ବଲିଉଡର ଏହି ଷ୍ଟାରମାନେ ମାରାତ୍ମକ ରୋଗର ହୋଇଛନ୍ତି ଶିକାର, ଜଣଙ୍କୁ ଥିଲା HIV!

Published By : Prameya-News7 Bureau | November 07, 2019 IST

ବଲିଉଡର ଏମିତି କିଛି କଳାକାର ଅଛନ୍ତି ଯିଏ ଖୁବ ମାକରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅନେକ ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀ କ୍ୟାନସରର ଶିକାର ହୋଇଥିବା ସମସ୍ତେ ଜାଣନ୍ତି ।  ହେଲେ ଏହା ବ୍ୟତୀତ କିଛି କଳାକାର ଅନ୍ୟ ମାରାତ୍ମକ ରୋଗର ମଧ୍ୟ ଶିକାର ହୋଇଛନ୍ତି , ଯାହା ଲୋକଲୋଚନକୁ ଆସିନାହିଁ । ତେବେ ଆସନ୍ତୁ ଜାଣିବା ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିବା ସିନେମା ଜଗତର କିଛି କଳାକାରଙ୍କ ବିଷୟରେ।

{"id":180481}

ସଲମାନ ଖାନ- ବଲିଉଡର ସୁପରଷ୍ଟାର ସଲମାନ ଖାନ ଏକ ମାରାତ୍ମକ ରୋଗର ଶିକାର ହୋଇଛନ୍ତି। ସଲମାନ ଖାନଙ୍କୁ ଟ୍ରାଇଜେମିନାଲ ନ୍ୟୁରୋଲଜିଆ ନାମକ ରୋଗ ହୋଇଛି। ଏହି ରୋଗ ମଣିଷ ଶରୀରକୁ ଶୋଇବା ସମୟରେ ବହୁତ କଷ୍ଟ ଦେଇଥାଏ।

{"id":180479}

ଅମିତାଭ ବଚ୍ଚନ- ବଲିଉଡର ବିଗ ବି ଫିଲ୍ମ ଇଣ୍ଡଷ୍ଟ୍ରିର ମହାନାୟକ ଭାବେ ପରିଚିତ। ସୂଚନାଯୋଗ୍ୟ ଯେ, କୁଲି ଫିଲ୍ମର ଶୁଟିଂ ସମୟରେ ଅମିତାଭଙ୍କୁ ଆଘାତ ହୋଇଥିଲା । ଅସ୍ତ୍ରୋପଚାର ଲାଗି ତାଙ୍କୁ ରକ୍ତ ଦିଆଯାଇଥିଲା। ଏହି ରକ୍ତ ଯୋଗୁଁ ଅମିତାଭ ହେପେଟାଇଟ୍‌ସ ବି ଭାଇରସ ସଂସ୍ପର୍ଶରେ ଆସିଥିଲେ। ଏହି ରୋଗରେ ଆକ୍ରାନ୍ତ ହୋଇଥିବାରୁ ଅମିତାଭଙ୍କର ୭୫ ପ୍ରତିଶତ ଲିଭର ଖରାପ ଅଛି। କାରଣ ଏହି ଭଆଇରସ ତାଙ୍କ ଲିଭର ଉପରେ ଖରାପ ପ୍ରଭାବ ପକାଇଥିଲା।

{"id":180478}

ନିଶା ନୁର- ସାଉଥ ସୁପରଷ୍ଟାରଙ୍କ ସହ କାମ କରିଥିବା ଅଭିନେତ୍ରୀ ନିଶା ଏଡ୍ସ ରୋଗରେ ଆକ୍ରାନ୍ତ ଥିଲେ। HIV ଯୋଗୁଁ ଅଭିନେତ୍ରୀ ନିଶାଙ୍କର ୨୦୦୭ ମସିହାରେ ମୃତ୍ୟୁ ହୋଇଥିଲା।

{"id":180477}

ସୋନମ କପୁର- ସିନେମା ଜଗତରେ ସୋନମ କପୁର ତାଙ୍କ ଷ୍ଟାଇଲ ପାଇଁ ଚର୍ଚ୍ଚିତ । ସିନେମା ଜଗତର ଲିଜେଣ୍ଡ ସୁପରଷ୍ଟାର ଅନୀଲ କପୁରଙ୍କ ଝିଅ ସୋନମ ତାଙ୍କ ଯୁବା ଅବସ୍ଥାରୁ ମଧୁମେହର ଶିକାର ହୋଇଛନ୍ତି। ୨୦୧୮ରେ ସୋନମଙ୍କୁ ମଧୁମେହ ଅତ୍ୟଧିକ ବଢିଯାଇଥିଲା। କିନ୍ତୁ ଯୋଗ, ବ୍ୟାୟାମ ଏବଂ ସଠିକ୍‌ ଆହାର ଦ୍ବାରା ସେ ଏହି ରୋଗର ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛନ୍ତି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.