Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଲାଦଖରେ ଭାରତ-ଚୀନ ଯୁଦ୍ଧ ପରିସ୍ଥତି : ଭାରତକୁ ଅସ୍ତ୍ର ଯୋଗାଇବେ ମିତ୍ର ଦେଶ, ହୋଇପାରେ ୭ ହଜାର କୋଟି ଟଙ୍କାର ଡିଲ୍

29/06/2020 at 11:24 AM

ନୂଆଦିଲ୍ଲୀ ୨୯/୦୬ : ଲଦାଖ ଗଲୱାନ ଘାଟିରେ ଜୁନ ୧୫ ତାରିଖ ରାତିରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ହିଂସା ଘଟଣା ପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଲାଗି ରହିଛି | ଉଭୟ ଦେଶର ସେନା ଗଲୱାନ ଘାଟିରେ ସମ୍ନାସାମ୍ନି ହୋଇଥିଲେ | ଯୁଦ୍ଧ ପରିସ୍ଥିତି ଦେଖି ଭାରତ ଲଦାଖ ସୀମାରେ ସେନା ଓ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଛି | ଦୁନିଆର ଅନେକ ଦେଶ ଭାରତର ସୈନ୍ୟ ସାମର୍ଥ୍ୟ ମଜବୁତ କରିବାକୁ ପ୍ରୟାସ କରୁଛନ୍ତି | ଫ୍ରାନ୍ସ ଆସନ୍ତା ମାସରେ ଏକ ରାଫେଲ ଯୁଦ୍ଧ ବିମାନ ଦେବାକୁ ପ୍ରତିଶୃତି ଦେଇଛି | ଇସ୍ରାଇଲ ଭାରତକୁ ଏୟାର ଡିଫେନ୍ସ ସିଷ୍ଟମ ଦେବ ବୋଲି କହିଛି | ଆମେରିକା ଖୁବ ଶୀଘ୍ର ତୋପରେ ବ୍ୟବହାର ହେଉଥିବା ଗୋଳାବାରୁଦ ଦେବ | ଋଷ ଭାରତକୁ ଅତ୍ୟାଧୁନିକ ଅସ୍ତ୍ର ଓ ଗୋଳାବାରୁଦ ଦେବାକୁ ପ୍ରତିଶୃତି ଦେଇଛି | ଋଷ ୧ ବିଲିୟନ ଡଲାର ଅର୍ଥାତ ୭ ହଜାର ୫୬୦ କୋଟି ଟଙ୍କାର ଗୋଳାବାରୁଦ ଦେବ | ଚୀନ ସହିତ ଉତ୍ତେଜନା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ସମସ୍ତ ଦେଶ ସହିତ ଦ୍ୱିପାକ୍ଷିକ ଆଲୋଚନାରେ ଏହା ଉପରେ ସହମତି ହୋଇଥିଲା |

ପୂର୍ବ ଲଦାଖରେ ଚୀନ ସହିତ ଚାଲିଥିବା ବିବାଦ ବହୁତ ଦିନ ହେଲା ଜାରି ରହିଛି | ଏହି ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ତରଫରୁ ପୂର୍ବରୁ ହିଁ ସଶସ୍ତ୍ରବଳଙ୍କୁ ଜରୁରୀକାଳୀନ ଆର୍ଥିକ ଅଧିକାର ଦେଇଛନ୍ତି | ଜୁଲାଇ ୨୭ ତାରିଖ ସୁଦ୍ଧା ଅତ୍ୟାଧୁନିକ ରାଫେଲ ବିମାନର ପ୍ରଥମ ଖେପ ଭାରତରେ ପହଞ୍ଚିବା ଅନୁମାନ କରାଯାଇଛି | ଏଥିପାଇଁ ୪ ଭାରତୀୟ ପାଇଲଟଙ୍କୁ ଯୁଦ୍ଧ ବିମାନ ଉଡ଼ାଇବାକୁ ଟ୍ରେନିଙ୍ଗ ଦିଆଯାଇଛି | ଫ୍ରାନ୍ସ ଭାରତକୁ କହିଛି ଯେ ରାଫେଲର ପ୍ରଥମ ଖେପ ସହିତ ୮ ଅତିରିକ୍ତ ରାଫେଲ ମଧ୍ୟ ପଠାଇବାକୁ ପ୍ରସ୍ତୁତ ହେଉଛି | ଫ୍ରାନ୍ସ କହିଛି ଯେ ଖୁବ ଶିଖର ୮ଟି ବିମାନ ଉଡାଣ ସାର୍ଟିଫିକେଟ ହାସଲ କରିବ | ସମସ୍ତ ବିମାନ ଖୁବ ଶୀଘ୍ର ଅମ୍ବଲା ଏୟାରବେଶକୁ ପଠାଇ ଦିଆଯିବ | ସୂତ୍ର ଅନୁଯାୟୀ ଫ୍ରାନ୍ସ ଏହି ବିମାନରେ ଏତେ ଇନ୍ଧନ ଭର୍ତ୍ତି କରିବ ଯେ ରାଫେଲ ବିମାନ କେଉଁଠାରେ ନ ଅଟକି ସିଧା ଭାରତ ଆସିପାରିବ |

ଅପରପକ୍ଷରେ କାର୍ଗିଲ ଯୁଦ୍ଧରେ ଭାରତକୁ ସାହାଯ୍ୟ କରିଥିବା ଇସ୍ରାଇଲ ମଧ୍ୟ ଚୀନ ସହିତ ଯୁଦ୍ଧ ଭଳି ପରିସ୍ଥିତିକୁ ଦେଖି ଏୟାର ଡିଫେନ୍ସ ସିଷ୍ଟମ ଦେବାକୁ କହିଛି | କୁହାଯାଉଛି ଯେ, ଏୟାର ଡିଫେନ୍ସ ସିଷ୍ଟମ ବହୁତ ଶୀଘ୍ର ସୀମା ସୁରକ୍ଷା ପାଇଁ ନିୟୋଜିତ କରାଯିବ | ଚୀନ ନିଜ ସୀମାରେ S-400 ଏୟାର ଡିଫେନ୍ସ ସିଷ୍ଟମ ନିୟୋଜିତ କରିଛି | ଏହାପରେ ଭାରତ ମଧ୍ୟ ଚୀନକୁ ଜବାବ ଦେବା ପାଇଁ ଇସ୍ରାଇଲକୁ ଏୟାର ଡିଫେନ୍ସ ସିଷ୍ଟମ ଶୀଘ୍ର ପଠାଇବାକୁ କହିଛି | 

ନିକଟରେ ମସ୍କୋ ଯାତ୍ରା ସମୟରେ ସୁରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ସାକ୍ଷାତରେ ଋଷର ସୁରକ୍ଷା ଅଧିକାରୀ ଖୁବ ଶୀଘ୍ର ଭାରତକୁ ଅତ୍ୟାଧୁନିକ ଅସ୍ତ୍ର, ଗୋଳାବାରୁଦ ଓ ମିସାଇଲ ପଠାଇବାକୁ ପ୍ରତିଶୃତି ଦେଇଥିଲେ | ଭାରତ ତରଫରୁ ଋଷକୁ ଅନେକ ଅସ୍ତ୍ର ଓ ମିସାଇଲର ଏକ ତାଲିକା ହସ୍ତାନ୍ତର କରାଯାଇଛି ଯାହାର ମୂଲ୍ୟ ପାଖାପାଖି ୧ ବିଲିୟନ ଡଲାର | ସୂଚନାଯୋଗ୍ୟ ଯେ, ଭାରତର ନୂଆ ରଣନୀତିକ ଭାଗିଦାରୀ ଆମେରିକା ପୂର୍ବରୁ ହିଁ ମହତ୍ୱପୂର୍ଣ୍ଣ ସୂଚନା ଓ ସାଟେଲାଇଟ ଇମେଜ ପଠାଇବା କାମ କରୁଛି | ସୂତ୍ର ଅନୁଯାୟୀ, ଆମେରିକା ଭାରତକୁ ଖୁବ ଶୀଘ୍ର ସହାୟତା କରିବାକୁ ପ୍ରତିଶୃତି ଦେବା ସହ ଯୁଦ୍ଧ ପରିସ୍ଥିତିରେ ଆବଶ୍ୟକୀୟ ଅସ୍ତ୍ର ଏବଂ ଗୋଳାବାରୁଦ ତାଲିକା ମାଗିଥିଲେ |

   Related Posts