Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ବିଶ୍ବକପ୍ ଇତିହାସରେ ଏହି ଖେଳାଳିମାନେ ସବୁବେଳେ ମନେ ରହିବେ, ପ୍ରଥମ ଖେଳାଳି ହେଉଛନ୍ତି ଭାରତର

4/07/2019 at 10:18 AM

ବିଶ୍ବକପ୍ ଆରମ୍ଭରୁ ଏପର୍ଯ୍ୟନ୍ତ ବହୁ ଖେଳାଳି ବିଶ୍ବକପ୍ ଖେଳିବାର ସୌଭାଗ୍ୟ ହାସଲ କରିଛନ୍ତି ।କିନ୍ତୁ ସବୁ ଖେଳାଳିଙ୍କୁ ଯେ, ପ୍ରଶଂସକ ମନେ ରଖିଛନ୍ତି ତାନୁହେଁ । ଏଭଳି କିଛି ଖେଳାଳି ଅଛନ୍ତି ଯେଉଁମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସବୁଦିନ ମନେ ରହିବେ । ଆଉ ସେମାନଙ୍କୁ ବିଶ୍ବକପରେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଛି ।ବିଶ୍ବକପ ଖେଳିଥିବା ଏମିତି କିଛି ଲିଜେଣ୍ଡାରି ଖେଳାଳିଙ୍କ ଉପରେ ଆସନ୍ତୁ ନଜର ପକାଇବା ।

ସଚିନ ତେନ୍ଦୁଲକର– କ୍ରିକେଟ୍ ମହାକୁମ୍ଭର ରେକର୍ଡ ମହାପୁରୁଷ ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକର । ବିଶ୍ବକପ୍ ଇତିହାସର ସର୍ବାଧିକ ଟୁରଣ୍ଣାମେଣ୍, ସର୍ବାଧିକ ମ୍ୟାଚ୍, ସର୍ବାଧିକ ରନ୍, ସର୍ବାଧିକ ଶତକ ଓ ସର୍ବାଧିକ ଅର୍ଦ୍ଧଶତକର ରେକର୍ଡ ଅଧିକାରୀ ସଚିନ ତେନ୍ଦୁଲକର୍ । ୪୪ଟି ମ୍ୟାଚ୍ ଖେଳ ସର୍ବାଧିକ ୨୨୭୮ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ସର୍ବାଧିକ ୬ଟି ଶତକ ଓ ସର୍ବାଧିକ ୧୫ଟି ଅର୍ଦ୍ଧ ଶତକ ସାମିଲ ଅଛି । ସେହିପରି ସଚିନ୍ ୬ଟି ବିଶ୍ବକପ୍ ଖେଳିଛନ୍ତି । କିନ୍ତୁ ୨୦୧୧ରେ ବିଶ୍ବକପ୍ ଜିତିବାର ସୌଭାଗ୍ୟ ହାସଲ କରିଥିଲେ ।

ରିକି ପଣ୍ଟିଂ- ବିଶ୍ବକପରେ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପରେ ସବୁଠୁ ସଫଳ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଅଷ୍ଟ୍ରେଲିଆନ୍ ପ୍ଲେୟାର ରିକି ପଣ୍ଟିଂ । ବିଶ୍ବକପର ମୋଟ୍ ୪୩ଟି ମ୍ୟାଚ୍ ଖେଳି ୧୭୪୩ ରନ୍ ସଂଗ୍ରହ କରିଛନ୍ତି । ସଚିନଙ୍କ ପରେ ସର୍ବାଧିକ ଶତକ ଅର୍ଜନ କରିବାରେ ପଣ୍ଟିଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୨୦୦୩ ବିଶ୍ବକପରେ ଶତକୀୟ ଇନିଂସରେ ପଣ୍ଟିଂଙ୍କ ବ୍ୟାଟରୁ ଜବରଦସ୍ତ ୮ଟି ଦର୍ଶନୀୟ ଛକା ଦେଖିବାକୁ ପାଇଥିଲେ ଦର୍ଶକ । ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ସହିତ ସଫଳ ଅଧିନାୟକ ଓ ଫିଲ୍ଡର ଭାବେ ପଣ୍ଟିଂଙ୍କ ଖ୍ୟାତି ରହିଛି । ତାଙ୍କ ଅଧିନାୟକତ୍ବରେ ଅଷ୍ଟ୍ରେଲିଆ ୨୦୦୩ ଓ ୨୦୦୭ରେ ବିଶ୍ବ ଚାମ୍ପିଅନ୍ ହୋଇଥିଲା ।

ଇମରାନ୍ ଖାନ୍- ଏସିଆ ମହାଦେଶର ତଥା କ୍ରିକେଟ୍ ଜଗତର ସବୁଠୁ ଶ୍ରେଷ୍ଠ ଦ୍ରୁତ ବୋଲର ଇମରାନ୍ ଖାନ୍ । ତାଙ୍କ ନେତୃତ୍ବରେ ପାକିସ୍ତାନ ୧୯୯୨ରେ ବିଶ୍ବ ଚାମ୍ପିଅନ୍ ହୋଇଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଅବିଶ୍ବସନୀୟ ପ୍ରଦର୍ଶନ କରି ସେ ପାକିସ୍ତାନକୁ ବିଶ୍ବବବିଜେତା କରିଥିଲେ । ବିଶ୍ବକପର ମୋଟ୍ ୨୮ଟି ମ୍ୟାଚ୍ ଖେଳି ୩୪ଟି ୱିକେଟ୍ ହାସଲ କରିଥିଲେ ।

ଆଦାମ୍ ଗିଲଖ୍ରୀଷ୍ଟ– ଟିମ୍ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଓ ୱିକେଟ୍ କିପର ଆଦାମ ଗିଲଖ୍ରୀଷ୍ଟ । କ୍ରମାଗତ ଭାବେ ଅଷ୍ଟ୍ରେଲିଆକୁ ୩ଟି ବିଶ୍ବ ଟାଇଟେଲ ଦିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।ବିଶ୍ବକପ୍ ଇତିହାସକୁ ଦେଖିଲେ ଗିଲଖ୍ରୀଷ୍ଟ ମୋଟ୍ ୩୧ଟି ମ୍ୟାଚ୍ ଖେଳି ୧୦୮୫ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ୮ଟି ଅର୍ଦ୍ଧଶତକ ସାମିଲ ରହିଛି ।

ସାର୍ ଭିଭ୍ ରିଚାର୍ଡ- ବିଶ୍ବକପରେ ସାର୍ ଭିଭ ରିଚାର୍ଡଙ୍କ ସ୍ଥାନ ସ୍ବତନ୍ତ୍ର । କ୍ରିକେଟର ଏହି ମହାକୁମ୍ଭରେ ତାଙ୍କର ହାରାହାରି ବ୍ୟାଟିଂ ସ୍କୋର ୬୩ । ୧୭୭୯ ବିଶ୍ବକପ୍ ଟାଇଟଲ ସହ |ୱେଷ୍ଟିଣ୍ଡିଜ୍ କ୍ରମାଗତ ଭାବେ ଦ୍ବିତୀୟ ଥର ବିଶ୍ବ ଚାମ୍ପିଅନ୍ ହୋଇଥିଲା । ରିଚାର୍ଡ ବିଶ୍ବକପର ମୋଟ୍ ୨୩ଟି ମ୍ୟାଚ୍ ଖେଳି ୧୦୧୩ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୩ଟି ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ଅଛି ।

ୱାସିମ୍ ଆକ୍ରମ- ପାକିସ୍ତାନ୍ ଟିମର ଜଣେ ଅସାଧାରଣ ପ୍ଲେୟାର ହେଉଛନ୍ତି ୱାସିମ୍ ଆକ୍ରମ । ଯେତେବେଳେ ଦିନିକିଆରେ ଗୋଟିଏ ବଲ୍ ବ୍ୟବହାର କରାଯାଉଥିଲା, ତାଙ୍କ ଭଳି ସୁଇଁ କରିବାର କଳା କାହା ପାଖରେ ବି ନଥିଲା । ୧୯୯୨ ବିଶ୍ବକପ୍ ବେଳେ ଜବରଦସ୍ତ ଫର୍ମରେ ଥିବା ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ହୋସ୍ ଉଡାଇ ଦେଇଥିଲେ ସେ । ମୋଟ୍ ୩୧ଟି ବିଶ୍ବକପ୍ ମ୍ୟାଚ୍ ଖେଳି ୫୫ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ସେ ।

   Related Posts