Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଲିଭର୍ ଖରାପ ହେଲେ ଶରୀରରେ ଦେଖା ଦିଏ ଏହିସବୁ ପ୍ରାଥମିକ ଲକ୍ଷଣ, ଭୁଲରେ ବି କରନ୍ତୁ ନାହିଁ ଅଣଦେଖା

3/11/2019 at 3:13 PM

ମଣିଷ ଶରୀରରେ ଲିଭର(ଯକୃତ) ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। କର୍ମମୟ ଜୀବନ ମଧ୍ୟରେ ଭୁଲ ଖାଦ୍ୟପେୟ ଯୋଗୁଁ  ଯକୃତରେ ବିଭିନ୍ନ ପ୍ରକାର କ୍ଷତି କାରକ ପଦାର୍ଥ ଜମା ହୋଇ ରହିଥାଏ। ଲିଭର ସମସ୍ୟା ଯୋଗୁଁ ମଣିଷ ମୃତ୍ୟୁ ମୁଖରେ ପଡ଼ିଥାଏ। ବିଶେଷ କରି ମଦ ପିଉଥିବା ବ୍ୟକ୍ତିଙ୍କ ଯକୃତରେ ବିଭିନ୍ନ ପ୍ରକାଣ ସମସ୍ୟା ଦେଖାଯାଥାଏ। ଯକୃତରେ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ବା ବିଷାକ୍ତ ପଦାର୍ଥ ଜମା ହୋଇ ରହିଲେ ଶରୀରରେ ବିଭିନ୍ନ ପ୍ରକାଣ ଲକ୍ଷଣ ଦେଖାଯାଇଥାଏ। ଯକୃତ ଜନିତ ସମସ୍ୟା ହୋଇଥିଲେ ମଣିଷ ଶରୀରରେ ଦେଖାଯାଉଥିବା ବିଭିନ୍ନ ଲକ୍ଷଣ ମଧ୍ୟରୁ ଆଜି ୩ ଲକ୍ଷଣ ସଂପର୍କରେ ଜାଣିବା। ଏହି ତିନୋଟି ଲକ୍ଷଣ କ’ଣ ଆସନ୍ତୁ ଜାଣିବା…

୧. ଯଦି କୌଣସି ବ୍ୟକ୍ତିଙ୍କ ପରିସ୍ରାର ରଙ୍ଗ ବଦଳି ଯାଏ ତେବେ ସେହି ବ୍ୟକ୍ତିଙ୍କ ଯକୃତରେ ଅପରିଷ୍କାର ପଦାର୍ଥ ଜମା ହୋଇ ରହିଛି। ଲିଭରରେ ଅପରିଷ୍କାର ପଦାର୍ଥ ଜମା ହୋଇ ରହିଥିଲେ ପରିସ୍ରାର ରଙ୍ଗ ହଳଦିଆ ହୋଇଯାଇଥାଏ। ଏପରିକି ଅଧିକାଂଶ ସମୟରେ ପେଟ ଗରମ ଯୋଗୁଁ ପରିସ୍ରାର ରଙ୍ଗ ହଳଦିଆ ଦେଖା ଯାଇଥାଏ। କିନ୍ତୁ ଯଦି ବାରମ୍ବାର ଆପଣଙ୍କ ପରିସ୍ରାର ରଙ୍ଗ ହଳଦିଆ ଦେଖାଯାଉଛି ତେବେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୨- ଯଦି କୌଣସି ବ୍ୟକ୍ତିଙ୍କ ପେଟ ଯନ୍ତ୍ରଣା ହେଉଛି ତେବେ ତାଙ୍କ ଲିଭରରେ ଅପରିଷ୍କାର ପଦାର୍ଥ ଜମା ହୋଇ ରହିଛି। ପେଟର ଡାହାଣ କିମ୍ବା ବାମ ପାଖରେ ବାରମ୍ବାର ଯନ୍ତ୍ରଣା ହେବା ଲିଭର ଜନିତ ସମସ୍ୟାର ଲକ୍ଷଣ ହୋଇଥାଏ। ଏପରି ପରିସ୍ଥିତିରେ ଆପଣଙ୍କୁ ପ୍ରଚୁର ମାତ୍ରାରେ ପାଣି ପିଇବା ଆବଶ୍ୟକ। ଏଥିସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୩- ଯଦି କୌଣସି ବ୍ୟକ୍ତିଙ୍କ ଡାହାଣ ଓ ବାମ ପାଖ କମରରେ ଯନ୍ତ୍ରଣା ହେଉଛି ଏହା ମଧ୍ୟ ଲିଭର ଜନିତ ସମସ୍ୟାର ଲକ୍ଷଣ। ତେଣୁ କମରରେ ଯନ୍ତ୍ରଣା ହେବା, ଥକାପଣ କିମ୍ବା ଦୁର୍ବଳ ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

   Related Posts