ଏହି ୭ ବଲିଉଡ୍ କଳାକାର ଭାରତରେ ଦେଇ ପାରିବେନି ଭୋଟ, ଜାଣନ୍ତୁ କାରଣ

Published By : Prameya-News7 Bureau | May 01, 2019 IST

ମୁମ୍ବାଇ ୧।୫:  ସପ୍ତଦଶ ଲୋକସଭା ନିମନ୍ତେ ଏବେ ଭାରତରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । ଗତ ଏପ୍ରିଲ ୧୧ ତାରିଖରୁ ସାରା ଦେଶରେ ଏଥିପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନିକଟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ସରିଛି । ଆଗକୁ ଆଉ ୩ ପର୍ଯ୍ୟାୟ ମତଦାନ ହେବାକୁଥିବା ବେଳେ ସାଧାରଣ ନାଗରିକଙ୍କ ସମେତ ବଲିଉଡ କଳାକାରମାନେ ମଧ୍ୟ ବେଶ ଆଗ୍ରହର ସହ ନିଜନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଭୋଟଦାନ ପରେ  ବିଭିନ୍ନ ସୋସାଲ ସାଇଟ୍ ରେ ସେମାନଙ୍କର ‘ମୁଁ ବି ଭୋଟ ଦେଇଛି’ ଫଟୋ  ଭାଇରାଲ କରୁଛନ୍ତି । ତେବେ ଦେଶର ଚଳଚିତ୍ର ଇଣ୍ଡଷ୍ଟ୍ରିରେ ଏମିତି କିଛି ଚିହ୍ନା ମୁହଁ ଅଛନ୍ତି ଯେଉଁମାନେ ସ୍କ୍ରିନରେ ତ ଦର୍ଶକଙ୍କ ବେଶ ମନୋରଞ୍ଜନ କରୁଛନ୍ତି, ହେଲେ ସେମାନଙ୍କର ଭୋଟଦାନର ଅଧିକାର ନାହିଁ । ଆସନ୍ତୁ ଜାଣିବା ଏହି କଳାକାରଙ୍କ ସମ୍ପର୍କରେ।

{"id":109698}

ଏଭଳି ଜଣେ ଲୋକପ୍ରୀୟ ବଲିଉଡ କଳାକାର ହେଲେ ଆଲିଆ ଭଟ୍ଟ । ଲାଗନ୍ତିତ ସେ ଭାରତୀୟ ହେଲେ ତାଙ୍କର ଭାରତୀୟ ନାଗରିକତା ନାହିଁ । ହେଲେ ଏ କଥା ତାଙ୍କର ଅଧିକାଂଶ ଫ୍ୟାନ ଜାଣିନଥିବେ । ଆଲିଆଙ୍କ ମା ସୋନି ରାଜଦାନ ବର୍ମିଂହମର। ଏଣୁ ତାଙ୍କର ବ୍ରିଟିଶ ନାଗରିକତା ରହିଛି । ସେଥିପାଇଁ ଆଲିଆ ଭାରତରେ ତାଙ୍କର ମତାଧିକାର ସାବ୍ୟସ୍ତ କରିପାରିବେନି। କେବଳ ଆଲିଆ ନୁହଁନ୍ତି ବଲିଉଡ୍ ଷ୍ଟାର ଖିଲାଡୀ ଅକ୍ଷୟ କୁମାର ମଧ୍ୟ ଭାରତରେ ଭୋଟ ଦିଅନ୍ତି ନାହିଁ । ସେ ଚଳିତ ନିର୍ବାଚନରେ ଅଭିନେତାରୁ ନେତା ହେବେ ବୋଲି ଖୁବ୍ ଚର୍ଚ୍ଚା ହେଉଥିଲା। ହେଲେ ଦେଶର ଭୋଟର ଲିଷ୍ଟରେ ତାଙ୍କ ନାମ ଗାୟବ ହୋଇଯାଇଛି । ଅକ୍ଷୟ କୁମାରଙ୍କୁ କାନାଡା ସମ୍ମାନ ସୂଚକ ନାଗରିକତା ଦେଇଥିବା ବେଳେ ୟୁନିଭର୍ସିଟି ଅଫ ଓ୍ବିଣ୍ଡସର ତାଙ୍କୁ ଲ ରେ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରିଛି । ଏହା ସହ ସେ ଭାରତରେ ମତଦାନ ଅଧିକାର ହରାଇଛନ୍ତି।  ଏଣୁ ଭାରତରେ ସେ ଭୋଟ ଦେଇ ପାରୁନାହାନ୍ତି । 

{"id":109699,"width":589,"height":575}

କେବଳ ଅକ୍ଷୟ, ଆଲିଆ ନୁହଁନ୍ତି ତାଙ୍କ ଭଳି ଲୋକପ୍ରୀୟ ନାୟିକା କେଟ୍ରିନା କୈଫ, ଜାକଲିନ ଫର୍ଣ୍ଣାଣ୍ଡିଜ୍,ନର୍ଗିସ ଫାଖରୀ ଓ ଇମ୍ରାନ ଖାନ ମଧ୍ୟ ଭାରତରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରୁ ନାହାନ୍ତି । କେଟ୍ରିନା ଦୀର୍ଘବର୍ଷରୁ ଭାରତୀୟ ସିନେମା ପରଦାରେ ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି । ତେବେ ସେ ବ୍ରିଟିଶ ନାଗରିକ। ଏଣୁ ଦେଶର ନାଗରିକ ହୋଇନଥିବାରୁ ତାଙ୍କୁ ମତଦାନର ଅଧିକାର ପ୍ରଦାନ କରାଯାଇ ନାହିଁ । କେଟ୍ରିନାଙ୍କ ଭଳି ଜାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ଭାରତୀୟ ନୁହଁନ୍ତି । ଜାକଲିନଙ୍କ ଜନ୍ମ ବାହାରିନରେ ହୋଇଥିଲା। ଏବେବି ତାଙ୍କର ଶ୍ରୀଲଙ୍କା ନାଗରିକତା ଅଛି । ଏଣୁ ଭାରତର ମତଦାତା ସୂଚୀରେ ତାଙ୍କର ନାମ ଦର୍ଜ ହୋଇନାହିଁ । ଜାକଲିନଙ୍କ ଭଳି ସୋନି ଲିଓନୀ ମଧ୍ୟ ଭାରତୀୟ ନାଗରିକ ହୋଇ ନଥିବାରୁ ତାଙ୍କର ମତଦାତା ସୂଚୀରେ ନାମ ନାହିଁ ।

{"id":109700}

ରକଷ୍ଟାର ଫେମ ନର୍ଗିସ ଫାଖରୀଙ୍କ ଜନ୍ମ ଭାରତରେ ନୁହେଁ । ସେ କାନାଡାରେ ଜନ୍ମ ହୋଇଥିବା ବେଳେ ଆମେରିକା ପାସପୋର୍ଟରେ ଭାରତରେ ଅବସ୍ଥାନ କରୁଛନ୍ତି । ଏଣୁ ଆମେରିକୀୟ ହୋଇଥିବାରୁ ତାଙ୍କୁ ମତଦାନ ଅଧିକାର ମିଳିନି। ସେହିପରି ଇମ୍ରାନ ଖାନ ମଧ୍ୟ ଭାରତୀୟ ନାଗରିକ ନୁହନ୍ତି । ତାଙ୍କର ଜନ୍ମ ଓ୍ବିସ୍କନସିନରେ ହୋଇଥିଲା। ବାପମାଙ୍କ ବିବାହ ବିଚ୍ଛେଦ ପରେ ସେ କାଲିଫର୍ଣ୍ଣିଆ ଚାଲିଯାଇଥିଲେ। ତାଙ୍କ ପାଖରେ ଆଜି ବି ଆମେରିକାର ନାଗରିକତା ଓ ପାସପୋର୍ଟ ରହିଛି ।  ଏଣୁ ଅନ୍ୟ ବଲିଉଡ କଳାକାରଙ୍କ ଭଳି ଭାରତରେ ଭୋଟ ଦେବାର ସୌଭାଗ୍ୟ ପାଇ ପାରିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.