ଅଗଷ୍ଟ ମାସରେ ବହୁ ପର୍ବ ପର୍ବାଣି ଏବଂ ଉତ୍ସବ, ଜାଣନ୍ତୁ କେଉଁ ଦିନ କଣ...

Published By : Prameya-News7 Bureau | August 04, 2019 IST

ବର୍ଷକ ବାର ମାସ, ଏହି ମାସଗୁଡିକରେ ବିଭିନ୍ନ ବ୍ରତ,ଓଷା, ଯାନିଯାତ୍ରା ପଡ଼ିଥାଏ। ତେଣୁ ପରମ୍ପରା ଅନୁସାରେ ସବୁ ବ୍ରତ ଓ ପର୍ବପର୍ବାଣୀ ପାଳନ କରାଯାଇଥାଏ। ଚଳିତ ଅଗଷ୍ଟ ମାସରେ ବିଭିନ୍ନ ପ୍ରକାର ବ୍ରତ ଓ ପର୍ବପର୍ବାଣୀ ପଡିବ। ଆସନ୍ତୁ ଜାଣିବା କେବେ କେଉଁ ପର୍ବ..

୧- ରବିବାର, ଅଗଷ୍ଟ ୪ ତାରିଖରେ ବିନାୟକ ଚତୁର୍ଥୀ

ଏହି ଦିନ​‌ରେ ପ୍ରଭୁ ଗଣେଶଙ୍କ ପାଇଁ ବ୍ରତ ରଖାଯାଇଥାଏ। ସନ୍ଧ୍ୟା ସମୟରେ ପରିବାର ବର୍ଗ ଏକାଠି ହୋଇ ବିଦ୍ୟାଦାତା ଗଣେଶଙ୍କୁ ପୂଜା କରାଯାଇଥାଏ।ପାଠ ପଢ଼ୁଥିବା ପିଲାମାନେ ସନ୍ଧ୍ୟାରେ ଗଣେଷଙ୍କ ମନ୍ତ୍ର ଜପ କରିବା ଉଚିତ୍।ଆଜି ଶ୍ରୀଗଣେଶଙ୍କୁ ଦୁର୍ବାଦଳ ଅର୍ପଣ କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି ।

୨- ସୋମବାର, ଅଗଷ୍ଟ ୫ ତାରିଖରେ ନାଗ ପଞ୍ଚମୀ

ଏହି ଦିନରେ ପ୍ରଭୁ ଶିବଙ୍କୁ ପୂଜା କରାଯାଇଥାଏ। ଶିବଙ୍କ କୃପା ଲଭିବା ପାଇଁ ତାଙ୍କ ବ୍ରତ ପାଳନ କରାଯାଇଥାଏ। ସକାଳୁ ସ୍ନାନକରି ପ୍ରଭୁ ଭୋଲେନାଥ କିମ୍ବା ନାଗଦେବତାଙ୍କ ଚରଣରେ କ୍ଷୀର ଅର୍ପଣ କରାଯାଇଥାଏ।ବାବାଙ୍କ ପାଖରେ ଲାଗିଥିବା କ୍ଷୀରକୁ ପ୍ରସାଦ ଭାବେ ସମସ୍ତଙ୍କୁ ଦିଆଯାଇଥାଏ। ଏହି ଦିନରେ ଆମିଶ, ତେଲ ଓ ଲୁଣ ଖାଇବା ଉଚିତ୍ ନୁହେଁ।ନାଗ ପଞ୍ଚମୀରେ ନାଗ ଦେବତାଙ୍କୁ ପୂଜାକଲେ କୁଣ୍ଡଳୀରେ ରହିଥିବା କାଳ ସର୍ପ ଦୋଷ ଦୂର ହୋଇଥାେ ବୋଲି ବିଶ୍ବାସ ରହିଛି ।

୩- ରବିବାର, ଅଗଷ୍ଟ ୧୧ ତାରିଖରେ ପୁତ୍ରଦା ଏକାଦଶୀ

ଏହି ଦିନଟି ମହିଳାମାନଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଦିନ। ପୁତ୍ରଦା ଏକାଦଶୀ ମାଆମାନେ ପୁତ୍ରମାନଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳନ କରିଥାନ୍ତି।ବିଭିନ୍ନ ପ୍ରକାର ସୁଗନ୍ଧ ପୂଜା ସାମଗ୍ରୀ ଓ ଫଳମୂଳ ନେଇ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରିଥାନ୍ତି। ମହିଳାମାନେ ପୁତ୍ରମାନଙ୍କ ମଙ୍ଗଳ କାମନା କରି ଶ୍ରୀକୃଷ୍ଣଙ୍କ ବ୍ରତ ପାଳନ କରିଥାନ୍ତି।

୪- ସୋମବାର, ଅଗଷ୍ଟ ୧୨ ତାରିଖରେ  ପ୍ରଦୋଷ

ଶ୍ରାବଣ ମାସର ୪ର୍ଥ ସୋମବାର । ଏହି ଦିନରେ ପ୍ରଭୁ ଶିବଙ୍କୁ ପୂଜା କରାଯାଇଥାଏ। ବାବା ଭୋଲେନାଥଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କୁ ଜଳ ଓ କ୍ଷୀରରେ ଅଭିଷେକ କରାଯାଇଥାଏ। ଏହି ଦିନରେ ପ୍ରଭୁ ଶିବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।

୫- ଗୁରୁବାର, ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ଦିବସ,  ରକ୍ଷା ବନ୍ଧନ, ଗହ୍ମା ପୂର୍ଣ୍ଣିମା ଓ ବଳରାମ ଜନ୍ମ

ଏହି ଦିନଟି ଶ୍ରାବଣ ମାସର ଶେଷ ଦିନ।ଶ୍ରାବଣ ମାସ ଶେଷ ଦିନରେ ପୂର୍ଣ୍ଣିମା ପଡ଼ିଥାଏ। ଏଥିସହ ରକ୍ଷା ବନ୍ଧନ ବି ଏହି ଦିନରେ ପଡିଥାଏ। ଭାଇ ଓ ଭଉଣୀଙ୍କ ପବିତ୍ର ସଂପର୍କ ପାଇଁ ଏହି ଦିନଟି ବେଶ୍ ଗୁରୁତ୍ବ ରଖେ। ​‌ରକ୍ଷା ବନ୍ଧନରେ ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧି ବା ସହ ଭାଇର ମଙ୍ଗଳ କାମନା କରିଥାଏ। ସ୍ନେହରେ ଭାଇ ରାକ୍ଷୀ ବଦଳରେ ଭଉଣୀକୁ ଉପହାର ଦେଇଥାଏ। ରକ୍ଷା ବନ୍ଧନର ଓଡ଼ିଆ ଜାତିର ,ଏକ ମହାନ ପର୍ବ । ଏହି ପର୍ବରେ ଘରେ ଘରେ ପିଠାପଣା ହୋଇଥାଏ । ଏହି ଦିନ ମଧ୍ୟ ବଳରାମଙ୍କ ଜନ୍ମଦିନ ହୋଇଥିବାରୁ ଚାଷୀ ଘରେ ହଳ, ଲଙ୍ଗଳ ପୂଜା କରାଯିବାର ପରଂପରା ରହିଛି । ବିଶେଷ କରି ଏହି ଦିନ ଗୋମାତା ଓ ବଳଦଙ୍କୁ ମଧ୍ୟ ବିଶେଷ ପୂଜା କରାଯାଏ ।ସେହିଭଳି ଚଲିତ ବର୍ଷ ଅଗଷ୍ଟ ୧୫ତାରିଖରେ ଏହି ସବୁ ପର୍ବ ପଡୁଥିବାବେଳେ ୍ଗଷ୍ଟ ୧୫ ହେଉଛି ସ୍ବାଧୀନତା ଦିବସ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ

୬- ଶନିବାର, ଅଗଷ୍ଟ ୨୪ ତରିଖରେ ଜନ୍ମାଷ୍ଟମୀ

ଏହି ପବିତ୍ର ଦିନରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ। ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଇଥାଏ। ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ମନ୍ଦିରରେ ଭିଡ ଲାଗି ରହିଥାଏ।

୭- ସୋମବାର, ଅଗଷ୍ଟ ୨୬ ତାରିଖରେ ଏକାଦଶୀ

ଏହି ଦିନରେ ଭଗବାନ ଶିବଙ୍କୁ ପୂଜା କରିଥାନ୍ତି। ​‌ସକାଳୁ ସ୍ନାନକରି ଶିବଙ୍କ ମନ୍ଦିରକୁ ଯାଇଥାନ୍ତି। ଏକାଦଶୀରେ ପରିବାର ଟମାଟ ,କୋବି, ସାଗ ଖାଇବା ଉଚିତ୍ ନୁହେଁ। ଶିବଙ୍କ ଭକ୍ତମାନେ ଏକାଦଶୀରେ ବ୍ରତପାଳନ କରିବା ଜଳ ମଧ୍ୟ ଆହାର କରିନଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.