ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ରାୟ ସମ୍ପର୍କରେ ବଲିଉଡ୍‌ର କଳାକାର ଦେଲେ ଏମିତି ପ୍ରତିକ୍ରିୟା

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ୮/୧୧: ଅଯୋଧ୍ୟା ମାମଲାରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମ କୋର୍ଟଙ୍କ ରାୟ ପରେ ବଲିଉଡ୍‌ର କଳାକାରମାନେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ବଲିଉଡ୍‌ର ଏହି ପାଞ୍ଚଜଣ କଳାକାର  ସୋସିଆଲ ମିଡିଆରେ କ’ଣ ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ଜାଣିବା…

ଦେଶରେ  ଘଟୁଥିବା ଛୋଟ ବଡ଼ ଘଟଣା ସଂପର୍କରେ ବଲିଉଡ୍‌ର ବରିଷ୍ଠ କଳାକାର ଅନୁପମ୍ ଖେର ଟ୍ବିଇଟ୍‌ କରିଥାଆନ୍ତି। ଅଯୋଧ୍ୟା ମାମଲାରେ ସୁପ୍ରିମ ଦେଇଥିବା ରାୟ ଉପରେ ସେ ଲେଖିଛନ୍ତି ଯେ ‘ଆଲ୍ଲାହ ତେରେ ନାମ୍‌, ଇଶ୍ବର ତେରେ ନାମ। ସବ୍‌କୋ ସନ୍‌ମତି ଦେ ଭଗବାନ।‘

{"id":181493}
wp:core-embed/twitter {"url":"https://twitter.com/AnupamPKher/status/1193018711210373120","type":"rich","providerNameSlug":"twitter","className":""}
https://twitter.com/AnupamPKher/status/1193018711210373120
/wp:core-embed/twitter

ସେହିପରି ବଲିଉଡ୍‌ର ଅଭିନେତ୍ରୀ ସ୍ବରା ଭାସ୍କର ଟ୍ବିଇଟ କରି ଲେଖିଛନ୍ତି ଯେ ‘ରଘୁପତି ରାଘବ ରାଜା ରାମ… ସବ୍‌କୋ ସନ୍‌ମତି ଦେ ଭଗବାନ।‘

{"id":181494}
wp:core-embed/twitter {"url":"https://twitter.com/ReallySwara/status/1192915071577407488","type":"rich","providerNameSlug":"twitter","className":""}
https://twitter.com/ReallySwara/status/1192915071577407488
/wp:core-embed/twitter

ବଲିଉଡ୍‌ର ଫିଲ୍ମ ନିର୍ଦେଶକ ଅନୁଭବ ସିହ୍ନା ଟ୍ବିଇଟ କରି ଲେଖିଛନ୍ତି ଯେ, ନା ହିନ୍ଦୁ, ନା ମୁସଲମାନ ଆଜି ମୁଁ ଜଣେ ଭାରତୀୟ ହୋଇ ଭାବୁଛି ।

{"id":181497}
wp:core-embed/twitter {"url":"https://twitter.com/anubhavsinha/status/1193016804198641664","type":"rich","providerNameSlug":"twitter","className":""}
https://twitter.com/anubhavsinha/status/1193016804198641664
/wp:core-embed/twitter

ବଲିଉଡର ଫରହାନ ଅଖତର୍‌ ଟ୍ବିଇଟ ଲେଖିଛନ୍ତି ଯେ ମୋର ସବୁ ଲୋକଙ୍କୁ ଅନୁରୋଧ ସୁପ୍ରିମ କୋର୍ଟଙ୍କ ରାୟକୁ ସମ୍ମାନ ଦିଅନ୍ତୁ।

{"id":181501}
wp:core-embed/twitter {"url":"https://twitter.com/FarOutAkhtar/status/1193032594322968576","type":"rich","providerNameSlug":"twitter","className":""}
https://twitter.com/FarOutAkhtar/status/1193032594322968576
/wp:core-embed/twitter

ସେହିପରି ବଲିଉଡର ତାପସୀ ପନ୍ନୁ ଟ୍ବିଇଟ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛି । ଏବେ ଦେଶର ବିକାଶ ପାଇଁ ଯାହା କାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି ତାହା କରାଯିବା ଉଚିତ୍‌ ବୋଲି ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

{"id":181505}
wp:core-embed/twitter {"url":"https://twitter.com/taapsee/status/1193075332728778755","type":"rich","providerNameSlug":"twitter","className":""}
https://twitter.com/taapsee/status/1193075332728778755
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.