Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||

ବଲିଉଡର ଏହି ଷ୍ଟାରମାନେ ପ୍ରେମରେ ପାଗଳ ହୋଇ କରୁଥିଲେ ଏମିତି କାମ…

3/10/2019 at 12:06 PM

ମୁମ୍ବାଇ୨|୧୦: ବଲିଉଡରେ ସବୁଠୁ ଅଧିକ ଏଫେୟର, ଛାଡପତ୍ର ଓ ବ୍ରେକଅପ୍‌ର ଖବର ଆସୁଥାଏ। ଅନେକ ବଲିଉଡ ଷ୍ଟାର ତ ବିବାହ କରିବାର ରେକର୍ଡ ଭାଙ୍ଗିସାରିଛନ୍ତି। ହେଲେ ଆଜି ଏମିତି କିଛି କଳାକାରଙ୍କ ବିଷୟରେ ଜାଣନ୍ତୁ ଯିଏ ପ୍ରେମରେ ପାଗଳ ହୋଇ କରିଥିଲେ ଏହି କାମ।

୧- ଐଶ୍ବର୍ଯ୍ୟା ରାୟ- ସଲମାନ ଓ ଐଶ୍ବର୍ଯ୍ୟା ରିଲେସନଶିପ୍‌ରେ ଥିବା ସମୟରେ ଐଶ୍ବର୍ଯ୍ୟା ନିଜ ଘର ଛାଡିଦେଇଥିଲେ। ଘର ଛାଡିବା ପରେ ଐଶ୍ବର୍ଯ୍ୟା ମୁମ୍ବାଇ ଲୋଖଣ୍ଡୱାଲା ବ୍ରୁକ ହିଲ ଟାୱରର ଗୋଟେ ଆପାର୍ଟମେଣ୍ଟରେ ଏକା ରହୁଥିଲେ।

୨- ଜୟପ୍ରଦା- ବଲିଉଡ ଅଭିନେତ୍ରୀ ଜୟପ୍ରଦା ସେହି ସମୟରେ ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ନାହଟାଙ୍କ ପ୍ରେମରେ ପାଗଳ ଥିଲେ। ଶ୍ରୀକାନ୍ତ ପ୍ରଥମରୁ ବିବାହିତ ଥିଲେ ଓ ୨ଟି ସନ୍ତାନଙ୍କ ବାପା ମଧ୍ୟ ଥିଲେ। ଏହା ଜାଣି ମଧ୍ୟ ଜୟପ୍ରଦା ଶ୍ରୀକାନ୍ତଙ୍କ ସହ ତାଙ୍କ ଘରେ ରହୁଥିଲେ।

୩- ରବୀନା ଟଣ୍ଡନ- ରବୀନା ଟଣ୍ଡନ ଓ ଅଜୟ ଦେବଗନ ପ୍ରଥମେ ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ। ଉଭୟ ଅନେକ ଦିନ ଧରି ରିଲେସନଶିପରେ ଥିଲେ। ହେଲେ ଯେତେବେଳେ ଅଜୟଙ୍କ ଜୀବନରେ କରିସ୍ମା କପୁର ଆସିଲେ ସେତେବେଳେ ଅଜୟ ରବୀନାଙ୍କଠୁ ଦୂରାଇଥିଲେ। ସେଥିପାଇଁ ରବୀନା ଅବସାଦଗ୍ରସ୍ଥ ହୋଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

୪- ଆମୀର ଖାନ- ଆମୀର ଖାନ ନିଜ ଘର ପାଖରେ ରହୁଥିବା ରିନା ଦତ୍ତା ନାମକ ଜଣେ ଯୁବତୀଙ୍କୁ ଭଲ ପାଇଥିଲେ। ତାଙ୍କ ପ୍ରେମରେ ପାଗଳ ହୋଇ ନିଜ ରକ୍ତରେ ପ୍ରେମଚିଠି ମଧ୍ୟ ଲେଖିଥିଲେ। ପରେ ଉଭୟ ଘରୁ ପଳାଇ ବିବାହ କରିଥିଲେ ଓ ଏବେ ଦୁହେଁ ପରସ୍ପରଙ୍କଠାରୁ ଅଲଗା ମଧ୍ୟ ହୋଇସାରିଛନ୍ତି। 

 ୫- ଧର୍ମେନ୍ଦ୍ର- ୪ଟି ସନ୍ତାନଙ୍କ ବାପା ହେବା ପରେ ମଧ୍ୟ ଧର୍ମେନ୍ଦ୍ର ହେମା ମାଳିନୀଙ୍କୁ ପ୍ରେମ କରିଥିଲେ। ନିଜ ପ୍ରଥମ ବିବାହରେ ଛାଡପତ୍ର ନଦେଇ ସେ ଦ୍ବିତୀୟ ଥର ପାଇଁ ହେମାଙ୍କୁ ବିବାହ କରିଥିଲେ। ବିବାହ କରିବା ପାଇଁ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ। 

   Related Posts