Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ବିଗ୍ ବସ୍ ୧୪ରେ ଗ୍ଲାମର ଭିଡ଼ : ସାମିଲ ହେବେ ନିୟା ଶର୍ମା,ଭିଭିୟାନ୍ ଡିସେନା

16/07/2020 at 12:11 PM

ମୁମ୍ବାଇ ୧୬/୭: ଟିଭିର ଲୋକପ୍ରିୟ ଶୋ ବିଗ୍ ବସକୁ ନେଇ ଲୋକଙ୍କ ମନରେ ଜବରଦସ୍ତ କ୍ରେଜ୍ ରହିଛି। ପ୍ରତି ବର୍ଷ ଏହି ଶୋ ରେ ସାମିଲ ହେବାକୁ ଥିବା ପ୍ରତିଯୋଗୀଙ୍କୁ ନେଇ ଜୋର ସୋର ଉତ୍ସାହ ଦେଖା ଦେଇଥାଏ। ଅନେକ ଖବର ସତ ସାବ୍ୟସ୍ତ ହୋଇଥିବାବେଳେ ତ କେତେକ ଗୁଜବ ହୋଇଥାଏ। ଏଥର ମଧ୍ୟ ବିଗ୍ ବସ୍ ୧୪କୁ ନେଇ ପ୍ରତିଯୋଗୀଙ୍କ ନାଁ ସାମନାକୁ ଆସୁଛି। ଚର୍ଚ୍ଚା ହୋଇଛି ଯେ ନିୟା ଶର୍ମା ଏହି ଶୋ ରେ ଅଂଶ ଗ୍ରହଣ କରିପାରନ୍ତି। ସଲମାନ ଖାନ୍ ଏବେ ପନଓ୍ବେଲ ଫାର୍ମହାଉସରେ ବନ୍ଧୁ ଏବଂ ପରିବାର ସହ ଲକଡାଉନ୍ ବିତାଉଛନ୍ତି। ଏହା ପରେ ସଲମାନ୍ ନିଜ ନୂଆ ଘରେ ଶିଫ୍ଟ ହେବେ। ବିଗ୍ ବସର ଚତୁର୍ଦ୍ଦଶ ସିଜନର ପ୍ରସ୍ତୁତି ହୋଇ ସାରିଛି ଏବଂ ସଲମାନ ସେପ୍ଟେମ୍ବର ମାସରେ ଏହାର ସୁଟିଂ ଆରମ୍ଭ କରିବେ।

ସୂଚନା ଅନୁଯାୟୀ ସଲମାନ୍ ଖାନ୍ ବିଗ୍ ବସର ଆଗ୍ରିମେଣ୍ଟ୍ ସାଇନ୍ କରି ସାରିଛନ୍ତି। ଏହା ବ୍ୟତୀତ ନିର୍ମାତା ପ୍ରତିଯୋଗୀଙ୍କ ସହ କଥା ହେଉଛନ୍ତି। ଏଥିରେ ଭିଭିୟାନ୍ ଡିସେନା ଏବଂ ନିୟା ଶର୍ମାଙ୍କ ମଧ୍ୟ ନାଁ ମଧ୍ୟ ସାମନାକୁ ଆସୁଛି। ଏହି ଦୁଇ ଜଣଙ୍କ ମଧ୍ୟରେ କେହି ବି ଏବେ ବିଗ୍ ବସରେ ସାମିଲ ହେବାକୁ ନେଇ କୌଣସି ବୟାନ୍ ଦେଇ ନାହାନ୍ତି। ନିକଟରେ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନଙ୍କ ନାଁ ମଧ୍ୟ ବିଗ୍ ବସ୍ ୧୪ରେ ସାମିଲ ହେବା କଥା ଶୁଣାଯାଉଥିଲା। କିନ୍ତୁ ସେ ଏଥିରେ ମୁହଁ ଖୋଲି ପୋଷ୍ଟ​‌ରେ ଲେଖିଛନ୍ତି – ସେ ବିଗ୍ ବସ୍ ୧୪ର ପ୍ରତିଯୋଗୀ ନୁହଁନ୍ତି,ପରିଷ୍କାରଭାବେ ଏବଂ ଜୋର କରି ଏହି କଥା କହୁଛନ୍ତି।

ଅପକମିଂ ସିଜନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଶୋ ର ଫର୍ମାଟ୍ ଲକଡାଉନ୍ ସହ ଜଡ଼ିତ ହୋଇ ପାରେ। ଶୋ ରେ ସୋସିଆଲ୍ ଡିସଟ୍ୟାନସିଂ ରୁଲକୁ ଫଲୋ କରାଯିବ। ଏହା ସହିତ ହିଁ ‘ବିଗ୍ ବସ୍ ୧୪’ର ଟ୍ୟାଗଲାଇନ୍,ବିଗ୍ ବସ୍ ୧୪ଲକଡାଉନ୍ ଏଡିସନ ହୋଇପାରେ।

ଏହି ସିଜନର ସବୁଠୁ ବଡ଼ ପରିବର୍ତ୍ତନ ହେଉଛି ଯେ ଏଥର ପ୍ରତିଯୋଗୀଙ୍କୁ ବିଗ୍ ବସ୍ ଘର ଭିତରେ ନିଜ ଫୋନ୍ ନେଇ ଯିବାର ଅନୁମତି ମିଳିବ। ଏବେ ଏହି ଖବର କେତେ ସତ ଏବଂ କେତେ ମିଛ ଏହା ଶୋର ମେକର୍ସ ହିଁ କହି ପାରିବେ।

   Related Posts