ପୃଥିବୀର ସମୃଦ୍ଧ ସହର ତାଲିକାରେ ରହିଛି ଭାରତର ଏହି ସହର, ସ୍ବିଜେରଲାଣ୍ଡର ଜ୍ୟୁରିଖ ରହିଛି ଶୀର୍ଷରେ

Published By : Prameya-News7 Bureau | November 22, 2019 IST

ନୂଆଦିଲ୍ଲୀ୨୨|୧୧: ନିକଟରେ ଏକ ସର୍ଭେରୁ ଜଣା ପଡିଥିଲା ଯେ, ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି କ୍ଷେତ୍ରରେ  ଦୁନିଆର ସବୁଠୁ ଟପ୍‌ ସ୍ଥାନରେ ୧୧୩ଟି ସହର ରହିଛି। ଏଥିରେ ଭାରତର ବେଙ୍ଗାଲୁରୁ, ଦିଲ୍ଲୀ ଓ ମୁମ୍ବାଇର ନାଁ ମଧ୍ୟ ସାମିଲ ରହିଛି। ଏହି ଇଣ୍ଡେକ୍ସରେ ସ୍ବିଜରଲାଣ୍ଡର ଜ୍ୟୁରିଖ ଟପ୍‌ରେ ରହିଛି। ଏହି ଲିଷ୍ଟରେ ବେଙ୍ଗଲୁରୁ ୮୩ତମ ସ୍ଥାନରେ ରହିଛି। ଦିଲ୍ଲୀ ୧୦୧ତମ ଓ ମୁମ୍ବାଇ ୧୦୭ତମ ସ୍ଥାନରେ ରହିଛି। ପ୍ରଥମ ଥର ପାଇଁ ଏଭଳି ଇଣ୍ଡେକ୍ସ ଜାରି କରାଯାଇଛି।

{"id":188243,"sizeSlug":"large"}

ତାଲିକାର ଟପ୍‌ରେ ଥିବା ୩ଟି ସହର ହେଉଛି ଜ୍ୟୁରିଖ, ଅଷ୍ଟ୍ରିଆର ରାଜଧାନୀ ଭିଏନା ଓ ଡେନମାର୍କର କୋପେନହଗନ । ତତୁର୍ଥ ସ୍ଥାନରେ ଲକ୍ସମବର୍ଗ ଓ ପଞ୍ଚମରେ ହେଲସିଂକି ରହିଛି। PICSA ଦ୍ବାରା ଏହି ଇଣ୍ଡେକ୍ସ ସାମ୍ନାକୁ ଆସିଥିଲା। ଏହି ସର୍ଭେ ସମୟରେ ସଂପୃକ୍ତ ସହରଗୁଡିକର ବାସିନ୍ଦାଙ୍କ ଆର୍ଥିକ ଅବସ୍ଥା କେମିତି ତାହା ଅନୁଧ୍ୟାନ କରାଯାଇଥିଲା। ଏହା ସହ ଲୋକଙ୍କ ଚାକିରି, ଦକ୍ଷତା, ଆୟ, ସ୍ବାସ୍ଥ୍ୟର ସ୍ଥିତି ମଧ୍ୟ ରେକର୍ଡ କରାଯାଇଥିଲା।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.