Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଭାରତ ପାଇଁ ସଙ୍କଟମୋଚକ ସାଜି ଆଗେଇ ଆସିଲେ ଏହି ସବୁ ଦେଶ, ଜାଣନ୍ତୁ କେଉଁ ଦେଶ କ’ଣ ଦେଲେ ?

28/04/2021 at 5:01 PM

ନୂଆଦିଲ୍ଲୀ ୨୮।୦୪: କରୋନାର ଦ୍ଵିତୀୟ ଲହରରେ ସଂଘର୍ଷ କରୁଥିବା ଭାରତର ସହାୟତା ପାଇଁ ଦୁନିଆର ଅନେକ ଦେଶ ଆଗେଇ ଆସିଛନ୍ତି। ଏଥିରେ ଆମେରିକା, ଫ୍ରାନ୍ସ, ଜର୍ମାନୀ, ଋଷ ଓ ବ୍ରିଟେନ୍‌ ପରି ଦେଶ ସହ ଅଷ୍ଟ୍ରେଲିଆ, ସିଙ୍ଗାପୁର, ଚୀନ, କାନାଡା, ଥାଇଲାଣ୍ଡ ସମେତ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି। ଏହି ଦେଶଗୁଡିକ ଭାରତକୁ କେବଳ ଅକ୍ସିଜେନ୍ ଯୋଗାଇ ଦେଇ ନାହାନ୍ତି ବରଂ ଭେଣ୍ଟିଲେଟର ଏବଂ ମାସ୍କ ପରି ଜରୁରୀ ସାମଗ୍ରୀ ମଧ୍ୟ ଯୋଗାଇବା ଆରମ୍ଭ କରିଛନ୍ତି। ବୁଧବାର ସିଙ୍ଗାପୁର ଭାରତକୁ ଅକ୍ସିଜେନ୍‌ଭରା ଦୁଇଟି ବିମାନ ପଠାଇଛି। ଅନ୍ୟପଟେ କାନାଡା ଭାରତକୁ ୬୦ କୋଟି ସହାୟତା ଦେବାକୁ ଘୋଷଣା କରିଛି। ବ୍ରିଟେନ୍ ମଙ୍ଗଳବାର ୧୦୦ ଭେଣ୍ଟିଲେଟ୍ ଓ ୯୫ ଅକ୍ସିଜେନ୍ କନସନଷ୍ଟ୍ରେସନର ପ୍ରଥମ ଟ୍ରିପ୍ ଭାରତ ପଠାଇଛି।

ଅଧିକାରୀଙ୍କ ଅନୁଯାୟୀ, ଆମେରିକାରୁ ଅକ୍ସିଜେନ୍ ସହ କରୋନା ଟେଷ୍ଟିଂ ଏବଂ ଚିକିତ୍ସା ପାଇଁ ଔଷଧ ଏବଂ ଟିକା ପାଇଁ କଞ୍ଚାମାଲ ଆସିବା ଆରମ୍ଭ  ହୋଇଯିବ। ଏଥିସହ ଭ୍ୟାକ୍ସିନ ଯୋଗାଇବା ବିଷୟରେ ମଧ୍ୟ ଆଲୋଚନା ଜାରି ରହିଥିବା ଜନୈକ ଅଧିକାରୀ କହିଛନ୍ତି।

ଏହା ବ୍ୟତୀତ ଆମେରିକାର କମ୍ପାନୀ ଗୁଗଲ, ଏପଲ, ମାଇକ୍ରୋସଫ୍ଟ, ଆମାଜନ ଓ ଡେଲାଏଟ ସମେତ ଅନେକ ବାଣିଜ୍ୟିକ ସଂଗଠନ ପକ୍ଷରୁ ଆର୍ଥିକ ଓ ଟେକ୍ନିକାଲ ସହାୟତା ଭାରତକୁ ମିଳୁଛି। ଅନ୍ୟପଟେ ଫ୍ରାନ୍ସ ପ୍ରଥମ ପର୍ଯ୍ୟାୟରେ ନିଜ ଦେଶରେ ଆଠ ବଡ ଅକ୍ସିଜେନ୍ ପ୍ଲାଣ୍ଟ ତୁରନ୍ତ ସ୍ଥାପନ କରିବ। ଆଗାମୀ ସପ୍ତାହ ସୁଦ୍ଧା ସେଠାରୁ ୫ ଲିକ୍ଵିଡ୍ ଅକ୍ସିଜେନ୍ କଣ୍ଟେନର ଭାରତରେ ପହଞ୍ଚିବ। ଅଷ୍ଟ୍ରେଲିଆରୁ ମଧ୍ୟ ବ୍ୟାପକ ଭାବେ ଭେଣ୍ଟିଲେଟର, ସର୍ଜିକାଲ ମାସ୍କ, ଗ୍ଲୋଭ୍ସ ଭାରତକୁ ଆସୁଛି।.

ୟୁରୋପୀୟ ଦେଶ ପକ୍ଷରୁ ମିଳିଥିବା କିମ୍ବା ମିଳିବାକୁ ଯାଉଥିବା ସାହାଯ୍ୟ

ଆୟରଲାଣ୍ଡ– ୭୦୦ ଅକ୍ସିଜେନ୍ କନସନଟ୍ରେଟର, ଗୋଟିଏ ଅକ୍ସିଜେନ୍ ଜନରେଟର, ୩୬୫ ଭେଣ୍ଟିଲେଟର

ବେଲଜିୟମ– ୯୦୦୦ ଡୋଜ୍ ରେମଡେସିଭିର

ରୋମାନିଆ– ୮୦ ଅକ୍ସିଜେନ୍ କନସନଟ୍ରେଟର ଓ ୭୫ ଅକ୍ସିଜେନ୍ ସିଲିଣ୍ଡର

ଲଗଜମର୍ଗ– ୫୮ ଭେଣ୍ଟିଲେଟର

ପର୍ତ୍ତୁଗାଲ– ୫୦,୫୦୩ ଶିଶି ରେମଡେସିଭିର, ୨୦ ହଜାର ଲିଟ୍ ଅକ୍ସିଜେନ୍ ପ୍ରତି ସପ୍ତାହ

ସ୍ଵିଡେନ୍– ୧୨୦ ଭେଣ୍ଟିଲେଟର

ଜର୍ମାନୀ – ମୋବାଇଲ ଅକ୍ସିଜେନ୍ ପ୍ଲାଣ୍ଟ, ୧୨୦ ଭେଣ୍ଟିଲେଟର, ୮ କୋଟି କେଏନ ୯୫ ମାସ୍କ

ବ୍ରିଟେନ୍ – ୪୯୫ ଅକ୍ସିଜେନ୍ କନସନଟ୍ରେଟର, ୧୪୦ ଭେଣ୍ଟିଲେଟର

ନ୍ୟୁଜିଲାଣ୍ଡ ସରକାର ଭାରତକୁ ୭ ଲକ୍ଷ ୨୦ ହଜାର ୩୬୫ ଆମେରିକୀୟ ଡଲାରର ଆର୍ଥିକ ସହାୟତା ଦେବାକୁ କହିଛନ୍ତି।

ଦକ୍ଷିଣ କୋରିଆ କହିଛି ଯେ, ତାଙ୍କ ଦେଶ  ଭାରତର ସାହାଯ୍ୟ ପାଇଁ ଅକ୍ସିଜେନ୍ କନସନଟ୍ରେଟର, କୋଭିଡ୍-୧୯ ଉପଚାରରେ ବ୍ୟବହାର ହେଉଥିବା କିଟ୍ ଏବଂ ଅନ୍ୟ ଡାକ୍ତରୀ ଉପକରଣ ଯୋଗାଇଦେବ।

   Related Posts