ବଲିଉଡର ଟପ କଳାକାରଙ୍କୁ ବାହାଘରକୁ ନିମନ୍ତ୍ରଣ କରିବାକୁ ଚାହୁଁଛନ୍ତି କି?ଜାଣନ୍ତୁ ଏମାନଙ୍କ ଫିସ୍ କେତେ…

Published By : Prameya-News7 Bureau | April 02, 2019 IST

wp:heading {"level":5}
ମୁମ୍ବାଇ୨|୪: ବିବାହ ଉତ୍ସବକୁ ବଲିଉଡ କଳାକାରମାନଙ୍କୁ ନିମନ୍ତ୍ରଣ କରିବା କିଛି ଲୋକଙ୍କ ସଉକ ଥାଏ । ବାହାଘର ଭୋଜିରେ ବା ଅନ୍ୟାନ୍ୟ ଉତ୍ସବରେ ଶାହାରୁଖ ଖାନ, ଋତିକ ରୋଶନ, ରଣବୀର ସିଂ, ରଣବୀର କପୁରଙ୍କ ଭଳି କଳାକାରଙ୍କୁ ଦେଖିବାକୁ ମିଳିଥାଏ । ଏପରିକି ଏହି କଳାକାରମାନେ ବରଯାତ୍ରୀରେ ମଧ୍ୟ ସାମିଲ ହୋଇ ନାଚିଥାନ୍ତି । ବିବାହ ଉତ୍ସବକୁ ଆସିଥିବା ଲୋକେ ଭାବନ୍ତି ଯେ, ଏହି କଳାକାରମାନେ ବୋଧେ ବିବାହ ହେଉଥିବା ପରିବାରର ବନ୍ଧୁ-ପରିଜନ । କିନ୍ତୁ ଅସଲରେ ବିବାହ ଭୋଜି ଆୟୋଜନ କରିଥିବା ଲୋକଙ୍କ ସହ ଏମାନଙ୍କ କୌଣସି ସମ୍ପର୍କ ନଥାଏ । ଏମାନେ କେବଳ ଫିସ୍‌ ନେଇ ସମ୍ପୃକ୍ତ ଭୋଜିରେ ଯୋଗ ଦେଇଥାନ୍ତି । ଏମାନେ ଭୋଜିରେ ଯୋଗ ଦେବା ସଂପୃକ୍ତ ପରିବାର ପାଇଁ ଷ୍ଟଟସର ସିମ୍ବଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗୋଟିଏ ବିବାହ ଭୋଜିରେ ଯୋଗ ଦେବା ପାଇଁ ଏହି ସବୁ କଳାକାର କେତେ କେତେ ଫିସ୍‌ ନେଇଥାନ୍ତି ।  
/wp:heading wp:heading {"level":5}
୧.ଶାହରୁଖ ଖାନ-
/wp:heading {"id":99289}
wp:heading {"level":5}
ହିନ୍ଦି ସିନେମା ଜଗତର ପ୍ରତିଷ୍ଠିତ ଅଭିନେତା ଶାହରୁଖ ଖାନ ବେଶ ପପୁଲାର। ଗୋଟେ ଫିଲ୍ମ ପାଇଁ ଶାହରୁଖ ପାଖାପାଖି ୪୦ କୋଟି ଟଙ୍କା ଫିସ ନିଅନ୍ତି। ବଲିଉଡରେ ଅଧିକ ଆୟ କରୁଥିବା ଅଭିନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶାହରୁଖ। ବିବାହରେ ଆସିବା ପାଇଁ ଶାହରୁଖ ୨ କୋଟି ଟଙ୍କା ନିଅନ୍ତି ଓ ଡାନ୍ସ କରିଲେ ୩ କୋଟି ଟଙ୍କା ନିଅନ୍ତି ।  
/wp:heading wp:heading {"level":5}
୨. ଋିତିକ ରୋଶନ-
/wp:heading {"id":99290}
wp:heading {"level":5}
ବି-ଟାଉନରେ ଋିତିକ ରୋଶନଙ୍କୁ ସବୁଠୁ ହାଣ୍ଡସମ ବୋଲି କୁହାଯାଏ। ସେ ତାଙ୍କ ଡାନ୍‌ସ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। କେବଳ ସେତିକି ନୁହଁ ସେ ଆକ୍‌ସନ ହିରୋ ଭାବେ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ସାଧାରଣ ଲୋକଙ୍କ ବିବାହରେ ଯୋଗଦେବା ପାଇଁ ଋିତିକ ୧.୫ କୋଟି ଟଙ୍କା ନିଅନ୍ତି। ଏହା ସହ ବିବାହରେ ନିଜ ଡାନ୍‌ସ ପ୍ରଦର୍ଶନ ପାଇଁ ୨.୫ କୋଟି ଟଙ୍କା ନିଅନ୍ତି।
/wp:heading wp:heading {"level":5}
୩.ଅକ୍ଷୟ କୁମାର-
/wp:heading {"id":99291}
wp:heading {"level":5}
ବଲିଉଡରେ ସବୁଠୁ ସଫଳ ଅଭିନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅକ୍ଷୟ କୁମାର। ଅକ୍ଷୟ କୁମାର ବିବାହରେ ଆସିବା ପାଇଁ ୧.୫କୋଟି ଟଙ୍କା ନିଅନ୍ତି। ଏହା ସହ ସେ ଡାନ୍‌ସ କରିଲେ ୨.୫ କୋଟି ଟଙ୍କା ନିଅନ୍ତି।
/wp:heading wp:heading {"level":5}
୪.ରଣବୀର ସିଂହ-
/wp:heading {"id":99292}
wp:heading {"level":5}
ବଲିଉଡରେ ସବୁଠୁ ଷ୍ଟାଇଲିସ୍‌ ଅଭିନେତା ରଣବୀର ସିଂହ ତାଙ୍କ ଅଭିନୟ ଓ ଫ୍ୟାସନ ପାଇଁ ଚର୍ଚ୍ଚାରେ ଥାନ୍ତି। ରଣବୀର ସିଂହ ବିବାହରେ ପାଖା ପାଖି ୭୦ ଲକ୍ଷ ଟଙ୍କା ନିଅନ୍ତି। ଅକ୍ଷୟ କୁମାର ଡାନ୍‌ସ କରିଲେ ୧ କୋଟି ଟଙ୍କା ନିଅନ୍ତି।   
/wp:heading wp:heading {"level":5}
୫.ରଣବୀର କପୁର-
/wp:heading {"id":99293,"width":585,"height":320}

ବଲିଉଡର ସବୁଠୁ ସ୍ମାର୍ଟ ଅଭିନେତା ରଣବୀର କପୁର ଅଧିକାଂଶ ଝିଅଙ୍କ ଦିଲ୍‌ରେ ରାଜ କରନ୍ତି। ଏହି ଅଭିନେତାଙ୍କର ଅନେକ ଅଭିନେତ୍ରୀଙ୍କ ସହ ଲଭ ଆଫେଏର ରହିସାରିଛି।  ରଣବୀର କପୁର ସାଧାରଣ ଲୋକଙ୍କ ବିବାହକୁ ଗଲେ ୨ କୋଟି ଟଙ୍କା ନିଅନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.