Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ଭାରତୀୟ କ୍ରିକେଟରମାନେ କରିଛନ୍ତି ବିବାହିତା ମହିଳାଙ୍କ ସହ ବିବାହ

କୁହାଯାଏ ବିବାହ ସ୍ୱର୍ଗରେ ନିର୍ଦ୍ଧାରିତ ହୋଇଥାଏ। ହୁଏତ ଆପ୍ତ ବାକ୍ୟଟି ସତ୍ୟ ହୋଇପାରେ। ଏଣୁ ଲୋକେ ବିବାହ କରି ବି ଖୁସି ରହି ନ ପାରି ଛାଡପତ୍ରର ଆଶ୍ରୟ ନେଇଥାନ୍ତି ଓ ପୁଣି ବିବାହ କରି ନୂଆ ଜୀବନ ଆରମ୍ଭ କରିବାକୁ ଉଦ୍ୟମ କରନ୍ତି। ଏହି କ୍ରମରେ ଭାରତୀୟ କ୍ରିକେଟର ଏମିତି ୪ ଜଣ ନାମୀଦାମୀ ଖେଳାଳି ଅଛନ୍ତି ଯେଉଁମାନେ ବିବାହିତା ମହିଳାଙ୍କ ସହ ବିବାହ କରି ଘର ସଂସାର କରିଛନ୍ତି। ଏମାନଙ୍କ ମଧ୍ୟର ୨ ନମ୍ବର ଖେଳାଳି ବିବାହ କରିଥିବା ମହିଳାଙ୍କର ପୂର୍ବରୁ ୨ଟି ସନ୍ତାନ ବି ଥିଲେ।  ତେବେ ଆସନ୍ତୁ ଜାଣିବା ଏହି ଖେଳାଳିମାନଙ୍କ ପାରିବାରିକ ଜୀବନ  ସମ୍ପର୍କରେ।

ଏପରି ଜଣେ ଖେଳାଳି ହେଉଛନ୍ତି ମୂରଲୀ ବିଜୟ। ଭାରତୀୟ ଟେଷ୍ଟ ଟିମର ଓପ୍ନର ମୂରଲୀ ବିଜୟଙ୍କ ପତ୍ନୀ ହେଉଛନ୍ତି ନିକିତା।  ପୂର୍ବରୁ ନିକିତା କ୍ରିକେଟର ଦିନେଶ କାର୍ତ୍ତିକଙ୍କୁ ବିବାହ କରିଥିଲେ। ତେବେ ଦିନେଶଙ୍କୁ ବିବାହ କରିବା ପୂର୍ବରୁ ମୂରଲୀଙ୍କ ସହ  ନିକିତାଙ୍କର ଆଫେୟାର ଥିଲା। ଏହା ଜାଣିବା ପରେ ନିକିତାଙ୍କୁ ଦିନେଶ ଡିଭୋର୍ସ ଦେଇଥିଲେ। ଦିନେଶଙ୍କ ସହ ବିବାହ ବିଚ୍ଛେଦ ପରେ ନିକିତା ମୂରଲୀ ବିଜୟଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଉଭୟଙ୍କ ଘରଗୃସ୍ତୀ ବେଶ ଭଲରେ ଚାଲିଛି।

ବିବାହିତ ମହିଳାଙ୍କୁ ବିବାହ କରିବାର ଦ୍ୱିତୀୟ ନମ୍ବରରେ ରହିଛନ୍ତି ଟିମ୍ ଇଣ୍ଡିଆରେ ଗବର ଅର୍ଥାତ ଓପ୍ନର ବ୍ୟାଟସ୍ ମ୍ୟାନ୍ ଶିଖର ଧାୱନ। ସେ ଆୟେଶା ନାମ୍ନୀ ଜନୈକା ମହିଳାଙ୍କୁ ବିବାହ କରିଛନ୍ତି। ଆୟେଶା ପ୍ରଥମେ ଜଣେ ଅଷ୍ଟ୍ରେଲିୟ ଯୁବକଙ୍କୁ ବିବାହ କରିଥିଲେ। ତାଙ୍କର ୨ଟି ସନ୍ତାନ ବି ଥିଲେ। ତେବେ ଅଷ୍ଟ୍ରେଲିୟ ଯୁବକଙ୍କ ସହ ଆୟେଶାଙ୍କ ବିବାହ ବିଚ୍ଛେଦ ହେବା ପରେ ସେ ଶିଖରଙ୍କୁ ବିବାହ କରିଛନ୍ତି।ଏବେ ଆୟେଶା ଶିଖରଙ୍କ ଏକ ସନ୍ତାନର ମା ବି ହୋଇଛନ୍ତି। ତେବେ ସବୁଠାରୁ ବଡ କଥା ହେଉଛି ଶିଖରଙ୍କଠାରୁ ଆୟେଶା ବୟସରେ ୧୦ ବର୍ଷ ବଡ।

ଏପରି ବିବାହ କରିବାରେ ୩ ନମ୍ବର ଖେଳାଳି ଜଣକ ହେଉଛନ୍ତି ପ୍ରଖ୍ୟାତ ଲେଗ୍ ସ୍ପିନର ଅନୀଲ କୁମ୍ବ୍ଲେ। ଟିମ୍ ଇଣ୍ଡିଆର ଅନୀଲ ଏପର୍ଯ୍ୟନ୍ତ ସ୍ପିନରଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପରିଗଣିତ ହୁଅନ୍ତି। ଅନୀଲକୁମ୍ବ୍ଲେ ମଧ୍ୟ ଜଣେ ବିବାହିତା ମହିଳାଙ୍କୁ ବିବାହ କରିଛନ୍ତି। ଚେତନା ନମ୍ନୀ ଏହି ମହିଳାଙ୍କର ପ୍ରଥମ ବିବାହରୁ ଏକ ଝିଅଟିଏ ବି ଥିଲା। ତେବେ ଅନୀଲଙ୍କୁବିବାହ କରି ଚେତନା ବେଶ ସୁଖୀ ସଂସାର କରିଛନ୍ତି।

ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ ମଧ୍ୟ ଜନୈକା ବିବାହିତା ମହିଳାଙ୍କୁ ବିବାହ କରି ଘର ସଂସାର କରିଛନ୍ତି। ତେବେ ଭେଙ୍କଟେଶଙ୍କ କାହାଣୀ ଟିକେ ଅଲଗା। ସେ ଜଣେ ବିବାହିତା ମହିଳାଙ୍କୁ ହିଁ ଭଲପାଇ ବସିଥିଲେ। ପ୍ରଥମ ବିବାହରେ ମହିଳାଙ୍କର ପିଲାଟିଏ ବି ଥିଲା। ତେବେ ଭେଙ୍କଟେଶ ତାଙ୍କୁ ଭଲପାଉଥିବା ଜାଣିବା ପରେ ସେ ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ। ଏବେ ଭେଙ୍କଟେଶଙ୍କ ହାତ ଧରି ବେଶ ହସଖୁସିରେ ଚାଲିଛି ତାଙ୍କ ସଂସାର।  

560 Views

   ସମ୍ବନ୍ଧିତ ଖବର