Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୁକୁର ଏବେ ଆଭିଜାତ୍ୟର ସଂକେତ: କିଛି ଦାମୀ ଓ ଲଢୁଆ କିସମର କୁକୁରଙ୍କ ବିଷୟରେ ଜାଣନ୍ତୁ

ମଣିଷର କାମରେ ଆସୁଥିବା ପଶୁଙ୍କ ମଧ୍ୟରୁ କୁକୁର ଅନ୍ୟତମ । କୁକୁର ଗୃହପାଳିତ ଏବଂ ପ୍ରଭୁ ଭକ୍ତ । କୁକୁରକୁ ବିଶ୍ବାସୀ ବୋଲି ମଧ୍ୟ କୁହାଯାଏ । ଅନେକଙ୍କ କୁକୁର ରଖିବାର ସଉକ ରହିଥାଏ . ଭଳିକି ଭଳି କିସମର କୁକୁର ରଖିବା ଏବେ ଆଭିଜାତ୍ୟର ସଂକେତ ହୋଇଛି । ଗୋଟିଏ ଗୋଟିଏ କୁକୁରର ମୂଲ୍ୟ କୋଟିଏ ପର୍ଯ୍ୟନ୍ତ ଟଙ୍କା ହୋଇଥାଏ ।

ତେବେ କେତେକ କୁକୁର ବହୁତ ସୁନ୍ଦର ହୋଇଥିବାବେଳେ ଆଉ କେତେକ କୁକୁର କଦାକାର ଦେଖାଯାଇଥାଆନ୍ତି। କେତେକ କୁକୁର ନିରୀହ ଦେଖାଯାଇଥିଲେ ମଧ୍ୟ ନିରୀହ ହୋଇନଥାଆନ୍ତି। ସେମାନେ ଲଢ଼ୁଆ ପ୍ରକୃତିର ହୋଇଥାଆନ୍ତି। ସେମାନଙ୍କ ଆକ୍ରମଣାତ୍ମକ ସ୍ବଭାବ ପାଇଁ ବହୁତ ଥର ଅନେକ ବ୍ୟକ୍ତିଙ୍କ ଜୀବନ ଯାଇଛି। ତେବେ ଆସନ୍ତୁ ଜାଣିବା କେତେକ ଲଢ଼ୁଆ କୁକୁର ପ୍ରଜାତି ବିଷୟରେ

୧.ଚାଉ ଚାଉ- ଚାଉ ଚାଉ ପ୍ରଜାତିର କୁକୁରଙ୍କୁ ଭଲ ପାଇବା ଆପଣଙ୍କୁ ମହଙ୍ଗା ପଡ଼ିପାରେ। ଯଦି ଏହି ପ୍ରଜାତିର କୁକୁରଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ନଦିଆଯାଏ ତେବେ ଏହା ଆକ୍ରମଣାତ୍ମକ ହୋଇଥାଏ।

୨.ଗ୍ରେଟ୍ ଡେନ୍ : ଗ୍ରେଟ୍ ଡେନ୍ କୁକୁର ସବୁଠୁ ଲମ୍ବା କୁକୁର ହୋଇଥାଆନ୍ତି। ଏହାର ଉଚ୍ଚତା ଆମକୁ ଆକର୍ଷିତ କରିଥାଏ। ଏମାନଙ୍କ ଉଚ୍ଚତା ଦେଖି ଛୁଆଠୁ ଆରମ୍ଭ କରି ବୟସ୍କ ଲୋକମାନେ ବି ଡରିଥାଆନ୍ତି। ଏହି କୁକୁର ଗୁଡ଼ିକ ଶାନ୍ତ ସ୍ବଭାବର ହୋଇଥାଆନ୍ତି କିନ୍ତୁ ସେମାନଙ୍କୁ ଆକ୍ରମଣାତ୍ମକ ହେବାକୁ ବେଶୀ ସମୟ ଲାଗିନଥାଏ।

୩.ଫିଲା ବ୍ରେସେଲେିଓରୋ: ଏହି କୁକୁର ବ୍ରାଜିଲରେ ମଷ୍ଟିଭ ଭାବେ ଖ୍ୟାତ। ଫିଲା ବ୍ରେସେଲେିଓରୋ ପ୍ରଜାତିର କୁକୁର ନିଜ ମମୁଜି ଏବଂ ରାଗୀ ସ୍ବଭାବର ହୋଇଥାଆନ୍ତି।

୪.ଟୋସା ଇନୁ: ଟୋସା ଇନୁ ଏକ ଜାପାନୀ ପ୍ରଜାତି ଏବଂ ଏହାର ଜନ୍ମ ଲଢ଼ୁଆ କୁକୁର ଭାବେ ହୋଇଛି। ଆଜି ବି ବିଶ୍ବର କେତେକ ସ୍ଥାନରେ ଏହି କୁକୁର ଲଢ଼େଇ ଆପଣ ଦେଖିବାକୁ ପାଇବେ। ଏହି କୁକୁରକୁ ଆପଣ ସବୁଠୁ ବେଶୀ ପୋଲିସ୍,ଆର୍ମି ପାଖରେ ଦେଖିଥିବେ। କାରଣ ଏହି କୁକୁର ଚାଲାକ,ଆକ୍ରମଣାତ୍ମକ,ନିର୍ଭୟ  ଏବଂ ଆତ୍ମବିଶ୍ବାସୀ ହୋଇଥାଆନ୍ତି। ଯଦି ଏମାନଙ୍କୁ ଠିକଭାବେ ପ୍ରଶିକ୍ଷଣ ନ ଦିଆଯାଏ ତେବେ ଏମାନେ ମାଲିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟ କରିଥାଆନ୍ତି।  

218 Views

   ସମ୍ବନ୍ଧିତ ଖବର