Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫିଲ୍ମ ସାଇନ୍‌ କରିବା ପୂର୍ବରୁ ବିଚିତ୍ର ସର୍ତ୍ତ ରଖନ୍ତି ଏହି ୫ଜଣ ବଲିଉଡ ଷ୍ଟାର

28/07/2019 at 4:54 PM

ମୁମ୍ବାଇ୨୮|୭: ପ୍ରତ୍ୟେକ ବଲିଉଡ ଷ୍ଟାର ଫିଲ୍ମ ସାଇନ୍‌ କରିବା ପୂର୍ବରୁ କିଛି ନା କିଛି ସର୍ତ୍ତ ରଖନ୍ତି। ତେବେ ବଲିଉଡର ଏହି ୫ ଜଣ ପ୍ରତିଷ୍ଠିତ କଳାକାରଙ୍କ ବିଷୟରେ ଜାଣନ୍ତୁ ଯିଏ ଫିଲ୍ମ ସାଇନ୍‌ କରିବା ପୂର୍ବରୁ ବିଚିତ୍ର ସର୍ତ୍ତ ରଖନ୍ତି ।

୧- ସଲମାନ ଖାନ

ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ଲୋକପ୍ରିୟତା ଅଧିକ ହୋଇଥିବାରୁ ଫିଲ୍ମ କରିବା ପୂର୍ବରୁ ନିର୍ଦ୍ଦେଶକ ତାଙ୍କର ସବୁ ସର୍ତ୍ତକୁ ମାନନ୍ତି। ସଲମାନ ଫିଲ୍ମ ସାଇନ୍‌ କରିବା ପୂର୍ବରୁ ପ୍ରଥମ ସର୍ତ୍ତ ରଖନ୍ତି ଯେ, ସେ କେବେ କୌଣସି ଅଭିନେତ୍ରୀଙ୍କୁ ଅନ୍‌ସ୍କ୍ରିନ କିସ୍‌ କରିବେ ନାହିଁ । ଏହା ସହ ସେ ବୋଲ୍ଡ ସିନ୍‌ କରିବେ ନାହିଁ ବୋଲି ମଧ୍ୟ ସର୍ତ୍ତ ରଖନ୍ତି।

୨- ଋତିକ୍‌ ରୋଶନ

ଫେମସ୍‌ ଅଭିନେତା ଋତିକ୍‌ ରୋଶନ ଫିଲ୍ମ ସାଇନ୍‌ କରିବା ପୂର୍ବରୁ ଅନେକ ସର୍ତ୍ତ ରଖନ୍ତି। ସେ କୁହନ୍ତି ଯେ, ଯେଉଁଠି ଫିଲ୍ମ ଶୁଟିଂ ହେବ ସେଠାରେ ତାଙ୍କୁ ଜିମ୍‌ର ସୁବିଧା ମିଳିବା ଦରକାର। କେବଳ ସେତିକି ନୁହେଁ ଅଭିନେତା ଋତିକ ନିଜ ସହ ନିଜର ରୋଷେୟା  ମଧ୍ୟ ସାଙ୍ଗରେ ନେଇ ଯାଆନ୍ତି ଯିଏ ତାଙ୍କ ପସନ୍ଦ ଅନୁସାରେ ଖାଦ୍ୟ ତିଆରି କରେ।

୩- କରୀନା କପୁର

ବଲିଉଡର ନାମି-ଦାମି ଅଭିନେତ୍ରୀ କରୀନା କପୁର ସବୁବେଳେ ସେହି ଫିଲ୍ମ ସାଇନ୍‌ କରନ୍ତି ଯେଉଁଥିରେ ଲିଷ୍ଟ-ଏ କ୍ୟାଟେଗରିର କଳାକାର କାମ କରନ୍ତି। କରୀନା ଅଧିକ ଫେମସ ନଥିବା କଳାକାରମାନଙ୍କ ସହ ଫିଲ୍ମ ସାଇନ୍‌ କରନ୍ତି ନାହିଁ।

୪- ଅକ୍ଷୟ କୁମାର

ବଲିଉଡର ଖିଲାଡି ଅକ୍ଷୟ କୁମାର ଫିଲ୍ମ ସାଇନ୍‌ କରିବା ପୂର୍ବରୁ ଏହା ସର୍ତ୍ତ ରଖନ୍ତି ଯେ, ସେ ରବିବାର ଦିନ ଶୁଟିଂ କରିବେ ନାହିଁ। କାରଣ ରବିବାର ତାଙ୍କୁ କାମ କରିବା ପସନ୍ଦ ନୁହେଁ। ସେଦିନ ସେ ନିଜ ପରିବାର ସହ ସମୟ ବିତାନ୍ତି। ଏହା ବ୍ୟତୀତ ତାଙ୍କୁ ରାତିରେ ମଧ୍ୟ କାମ କରିବା ପସନ୍ଦ ନୁହେଁ।

୫- ଆମୀର ଖାନ

ବଲିଉଡର ମିଷ୍ଟର ପର୍ଫେକ୍‌ସନିଷ୍ଟ ଆମୀର ଖାନ କେବେ ଲୋ ଆଙ୍ଗଲ ଶଟ୍‌ ରଖିବା ପସନ୍ଦ କରନ୍ତି ନାହିଁ। ସେ ଏହି ସର୍ତ୍ତ ରଖନ୍ତି ଓ ତାଙ୍କୁ ଲୋ ବଜେଟ୍‌ ଫିଲ୍ମ କରିବା ଭଲ ଲାଗେ ନାହିଁ।

   Related Posts