Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଅପ୍ରେଲରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ : ଜାଣନ୍ତୁ

2/04/2019 at 3:58 PM

ନୂଆଦିଲ୍ଲୀ ୨/୪: ଅପ୍ରେଲ୍ ମାସର ପ୍ରଥମ ଦିନ ଅର୍ଥାତ୍ ୧ତାରିଖ ବ୍ୟାଙ୍କ୍ ବନ୍ଦ ଥିଲା କାରଣ ଶନିବାର ଏବଂ ରବିବାର ଆର୍ଥିକ ବର୍ଷ ଶେଷ ହେବା କାରଣରୁ ବ୍ୟାଙ୍କ୍ ଖୋଲା ଥିଲା। ଚଳିତ ମାସରେ ବୈଶାଖୀ,ରାମ ନବମୀ,ଗୁଡ ଫ୍ରାଇଡେ ଏବଂ ମହାବୀର ଜୟନ୍ତୀ ଭଳି ପର୍ବରେ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତୁ ଜାଣିବା ଅପ୍ରେଲ୍ ମାସର ପୁରା ଛୁଟି ତାଲିକା। ଆପଣ ଏହି ଛୁଟି ଦିନ ତାଲିକା ହିସାବରେ ନିଜ ବ୍ୟାଙ୍କ କାମର ଯୋଜନା ବନାଇପାରିବେ।

-ଅପ୍ରେଲ୍ ୧ତାରିଖ ଦିନ ବ୍ୟାଙ୍କର ବାର୍ଷିକ ଲେଖାଲେଖି କାମ ହୋଇଥିବା କାରଣରୁ ବ୍ୟାଙ୍କ୍ ବନ୍ଦ ରହିଥାଏ।

-ବ୍ୟାଙ୍କ୍ ଅପ୍ରେଲ୍ ୧୯ତାରିଖ ଦିନ ଗୁଡ ଫ୍ରାଇଡେ ଥିବା କାରଣରୁ ବନ୍ଦ ରହିବ।

-ଏହା ବ୍ୟତୀତ ବ୍ୟାଙ୍କ ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ। ଅର୍ଥାତ୍ ଅପ୍ରେଲ୍ ୧୩ ତାରିଖ ଏବଂ ଅପ୍ରେଲ୍ ୨୭ତାରିଖ ଦିନ ବ୍ୟାଙ୍କ ବନ୍ଦ ରହିବ।

-ଅପ୍ରେଲ୍ ୬ତାରିଖରେ ଉଗଡ଼ୀ କାରଣରୁ ମହାରାଷ୍ଟ୍ର,ଉତ୍ତରପ୍ରଦେଶ,କର୍ଣ୍ଣାଟକ,ଆନ୍ଧ୍ରପ୍ରଦେଶ,ଗୋଆ,ଗୁଜୁରାଟ ଏବଂ ତାମିଲନାଡ଼ୁରେ ବ୍ୟାଙ୍କ ବନ୍ଦ ରହିବ।

-ଅପ୍ରେଲ୍ ୧୫ତାରିଖ ଦିନ ସୋମବାର ହିମାଚଳ ଡେ ଥିବାରୁ ବ୍ୟାଙ୍କ ବନ୍ଦ ରହିବ।

–  ଅପ୍ରେଲ୍ ୧୭ତାରିଖ ମହାବୀର ଜୟନ୍ତୀ ଥିବାରୁ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

   Related Posts