Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଦର୍ଶକଙ୍କୁ ଏଭଳି ବୋକା ବନାନ୍ତି ବଲିଉଡ କଳାକାର ଓ ପିଲ୍ମ ନିର୍ମାତା

2/08/2019 at 5:34 PM

ମୁମ୍ବାଇ୨|୮: ବଲିଉଡ ଫିଲ୍ମରେ ଏମିତି ଅନେକ ସିନ୍‌ ଥାଏ ଯାହା ଦେଖି ଦର୍ଶକ ଭାବନ୍ତି ଏମିତି ସିନ୍‌ କଳାକାର ମାନେ କେମିତି ଶୁଟ କରୁଥିବେ। ତେବେ ପରଦା ପଛରେ ଅନେକ ଏମିତି ଜିନିଷ ହୁଏ ଯାହା ଅନେକ ଲୋକ ଜାଣିନଥାନ୍ତି। ପ୍ରତ୍ୟେକ ଫିଲ୍ମରେ ଅଭିନେତାଙ୍କ ବଡି ପୂରା ପର୍ଫେକ୍ଟ ଦେଖାଇଥାଏ। ପରଦାରେ ଅଭିନେତାଙ୍କୁ ଦେଖି ଫ୍ୟାନ୍ସ ନିଜକୁ ଅଭିନେତା ଅଭିନେତ୍ରୀଙ୍କ ଭଳି ହେବାର ସ୍ବପ୍ନ ଦେଖନ୍ତି। କିନ୍ତୁ ପ୍ରକୃତରେ ତାହା ସତ ନୁହେଁ। ଏଭଳି ସିନ୍‌ରେ VFXର ହାତ ଥାଏ। ଏହି ଟେକ୍‌ନିକ୍‌ ଦ୍ବାରା କଳାକାରଙ୍କ ବଡି ଏଡିଟ୍‌ କରାଯାଏ।

ସଲମାନ ଖାନଙ୍କ ଫିଲ୍ମ କିକ୍‌ରେ ଏମିତି ଏକ ସିନ୍‌ ଅଛି ଯେଉଁଥିରେ ଟ୍ରେନ ସାମ୍ନାରୁ ସାଇକେଲ ପାସ କରିବାର ଚିତ୍ର ଦେଖାଯାଇଛି।  ସେଥିରେ ଦେଖାଯାଇଛି ଯେ, ଟ୍ରେନ ପାଖକୁ ଆସୁଥିବା ବେଳେ ସଲମାନ ଚାଲିକି ଟ୍ରାକ୍‌ ପାର ହୋଇଛନ୍ତି। କିନ୍ତୁ ସଲମାନ ଏହି ସିନ୍‌ ଶୁଟ୍‌ କରିବା ସମୟରେ ଚାଲୁଥିଲେ ସତ ହେଲେ ପାଖରେ କୌଣସି ଟ୍ରେନ୍‌ ନଥିଲା।  ତାହା ଗ୍ରାଫିକ୍ସ ଓ ଭିଏଫ୍‌ଏକ୍ସର କମାଲ।

ଫିଲ୍ମ ବାହୁବଳୀରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ସୌନ୍ଦର୍ଯ୍ୟର ସମସ୍ତେ ଦିୱାନା ହୋଇଯାଇଥିଲେ। କିନ୍ତୁ ତାଙ୍କର ଅନେକ ସିନ୍‌ ଶୁଟିଂରେ ଭିଏଫଏକ୍ସର ବ୍ୟବହାର କରି ଏଡିଟ୍‌ କରାଯାଇଥିଲା।

ବଲିଉଡର କିଂଗ ଶାହରୁଖ ଖାନ ଫିଲ୍ମ ହାପି ନ୍ୟୁ ଇୟରରେ ଏକ ନିଆଁ ସିନ୍‌ କରିଥିଲେ। ଏହି ସିନ୍‌ରେ ତାଙ୍କ ସାର୍ଟ ଜଳୁଥିବା ଦେଖାଯାଇଥିଲା। ତେବେ ଏହା ପ୍ରକୃତରେ ଘଟିନଥିଲା। ଏହା ସମ୍ପୂର୍ଣ୍ଣ ଏଡିଟିଂର କମାଲ ଥିଲା। ପିନ୍ଧିଥିବା ସମୟରେ ତାଙ୍କ ସାର୍ଟ ହଠାତ୍‌ ଜଳିବା ଦେଖି ଦର୍ଶକ ଡରିଯାଇଥିବେ। କିନ୍ତୁ ଏମିତି ସିନ୍‌ କେବଳ ଏଡିଟିଂ ଦ୍ବାରା ହୋଇଥାଏ।  

 ଫିଲ୍ମ ଚାନ୍ଦନୀ ଚୌକ ଟୁ ଚାଇନାରେ ଅକ୍ଷୟ କୁମାର ଓ ଦୀପିକା ପାଦୁକୋଣ ପବନରେ ରୋମାନ୍ସ କରୁଥିବାର ଦେଖାଯାଇଥିଲା। ଏହି ସିନ୍‌ ଏକ ରୁମ ଭିତରେ ଶୁଟିଂ ହୋଇଥିଲା କିନ୍ତୁ ଭିଏଫଏକ୍‌ସ ଦ୍ବାରା ଏହା ପବନରେ ହୋଇଥିବାର ପରଦାରେ ଦେଖାଯାଇଛି।

 

   Related Posts