ଏହି ଲୋକପ୍ରିୟ ଷ୍ଟାରମାନେ ନିଜ ନାଁ ପଛରେ ଲଗାନ୍ତି ନାହିଁ ସରନେମ୍ : ଜାଣନ୍ତୁ କ’ଣ ତାଙ୍କର ଅସଲ ନାଁ

Published By : Prameya-News7 Bureau | April 12, 2019 IST

ମୁମ୍ବାଇ ୧୨/୪: ବଲିଉଡରେ ଏପରି କେତେକ ସରନେମ୍ ରହିଛି ଯାହା ଅତ୍ୟନ୍ତ ଲୋକପ୍ରିୟ। ଯେପରିକି ଖାନ୍ କିମ୍ବା କପୁର । କିନ୍ତୁ ଆମେ ଆଜି କହିବା ଏପରି କେତେକ ବଲିଉଡ କଳାକାରଙ୍କ ବିଷୟରେ ଯେଉଁମାନେ ନିଜ ନାଁ ପଛରେ କେବେ ସରନେମ୍ ଲଗାଇନାହାନ୍ତି। ତେବେ ଆସନ୍ତୁ ଜାଣିବା ଏହି ବଲିଉଡ କଳାକାରଙ୍କ ବିଷୟରେ

{"id":102636,"width":594,"height":446}

୧.ଧର୍ମେନ୍ଦ୍ର: ଧର୍ମେନ୍ଦ୍ରଙ୍କୁ ଲୋକେ ବଲିଉଡର ମୈନ୍ ବୋଲି ମଧ୍ୟ ସମ୍ବୋଧନ କରିଥାଆନ୍ତି। ଧର୍ମେନ୍ଦ୍ର ନିଜ ସମୟରେ ସୁପରଷ୍ଟାର ରହି ଆସିଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଧର୍ମେନ୍ଦ୍ର କେବେ ତାଙ୍କ ନାଁ ପଛରେ ସରନେମ୍ ଲଗାଇ ନାହାନ୍ତି। ଧର୍ମେନ୍ଦ୍ରଙ୍କ ପୂରା ନାଁ ଧରମ ସିଂହ ଦେଓଲ।

{"id":102638,"width":594,"height":395}

୨.ତବ୍ବୁ:ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନିଜର ଅଭିନୟ ବଳରେ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତବ୍ବୁ ଦୀର୍ଘ ଦିନରୁ ବଲିଉଡରେ କାମ କରି ଆସୁଛନ୍ତି । ଆଜି ବି ତାଙ୍କ ପାଖରେ ଫିଲ୍ମର ଅଭାବ ନାହିଁ। ତାଙ୍କ ପୂରା ବହୁତ କମ୍ ଲୋକ ଜାଣିଛନ୍ତି। ତବ୍ବୁଙ୍କ ପୂରା ନାଁ ତବସୁମ ହାସମୀ।

{"id":102641,"width":597,"height":457}

୩.ଗୋବିନ୍ଦା: ଗୋବିନ୍ଦା ନିଜ ସମୟରେ ବଲିଉଡର ଏକ ଏପରି ଅଭିନେତା ଥିଲେ ଯାହା ନାଁରୁ ହିଁ ଫିଲ୍ମ ସୁପରହିଟ୍ ହୋଇ ଯାଉଥିଲା। ତାଙ୍କ ହାସ୍ୟ ଅଭିନୟ ପାଇଁ ହିଁ ତାଙ୍କ ଫିଲ୍ମ ଅଧିକ ପ୍ରସିଦ୍ଧ ଥିଲା,କିନ୍ତୁ ଏବେ ଗୋବିନ୍ଦା ବହୁତ କମ୍ ଫିଲ୍ମରେ ନଜର ଆସୁଛନ୍ତି। ଗୋବିନ୍ଦା କେବେ ନିଜ ନାଁ ପଛରେ ସରନେମ୍ ଲଗାନ୍ତି ନାହିଁ। ତାଙ୍କ ପୂରା ନାଁ ଗୋବିନ୍ଦ ଅରୁଣ ଆହୁଜା।

{"id":102642,"width":593,"height":474}

୪.କାଜୋଲ:ବଲିଉଡର ଚୁଲବୁଲି ଅଭିନେତ୍ରୀ କାଜୋଲଙ୍କ ପରିଚୟ ଦେବାର ଆବଶ୍ୟକତା ନାହିଁ। ତାଙ୍କ ଅଭିନୟ ବଳରେ ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। କାଜୋଲଙ୍କ ପୂରା ନାଁ କାଜୋଲ ମୁଖାର୍ଜୀ। ଯାହା ବହୁତ କମ୍ ଲୋକ ଜାଣିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.