Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଏହି ସବୁ ସ୍ବପ୍ନ ଅତ୍ୟନ୍ତ ଅଶୁଭ : ଘଟିଥାଏ ଅମଙ୍ଗଳ, ଜାଣନ୍ତୁ ଆଉ ସତର୍କ ରହନ୍ତୁ

25/10/2018 at 5:12 PM

ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନ ଭବିଷ୍ୟତର ସଙ୍କେତ ଦେଇଥାଏ। ଶୋଇବାବେଳେ ଆମ ମସ୍ତିଷ୍କ ଅବଚେତନ ଅବସ୍ଥାରେ ଥାଏ ,ସେତେବେଳେ ବିଭିନ୍ନ ପ୍ରକାର କଥା ଚାଲୁଥାଏ ତାହାକୁ ସ୍ବପ୍ନ କହନ୍ତି। କୁହାଯାଏ ଭଗବାନ ରାମଚନ୍ଦ୍ର ତାଙ୍କ ପିତାଙ୍କ ମୃତ୍ୟୁର ସୂଚନା ସ୍ବପ୍ନରୁ ପାଇଥିଲେ ଏବଂ ମହାଭାରତ ଯୁଗରେ ଗାନ୍ଧାରୀ ସ୍ବପ୍ନରେ ତାଙ୍କ ବଂଶର ବିନାଶ ହେବାର ଦେଖିଥିଲେ। ଏଥିପାଇଁ ସ୍ବପ୍ନକୁ ନଜରଅନ୍ଦାଜ କରିବା ଅନୁଚିତ୍। କିଛି ସ୍ବପ୍ନ ଅତ୍ୟନ୍ତ ଅଶୁଭ ହୋଇଥାଏ ଯାହା ଦେଖିଲେ ଆଦୈା ଅବହେଳା କରିବା କଥା ନୁହେଁ। ତାର ତୁରନ୍ତ ପ୍ରତିକାର କରିବା ସହ ସତର୍କ ହେବାର ଆବଶ୍ୟକତା ରହିଛି ।  ଆସନ୍ତୁ ଜାଣିବା ସେହି ସ୍ବପ୍ନଗୁଡ଼ିକ ବିଷୟରେ:

୧.କଷ୍ଟର ସୂଚକ: ଯଦି କୈାଣସି ବ୍ୟକ୍ତି ଅସୁସ୍ଥ ଥିବାବେଳେ କଳା ରଙ୍ଗର ସାପର ସ୍ବପ୍ନ ଦେଖିଲା ତେବେ ଆଗକୁ ମୃତ୍ୟୁ ସମାନ କଷ୍ଟ ଭୋଗିବାକୁ ପଡିଥାଏ। କିନ୍ତୁ ଗର୍ଭବତୀ ମହିଳା ଯଦି ସ୍ବପ୍ନରେ ସାପ ଦେଖନ୍ତି ତାହେଲେ ପୁତ୍ର ପ୍ରାପ୍ତିର ସୈାଭାଗ୍ୟ ମିଳିଥାଏ।

୨.ନକରାତ୍ମକ ବିଚାରଠୁ ଦୂରରେ ରୁହନ୍ତୁ: ସ୍ବପ୍ନରେ ଅତିଥି ଆସିବାର ଅର୍ଥ ହଠାତ୍ କୈାଣସି ବିପଦର ଆସିବାର ଅଛି। ତେଣୁ ଆପଣଙ୍କୁ  ସାବଧାନ ରହିବାକୁ ପଡ଼ିବ।

୩.୨୧ଦିନ ପର୍ଯ୍ୟନ୍ତ ସାବଧାନ ରୁହନ୍ତୁ: ସ୍ବପ୍ନରେ ଉଲ୍ଲୁକ ଦେଖିବା ଅଶୁଭର ସଙ୍କେତ ହୋଇଥାଏ। ଏହାର ଅର୍ଥ ଆପଣଙ୍କୁ କୈାଣସି ରୋଗ କିମ୍ବା ଦୁଃସମ୍ବାଦ ମିଳିପାରେ। ସ୍ବପ୍ନରେ ଉଲ୍ଲୁକ ଦେଖିବା ଦ୍ବାରା ୨୧ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସତର୍କ ରହିବାକୁ ପଡ଼ିବ।

୪.ହୋଇପାରନ୍ତି ବେମାର: ସ୍ବପ୍ନରେ ଅପରେସନ ହେଉଥିବା ଦୃଶ୍ୟ ଦେଖିଲେ ଆପଣ ଖୁବ୍ ଶୀଘ୍ର ରୋଗରେ ପଡ଼ିପାରନ୍ତି। ଏଥିପାଇଁ ଆପଣଙ୍କୁ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।

୫. ହୋଇପାରେ ଆର୍ଥିକ କ୍ଷତି: ଯଦି ମହିଳା ବା ପୁରୁଷ ଲଣ୍ଡା ହେଉଥିବାର ସ୍ବପ୍ନ ଦେଖନ୍ତି ତେବେ ଆପଣଙ୍କୁ ଭିନ୍ନ ଭିନ୍ନ ଫଳ ମିଳିଥାଏ । ମହିଳା ଲଣ୍ଡା ହେଉଥିବା ସ୍ବପ୍ନ  ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହା ଦେଖିବା ଦ୍ବାରା ଭବିଷ୍ୟତରେ ଆର୍ଥିକ କ୍ଷତି ହୋଇପାରେ। କିନ୍ତୁ ପୁରୁଷଙ୍କୁ  ଲଣ୍ଡା ହେଉଥିବାର ସ୍ବପ୍ନ ଯଦି ଦେଖନ୍ତି ତାହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କୁ ଖୁବ୍ ଶୀଘ୍ର ଅର୍ଥପ୍ରାପ୍ତି ହେବ।

୬.କ୍ଷତିଦାୟକ ହୋଇଥାଏ ଏହି ସ୍ବପ୍ନ: ସ୍ବପ୍ନରେ ନିଜକୁ ପାହାଡ଼ ତଳକୁ ପଡ଼ିବାର ଦେଖିଲେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଜ୍ୟାତିଷଶାସ୍ତ୍ର ଅନୁସାରେ ଯେତେବେଳେ ରାହୁ ଏବଂ କେତୁ ଦଶା ଚାଲିଥାଏ ସେତେବେଳେ ଏହି ସ୍ବପ୍ନ ଦେଖାଯାଏ     । ଏହିପରି ସ୍ବପ୍ନ ଦେଖିବାର ଅର୍ଥ ହେଉଛି ମାନ-ସମ୍ମାନ ହରାଇବା।

୭.ହୋଇଥାଏ ବୃଥା ଖର୍ଚ୍ଚ: ସ୍ବପ୍ନରେ ଜଳୁଥିବା ନିଆଁକୁ ଦେଖିଲେ ଏହା ବୃଥା ଖର୍ଚ୍ଚର ସଙ୍କେତ ଦେଇଥାଏ।ସେଥିପାଇଁ ଏମିତି ସ୍ବପ୍ନ ଦେଖିବାପରେ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ ଏବଂ ଯେଉଁଠି ଦରକାର ସେଠାରେ ଖର୍ଚ୍ଚ କରନ୍ତୁ।

୮.କରନ୍ତୁ ଇଷ୍ଟଦେବଙ୍କୁ ପ୍ରାର୍ଥନା: ସ୍ବପ୍ନରେ ନିଜକୁ ବର ବେଶରେ ବାହା ହେବାକୁ ଯାଉଥିବା ଦେଖିବା ଶୁଭ ସଙ୍କେତ ହୋଇନଥାଏ। ଏହା ଜୀବନ ପ୍ରତି ବିପଦର ସଙ୍କେତ ଦେଇଥାଏ। ଫଳରେ ବ୍ୟକ୍ତିଙ୍କୁ ନିଜର ଇଷ୍ଟଦେବୀଙ୍କୁ ପ୍ରାର୍ଥନା କରିବା ଉଚିତ ଯାହା ଦ୍ବାରା ବିପଦ ଟଳିଯାଇଥାଏ।

 

   Related Posts