Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଏହି ସବୁ ଔଷଧ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, କରୋନାରେ ବିପଦଜନକ

20/03/2020 at 5:02 PM

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଭୟ ସମସ୍ତଙ୍କ ଲାଗି ରହିଛି। ତେବେ କିଛି ବିଶେଷ ବର୍ଗର ଲୋକଙ୍କଠାରେ ଏହି ଭୂତାଣୁ ଅଧିକ ପ୍ରକୋପ କରୁଥିବା ଜଣାପଡିଛି। ବିଶେଷ କରି ଇବ୍ରୁଫେନ, ବୃଫେନ ଓ ଆସ୍ପିରିନ ଆଦି ଔଷଧ ବ୍ୟବହାର କରୁଥିବା ଲୋକଙ୍କ ଲାଗି ଏହି ଭୂତାଣୁ ସଂକ୍ରମଣର ଅଧିକ ଭୟରହୁଛି। ଡବ୍ଲୁଏଚ୍‌ଓଙ୍କ ଲାସେଣ୍ଟ ପତ୍ରିକା ଓ ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ସତର୍କ କରାଇଦେଇଛନ୍ତି।

ପତ୍ରିକା ଅନୁସାରେ ବିଟା ବ୍ଲକର ଓ ଏସିଇ-୨ କରୋନା ସମୟରେ ବିପଦଜନକ। ଔଷଧରେ ଥିବା ଏହି ଦୁଇଟି  ସଲ୍ଟ ରକ୍ତଚାପ ନିୟନ୍ତ୍ରଣ କରିଥାଏ। ତେବେ ଏହାଯୋଗୁ ଶରୀରରେ ଯେଉଁ ଏନଜାଇମ ରିଲିଜ ହୁଏ ତାହା କରୋନା ଭୂତାଣୁକୁ ଆକର୍ଷିତ କରୁଛି।ଏଣୁ ହୃଦରୋଗ ଓ ହାଇପରଟେନସନ ରୋଗୀଙ୍କ ଲାଗି କରୋନା ଭୂତାଣୁ ଘାତକ ପ୍ରମାଣିତ ହେଉଛି।   

ସେହିପରି ଟାଇପ୍-୨ ଡାୟବେଟିଜ୍ ଲାଗି ବ୍ୟବହୃତ ହେଉଥିବା କିଛି ଔଷଧ ମଧ୍ୟ ଶରୀରରେ ଏସିଇ-୨ ଏଞ୍ଜାଇମ ବୃଦ୍ଧି କରେ। ଅତୀତରେ ଏହି ଏଞ୍ଜାଇମ ସାର୍ସ ଭୂତାଣୁର ବି ଏଣ୍ଟ୍ରିପଏଣ୍ଟ ସାବ୍ୟସ୍ତ ହୋଇଥିଲା। ତେବେ କରୋନା ସଂକ୍ରମଣ ନେଇ ଚାଲିଥିବା ଗବେଷଣା ଏବେ ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ପାରିନି। ଏଣୁ କୌଣସି ଔଷଧ ଖାଇବା ଅଥବା ବନ୍ଦ କରିବା ଲାଗି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

   Related Posts