286452,"sizeSlug":"large"}

୫. ଦିଲ ବେଚାରା : ଦିଲ ବେଚାରା ଏକ ଏପରି ଫିଲ୍ମ ଯାହା ନିର୍ମାଣ ସରି ପ୍ରସ୍ତୁତ ରହିଛି ଏବଂ ବଡ଼ ପରଦାରେ ରିଲିଜ ମଧ୍ୟ ହେବାକୁ ଥିଲା। କିନ୍ତୁ କରୋନା ଭାଇରସ୍ ଲକଡାଉନ୍ ଯୋଗୁଁ ଏହି ଫିଲ୍ମ ରିଲିଜ ହୋଇପାରିନଥିଲା। ଏବେ ମୁକେଶ ଛାବ୍ରାଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି। ଫିଲ୍ମରେ ସୁଶାନ୍ତଙ୍କ ସହ ସଞ୍ଜନା ସାଙ୍ଘୀ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.