ଜୁଲାଇ ୧ତାରିଖରୁ ବନ୍ଦ ହୋଇଯିବ ଏହି ୫ଟି ସୁବିଧା : ଖର୍ଚ୍ଚ ଉପରେ ଲାଗିବନି ରୋକ

Published By : Prameya-News7 Bureau | June 30, 2020 IST

ନୂଆଦିଲ୍ଲୀ ୩୦/୬: ନୂଆ ମାସ ଅର୍ଥାତ୍ ଜୁଲାଇ ୧ରୁ ଅନେକ ନିୟମ ବଦଳିଯିବ। ଏହି ପରିବର୍ତ୍ତନ ପରେ ସାଧାରଣ ଲୋକଙ୍କୁ ମିଳୁଥିବା ସୁବିଧା କମିଯିବ ଏବଂ ଖର୍ଚ୍ଚ ବଢ଼ିଯିବ। ଆସନ୍ତୁ ଜାଣିବା ଏହା ବିଷୟରେଯଦି ଆପଣ ଅଟଳ ପେନସନ ଯୋଜନା ସହ ଜଡ଼ିତ ତେବେ ଆପଣଙ୍କ କିସ୍ତି ଉପରେ ମିଳିଥିବା ସମୟର ଅବଧି ସରିଯାଇଛି। କରୋନା ସଙ୍କଟ ଯୋଗୁଁ ସରକାର ଅପ୍ରେଲ୍ ମାସରେ ଅଟୋ ଡେବିଟର ସୁବିଧାକୁ ରୋକି ଦେଇଥିଲା। ଏପରି ପରିସ୍ଥିତିରେ ଲୋକଙ୍କ ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ କଟୁ ନଥିଲା। ଏବେ ଏହି ସୁବିଧାର ମିଆଦୀ ପୂରା ହେବା ଯୋଗୁଁ ପୁଣି ଥରେ ଅଟୋ ଡେବିଟ୍ ଜରିଆରେ କିସ୍ତିରେ କାଟ ହେବ।

କରୋନା ସଙ୍କଟ​ରେ କ୍ୟାସର ସମସ୍ୟା ଦୂର କରିବା ପାଇଁ ସରକାର ଗୋଟିଏ ନିୟମ ପରିବର୍ତ୍ତନ କରିଥିଲା। ଏହି ପରିବର୍ତ୍ତନ ହିସାବରେ କୌଣସି ଉପଭୋକ୍ତା ନିଜ ଇପିଏଫ ଖାତାରେ ୭୫ପ୍ରତିଶତ ରାଶି କିମ୍ବା ୩ମାସର ବେସିକ୍ ସାଲାରୀରେ ଯାହା କମ୍ ହେବ ସେତିକି ରାଶି ଉଠାଇ ପାରିବେ। କ୍ଳେମ୍ କଲେ ଆକାଉଣ୍ଟରେ ୩ଦିନ ମଧ୍ୟରେ ଟଙ୍କା ଆସି ଯାଉଥିଲା। ଏହି ସୁବିଧା କେବଳ ୩ମାସ ପାଇଁ ଥିଲା। ଅର୍ଥାତ୍ ଏହାର ଅବଧି ଜୁନ୍ ୩୦ରେ ସରିଯିବ। ଏବେ ଜୁଲାଇ ୧ତାରିଖରୁ ଏହି ସୁବିଧା ଜରିଆରେ ଆପ୍ଲାଇ କରାଯାଇ ପାରିବ ନାହିଁ।

ଗତ ମାର୍ଚ୍ଚ ମାସରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଆଗାମୀ ୩ମାସ ଯାଏଁ ଏଟିଏମରୁ ଟଙ୍କା ବାହାର କଲେ କୌଣସି ଚାର୍ଜ ଲାଗିବ ନାହିଁ। ଏହାର ଅର୍ଥ ଆପଣ ଯେକୌଣସି ବ୍ୟାଙ୍କରୁ ଯେତେ ଥର ଚାହିଁବେ ସେତେ ଥର ଟଙ୍କା ବାହାର କରି ପାରିବେ। କିନ୍ତୁ ଏହି ସୁବିଧାର ଅବଧି ଜୁନ୍ ୩୦ତାରିଖରେ ପୂରା ହୋଇ ସାରିଛି। ଅନ୍ୟ ବ୍ୟାଙ୍କର ଏଟିଏମରୁ ଏକ ନିଶ୍ଚିନ୍ତ ସଂଖ୍ୟା ଯାଏଁ ଟଙ୍କା ଉଠାଇ ପାରିବେ ଏହା ପରେ ଏଥିରେ ଚାର୍ଜ ଲାଗିବ।

ସେହିପରି ନିର୍ମଳା ସୀତାରମଣ ମାର୍ଚ୍ଚ ମାସରେ କହିଥିଲେ ଯେ ଆଗାମୀ ୩ମାସ ଯାଏଁ ବ୍ୟାଙ୍କ ୩ମାସ ମିନିମମ ବାଲାନ୍ସ ନ ରଖିଲେ କୌଣସି ପେନାଲ୍ଟି ଲଗାଇବେ ନାହିଁ। ଏବେ ଏହି ସୁବିଧାର ଅବଧି ସରି ଯାଇଛି। ଦେଶର ଅଧିକାଂଶ ଘରୋଇ ଏବଂ ସରକାରୀ ବ୍ୟାଙ୍କ୍ ପୁଣି ଥରେ ମିନିମମ ଚାର୍ଜ ଆଦାୟ କରିବେ। ଏସବିଆଇ ପୂର୍ବରୁ ହିଁ ସମସ୍ତ ସେଭିଂ ଆକାଉଣ୍ଟରେ ନ୍ୟୁନତମ ବାଲାନ୍ସର ବାଧ୍ୟତାକୁ ହଟାଇ ଦେଇଛି। ଏସବିଆଇର ଏହି ନୂଆ ସୁବିଧାର ଲାଭ ଗ୍ରାହକଙ୍କୁ ମିଳିବ।

ପିଏମ୍ କିସାନ ସମ୍ମାନ ନିଧି ଯୋଜନା ଅନୁସାରେ ଆଗାମୀ କିସ୍ତି ୨୦୨୦ଅଗଷ୍ଟ ୧ରୁ ଚାଷୀଙ୍କ ଆକାଉଣ୍ଟରେ ଟ୍ରାନ୍ସଫର କରାଯିବ। ଯଦି ଆପଣ ସର୍ତ୍ତ ପୂରଣ କରୁଛନ୍ତି ଏବଂ ଏବେ ସୁଦ୍ଧା ଆପଣ ରେଜିଷ୍ଟେସନ କରାଇ ନାହାନ୍ତି ତେବେ ଜୁଲାଇ ୧ରୁ ବଡ଼ ଝଟକା ଲାଗିବ କାରଣ ଆଗାମୀ ଦୁଇ କିସ୍ତି ପାଇଁ ରେଜିଷ୍ଟେସନର ଡେଡଲାଇନ୍ ଜୁନ୍ ୩୦ ରହିଛି। ପିଏମ୍ କିସାନ ଅନୁସାରେ ଯଦି ଆପଣ ଜୁନରେ ଆବେଦନ କରୁଛନ୍ତି ଏବଂ ଆପ୍ରୃଭ ହୋଇଯାଉଛି ତେବେ ଆଗାମୀ ୨ କିସ୍ତି ଆପଣଙ୍କୁ ସହଜରେ ମିଳି ଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.