ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡର ଏହିସବୁ ଫେମସ ଯୋଡି

Published By : Prameya-News7 Bureau | October 02, 2019 IST

ବଲିଉଡରେ ଏବେ ଅନେକ ଏମିତି ଯୋଡି ରହିଛି ଯେଉଁମାନେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେମାନଙ୍କ ବିବାହ ଚର୍ଚ୍ଚା ଏବେ ଜୋରସୋରରେ ଚାଲିଛି। ଏହି ଲିଷ୍ଟରେ ଥିବା ଯୋଡିଙ୍କ ବିବାହ ବିଷୟରେ କେବେଠୁ ଶୁଣିବାକୁ ମିଳୁଛି। ଏହି ତାଲିକାରେ ବଲିଉଡର ଟପ୍‌ ଯୋଡିଙ୍କ ନାଁ ଅଛି। ତେବେ ଏହି ବଲିଉଡ ଯୋଡି କିଏ ଜାଣନ୍ତୁ।

{"id":165241}

ରଣବୀର କପୁର ଓ ଆଲିୟା ଭଟ୍ଟ

ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ରଣବୀର କପୁର ରିଲେସନଶିପରେ ଅଛନ୍ତି । ଉଭୟଙ୍କ ସଂପର୍କ ଏବେ ବେଶ ଚର୍ଚ୍ଚାରେ ରହିଛି। ରିଲ ଜଗତ ସହ ରିୟଲ ଲାଇଫରେ ମଧ୍ୟ ସେମାନେ ଖୁବ ଏନଜୟ କରୁଛନ୍ତି। ରିପୋର୍ଟ ଅନୁସାରେ ଦୁହେଁ ୨୦୨୦ ମସିହାରେ ବିବାହ ବନ୍ଧନରେ ବାନ୍ଧିହୋଇପାରନ୍ତି। ଅବଶ୍ୟ ଦୁହିଁଙ୍କ ପକ୍ଷରୁ ବିବାହ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ହେଲେ ଖବର ଅନୁସାରେ ଉଭୟ ନିଜ ବିବାହ ଇଟାଲି କରିବାର ନିଷ୍ପତ୍ତି ନେଇଛନ୍ତି।

{"id":165242}

ଟାଇଗର ଶ୍ରଫ ଓ ଦିଶା ପଟ୍ଟାନୀ

ଆକ୍ସନ ହିରୋ ଟାଇଗର ଶ୍ରଫ ଏବଂ କ୍ୟୁଟ ଗର୍ଲ ଦିଶା ପଟ୍ଟାନୀଙ୍କ ରିଲେସନଶିପ୍‌ର ଖବର ସବୁବେଳେ ଚର୍ଚ୍ଚାରେ ରହେ। ଉଭୟଙ୍କୁ ସବୁବେଳେ ଏକା ସହ ସ୍ପଟ କରାଯାଏ। କେବେ ଡିନର, କେବେ ଲଂଚ ତ କେବେ ବୁଲାବୁଲି କରିବାରେ ନଜର ଆସନ୍ତି ଏହି କପଲ। ଅନେକ ସମୟରୁ ଦୁହେଁ ପରସ୍ପରଙ୍କୁ ଡେଟ କରୁଛନ୍ତି ହେଲେ ଉଭୟ କେବେ ବି ସାଧାରଣରେ ଏହା ସ୍ବୀକାର କରିନାହାନ୍ତି। ଖବର ଅନୁସାରେ ଦୁହେଁ ଖୁବ ଶୀଘ୍ର ବିବାହ କରିବେ।

{"id":165243}

ବରୁଣ ଧୱନ ଓ ନତାଶା ଦଲାଲ

ବରୁଣ ଧୱନଙ୍କ ନାଁ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଛି। ହେଲେ ବରୁଣ ନିଜ ଗର୍ଲଫ୍ରେଣ୍ଡଙ୍କ ବିଷୟରେ ମିଡିଆ ସାମ୍ନାରେ କହିଥିଲେ। ରିପୋର୍ଟ ଅନୁସାରେ ବରୁଣ ଓ ନତାଶା ଖୁବ ଶୀଘ୍ର ବିବାହ କରିପାରନ୍ତି।

wp:heading {"level":1}

  

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.