ମେହବୁବା ମୁଫ୍‌ତି ଓ ଉମର ଅବଦୁଲାଙ୍କୁ ନଜରବନ୍ଦୀରୁ ମୁକ୍ତ କରିବା ପାଇଁ ଏହି ସର୍ତ୍ତ ରଖିଲେ ମୋଦି ସରକାର…

Published By : Prameya-News7 Bureau | August 26, 2019 IST

ନୂଆଦିଲ୍ଲୀ୨୬|୮: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଓ ଉମର ଅବଦୁଲା ଉଭୟଙ୍କୁ  ଗିରଫ କରାଯାଇଥିଲା। ଏବେ ଉଭୟଙ୍କୁ ନଜରବନ୍ଦୀରୁ ମୁକ୍ତ କରିବା ପାଇଁ ସରକାର କିଛି ସର୍ତ୍ତ ରଖିଛନ୍ତି।

ଉଚ୍ଚପଦସ୍ଥ ଅଧିକାରୀଙ୍କ ସୂଚନା ମୁତାବକ, କେନ୍ଦ୍ରୀୟ ଏଜେନ୍ସିର ଏକ ଟିମ ଉଭୟଙ୍କ ମୁକ୍ତ ପାଇଁ ସରକାରଙ୍କୁ ଅନୁମତି ମାଗିଛନ୍ତି। ମେହବୁବା ମୁଫ୍‌ତି ଓ ଉମର ଅବଦୁଲା ଉଭୟଙ୍କୁ ତାଙ୍କ ଦଳୀୟ କର୍ମୀଙ୍କ ସହ ସାକ୍ଷାତ କରିବା ପାଇଁ ସରକାର ଅନୁମତି ଦେଇଛି। କିନ୍ତୁ ଏମାନଙ୍କ କୌଣସି ବିବାଦୀୟ ମନ୍ତବ୍ୟ ଯୋଗୁଁ ଜାମ୍ମୁ-କାଶ୍ମୀରର ସ୍ଥିତି ବିଗିଡି ଯାଉ ବୋଲି ସରକାର ଚାହୁଁ ନାହାନ୍ତି। ତେଣୁ ଉଭୟ ବାହାରକୁ ଗଲେ ସଭାସମିତି ଓ ବୈଠକ କରି ଲୋକଙ୍କୁ ଉସୁକାଇ  ଅଶାନ୍ତି ସୃଷ୍ଟି କରିପାରନ୍ତି ବୋଲି ସରକାର ଆଶଙ୍କା କରୁଛନ୍ତି। ଯଦି ସେମାନେ ଏମିତି ନକରନ୍ତି ତେବେ ସରକାର ଏମାନଙ୍କୁ ମୁକ୍ତ କରିବା କଥା ଭାବିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ସଂପର୍କରେ ଉମର ତାଙ୍କର ପ୍ରତିକ୍ରିୟା ଦେବା ଲାଗି ସମୟ ମାଗିଛନ୍ତି। ସେହିପର ନଜରବନ୍ଦୀରେ ଥିବା ହୁରିୟତ ନେତା ମୀରବାଇଜ ଉମର ଫାରୁକଙ୍କୁ ଇତି ମଧ୍ୟରେ ମୁକ୍ତ କରାଯାଇଛି। ଫରୁକ କୌଣସି ଅପ୍ରୀତିକର ବୟାନ ଦେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯାହାଫଳରେ ସରକାର ତାଙ୍କୁ ନଜରବନ୍ଦୀରୁ ମୁକ୍ତ କରିଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଉମର ଅବଦୁଲା ଓ ମେହବୁବା ମୁଫ୍‌ତି ଉଭୟ ଗିରଫ ହେବା ପରଠୁ କାହା ସହ ସାକ୍ଷାତ କରିବା ଲାଗି ସେମାନଙ୍କୁ ଅନୁମତି ଦିଆଯାଉ ନାହିଁ। ଉମର ଅବଦଲାଙ୍କୁ ହରି ନିବାସରେ ନଜରବନ୍ଦୀ କରି ରଖାଯାଇଛି। ମେହବୁବା ମୁଫତିଙ୍କୁ ଚସ୍ମାଶାହୀ ଗେଷ୍ଟ ହାଉସରେ ରଖାଯାଇଛି। ସେହିଭଳି ଓମର ଅବଦୁଲ୍ଲାଙ୍କ ପିତା ଫାରୁକଙ୍କୁ ମଧ୍ୟ ତାଙ୍କ ନିଜ ଘରେ ନଜର ବନ୍ଦୀ କରି ରଖାଯାଇଛି । ତାଙ୍କୁ ମଧ୍ୟ କାହା ସହ ସାକ୍ଷାତ ଲାଗି ଅନୁମତି ଦିଯଆଯାଇ ନାହିଁ । ନ୍ୟାସନାଲ କନଫରେନ୍ସ ଓ ପିଡିପି ରାଜନୈତିକ ଦଳର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ଜନଶୂନ୍ୟ ହୋଇ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.