Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ବଲିଉଡର ଏହି କଳାକାର ହୋଇସାରିଛନ୍ତି ଚନ୍ଦା, ଟ୍ରାନ୍ସପ୍ଲାଣ୍ଟ କରି ଲଗାନ୍ତି ନକଲି କେଶ…

22/10/2019 at 1:42 PM

୧- ଅମିତାଭ ବଚ୍ଚନ- ବଲିଉଡର ଶେହେଂଶା  ଅମିତାଭ ବଚ୍ଚନଙ୍କ କେଶ ୪୫ ବର୍ଷ ବୟସରୁ ଝଡିବା ଆରମ୍ଭ ହୋଇଯାଇଥିଲା। ଫିଲ୍ମ ସୂର୍ଯ୍ୟବଂଶମ ସମୟରେ ତାଙ୍କ ଚନ୍ଦାପଣ ସ୍ପଷ୍ଟ ଭାବେ ନଜର ଆସିଥିଲା। ତାପରଠୁ ଅମିତାଭ ନକଲି କେଶ ଲଗାଇବା ଆରମ୍ଭ କରିଥିଲେ।

୨-ସଲମାନ ଖାନ- ବଲିଉଡର ଦବଙ୍ଗ ଖାନ ସଲମାନ ଏବେ ଅନେକ କଳାକାରଙ୍କ ପାଇଁ ଗଡ ଫାଦର ହୋଇସାରିଛନ୍ତି। ସଲମାନ ଆଜି ମଧ୍ୟ ଏକଦମ ଫିଟ ଓ ହ୍ୟାଣ୍ଡସମ ଦେଖାଯାଆନ୍ତି। ସୂଚନାଯୋଗ୍ୟ ଯେ, ଯୁବାବସ୍ଥାରେ ସଲମାନଙ୍କର କେଶ ଝଡିବା ସମସ୍ୟା ଆରମ୍ଭ ହୋଇସାରିଥିଲା। ଏଥିପାଇଁ ସେ ଥରେ ଲଣ୍ଡା ମଧ୍ୟ ହୋଇଥିଲେ। ଏହା ପରେ ସଲମାନ ଆମେରିକା ଯାଇ ହେଆର ୱିଗ୍‌ କରାଇଥିଲେ।

୩- ହିମେଶ ରେଶମିୟା- ପ୍ରସିଦ୍ଧ ଗାୟକ ତଥା ନିର୍ଦ୍ଦେଶକ ହିମେଶ ରେଶମିୟା ଇଣ୍ଡଷ୍ଟ୍ରିରେ ପାଦ ଦେବା ସମୟରେ ଟୋପି ପିନ୍ଧି ଆସିଥିଲେ। ଟୋପି ପିନ୍ଧି ଗୀତ ଗାଇବା ଲୁକ୍‌କୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ତାଙ୍କ ଟୋପି ପିନ୍ଧିବାର ରାଜ ହେଉଛି ଯେ, ହିମେଶଙ୍କ କେଶ ଝଡିଯାଇଥିଲା। ପରେ ଟୋପି ହଟାଇ ହିମେଶ ୱିଗ୍‌ ଲଗାଇଥିଲେ। ଏବେ ମଧ୍ୟ ସେ ନକଲି କେଶ ସହ କ୍ୟାମେରା ସାମ୍ନାକୁ ଆସନ୍ତି।  

୪- କପିଲ ଶର୍ମା- ଟିଭି ଜଗତରେ ଏଣ୍ଟ୍ରି କରିବା ସମୟରେ କପିଲଙ୍କର ବହୁତ କମ କେଶ ଥିଲା। ହେଲେ ସେ ଫେମସ ହେବା ପରେ ୱିଗ୍‌ ଲଗାଇବା ଆରମ୍ଭ କରିଥିଲେ। କପିଲଙ୍କ ନକଲି କେଶର କମାଲ ତ ସମଗ୍ର ଦେଶବାସୀ ଦେଖୁଛନ୍ତି।

   Related Posts