ଜାଣନ୍ତୁ ଏପରି ପୁରୁଷଙ୍କ ବିଷୟରେ ଯେଉଁମାନେ କେବେ ବି ନାରୀଙ୍କୁ ଖୁସିରେ ରଖିପାରିବେ ନାହିଁ

Published By : Prameya-News7 Bureau | May 11, 2019 IST

ଯେଉଁ ପୁରୁଷମାନେ ସବୁବେଳେ ମିଛ ବାହାନା କରିଥାଆନ୍ତି ତାଙ୍କଠୁ ଦୂରେଇ ରହିବା ଉଚିତ୍। କାରଣ ଏପରି ପୁରୁଷମାନେ କେବଳ ମିଛ କଥା କହିଥାଆନ୍ତି। ତାଙ୍କ କଥାର କୈାଣସି ଗ୍ୟାରେଣ୍ଟି ନଥାଏ ଯେ ସେ ବିବାହ ପରେ ଆପଣଙ୍କ ସବୁକଥା ଶୁଣିବେ ଏବଂ ରଖିବେ।

{"id":110844,"width":595,"height":396}

ଯଦି ସେହି ପୁରୁଷ ଆପଣଙ୍କ କଥାକୁ ଗୁରୁତ୍ବ ଦେଇନଥାଆନ୍ତି ଏବଂ ଆପଣଙ୍କୁ ସବୁବେଳେ ହେଳା କରିଥାଆନ୍ତି ତେବେ ତାଙ୍କୁ ବିବାହ କରିବା ଅନୁଚିତ୍। କାରଣ ଏପରି ବ୍ୟକ୍ତିଙ୍କ କୈାଣସି ଭରସା ନଥାଏ ,ପ୍ରଥମେ ସେ ଆପଣଙ୍କ କଥା ଶୁଣିଥାଏ କିନ୍ତୁ ପର ମୂହୁର୍ତ୍ତରେ ଆପଣଙ୍କ କଥାକୁ ରଖିନଥାଏ। ଏପରି ସମ୍ପର୍କ କେବେ ବି ମଜବୁତ ହୋଇପାରେ ନାହିଁ।

{"id":110845,"width":593,"height":445}

ଯଦି ଆପଣଙ୍କ ପ୍ରେମିକ ଆପଣଙ୍କ ପ୍ରତି ନୀଚ ଭାବନା ରଖିଥାଏ ତେବେ ତାଙ୍କ ଉପରେ କେବେ ବି ଭରସା କରିବା ଉଚିତ୍ ନୁହେଁ। କାରଣ ଆପଣ ଯେତେବେଳେ ନୂଆ କାମ କରିବାକୁ ଆଗକୁ ବଢ଼ିବେ ସେତେବେଳେ ସେ ଆପଣଙ୍କୁ ମଝି ବାଟରେ ଏକୁଟିଆ ଛାଡ଼ି ଦେବ।

{"id":110847,"width":596,"height":317}

ଏପରି ନକରାତ୍ମକ ଚିନ୍ତାଧାରା ଥିବା ବ୍ୟକ୍ତିଙ୍କ ସହ କୈାଣସି ଝିଅ ଖୁସିରେ ରହିପାରିବ ନାହିଁ।  

{"id":110849,"width":594,"height":395}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.