Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||

ଫିଲ୍ମ ସୁଟିଂ ବେଳେ ପ୍ରେଗ୍ନେଟ ହୋଇଥିଲେ ଏହି ୫ ଅଭିନେତ୍ରୀ, ପ୍ରଥମ ଜଣକ ଥିଲେ ଅବିବାହିତା

28/08/2019 at 9:15 PM

ବଲିଉଡ୍ ଇଣ୍ଡଷ୍ଟ୍ରିର ଏମିତି ଅନେକ କଥା ଅଛି ଯାହା କେବେ ପଦାକୁ ଜଣାପଡିନି। ବଲିଉଡ ପର୍ଦ୍ଦା ଆଢୁଆଳରେ ଏବେ ବି ଅନେକ ଘଟଣା ଘୋଡେଇ ହୋଇ ରହିଛି। ତେବେ ଇଣ୍ଡଷ୍ଟ୍ରିର ଏପରି ଅନେକ ତଥ୍ୟ ଅଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବେନି।  ଏମିତି  ଘଟଣାମାନଙ୍କ ମଧ୍ୟରେ ଅଭିନେତ୍ରୀମାନଙ୍କର ମା ହେବା ଅନ୍ୟତମ। ଇଣ୍ଡଷ୍ଟ୍ରିର କିଛି ନାୟିକା ଅଛନ୍ତି ଯେଉଁମାନେ ସୁଟିଂ ସମୟରେ ପ୍ରେଗ୍ନେଟ୍ ହୋଇଥିଲେ। ଆସନ୍ତୁ ଆଲୋଚନା କରିବା ସେହି ନାୟିକାମାନଙ୍କ ସମ୍ପର୍କରେ।

ଏମିତି ଜଣେ ନାୟିକା ହେଉଛନ୍ତି ଶ୍ରୀଦେବୀ। ବଲିଉଡର ଜଣାସୁଣା ନାୟିକାଙ୍କ ମଧ୍ୟରେ ଶ୍ରୀଦେବୀ ଅନ୍ୟତମ ଥିଲେ। ତାଙ୍କର ସୌନ୍ଧର୍ଯ୍ୟ ଯେମିତି ଅଭିନୟ ମଧ୍ୟ  ସେମିତି । ତେବେ ୧୯୯୭ ମସିହାରେ ଫିଲ୍ମ ‘ଯୁଦାଇ’ର ସୁଟିଂ ବେଳେ ସେ ପ୍ରେଗ୍ନେଟ୍ ହୋଇଯାଇଥିଲେ। ସେତେବେଳେ ବୋନି କପୁରଙ୍କ ସହ ତାଙ୍କର ଆଫେୟାର ଚାଲିଥିଲା। ହେଲେ ବିବାହ କରିନଥିଲେ। ଏହି ଫିଲ୍ମର ସୁଟିଂ ଶେଷ ହେବା ପରେ ସେ ବୋନିଙ୍କୁ ବିବାହ କରିଥିଲେ। ଏହି ଫିଲ୍ମରେ ଶ୍ରୀଦେବୀଙ୍କ ସହ ଉର୍ମିଳା ମାତଣ୍ଡୋକର ବି ଅଭିନୟ କରୁଥିଲେ। ତାଙ୍କର କ୍ୟାରେକ୍ଟର ନାମ ଥିଲା ଜାହ୍ନବୀ। କ୍ୟାରେକ୍ଟରରେ ପ୍ରଭାବିତ ହୋଇ ଶ୍ରୀଦେବୀ ତାଙ୍କ ବଡ ଝିଅର ନାମ ଜହ୍ନବୀ ରଖିଥିଲେ।

ସେହିଭଳି ଜୁହୀ ଚାୱାଲା ମଧ୍ୟ ଫିଲ୍ମ ସୁଟିଂ ବେଳେ ପ୍ରେଗ୍ନେଟ୍ ହୋଇଥିଲେ। ଫିଲ୍ମ ‘ଝଙ୍କାର ବିଟସ୍’ ର ସୁଟିଂ ବେଳେ ତାଙ୍କର ଗର୍ଭବତୀ ଅବସ୍ଥାର ସିନ୍ ସୁଟିଂ ହେଉଥିବା ବେଳେ ବାସ୍ତବରେ ସେ ପ୍ରେଗ୍ନେନେଟ୍ ଥିଲେ। ଫିଲ୍ମର ସୁଟିଂ ଠିକ୍ ସମୟରେ ସରିଥିବା ବେଳେ ଫିଲ୍ମଟି ବି ସୁପରହିଟ୍ ହୋଇଥିଲା। କେବଳ ଶ୍ରୀଦେବୀ କି ଜୁହୀ ନୁହନ୍ତି ଭେଟେରାନ ନାୟିକା ଜୟା ବଚ୍ଚନ ମଧ୍ୟ ଫିଲ୍ମ ସୁଟିଂ ବେଳେ ପ୍ରେଗ୍ନେଟ୍ ଥିଲେ। ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇ ପାରନ୍ତି, ହେଲେ କଥାଟା ବାସ୍ତବିକ୍। ଫିଲ୍ମ ‘ସୋଲେ’ର ସୁଟିଂ ବେଳେ ଜୟା ପ୍ରେଗ୍ନେଟ୍ ଥିଲେ। ଠାକୁରଙ୍କ ବହୁରାନୀ ଭୂମିକାରେ ତାଙ୍କର ବେବି ବମ୍ପ ବି ପର୍ଦ୍ଦାରେ ଆପଣ ଚାହିଁଲେ ଅନୁଭବ କରିପାରିବେ। ତେବେ ସୁଟିଂ ବେଳେ ଏଥିପ୍ରତି କାହାର ନଜର ପଡିନଥିଲା।

ଫିଲ୍ମ ‘ହିରୋଇନ୍’ର ସୁଟିଂ ବେଳେ ଐଶ୍ୱର୍ଯ୍ୟା ରାୟବି ପ୍ରେଗ୍ନେଟ ହୋଇଥିଲେ। ଏଥିଲାଗି ସେ ଅଧାରୁ ସୁଟିଂ ବନ୍ଦ କରିଦେଇଥିଲେ। ଫିଲ୍ମର ସୁଟିଂ କିଛି ବାଟ ଆଗେଇ ଯାଇଥିଲା। ହେଲେ ମା ହେବା ଯୋଗୁ ଐଶ୍ୱର୍ଯ୍ୟା ଅଧାରୁ ଫିଲ୍ମ ଛାଡିଦେବାରୁ ପ୍ରଯୋଜକଙ୍କୁ ଅନେକ କ୍ଷତିର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ପରେ କରିନା କପୁରଙ୍କୁ ନେଇ ଏହି ଫିଲ୍ମଟି ସୁଟିଂ ହୋଇଥିଲା। କେବଳ ଐଶ୍ୱର୍ଯ୍ୟା ନୁହଁନ୍ତି କାଜୋଲ ବି ସୁଟିଂ ବେଳେ ପ୍ରେଗ୍ନେଟ ହୋଇଥିଲେ। ସେ ଦ୍ୱିତୀୟବାର ମା ହେବାକୁ ଯାଉଥିଲେ ବି ଫିଲ୍ମର ସୁଟିଂ ବନ୍ଦ କରିନଥିଲେ। ଏଣୁ ଫିଲ୍ମର ସୁଟିଂ ସଠିକ ସମୟରେ ସରିବା ସହ ରିଲିଜ ବି ହୋଇଥିଲା।

   Related Posts