କଙ୍ଗନା ରନୌତ, କରଣ ଜୋହର ଓ ଏକତା କପୁରଙ୍କ ସମେତ ଏହି କଳାକାରଙ୍କୁ ମିଳିବ 'ପଦ୍ମ' ସମ୍ମାନ

Published By : Prameya-News7 Bureau | January 25, 2020 IST

ମୁମ୍ବାଇ ୨୫।୧:  ଭାରତ ସରକାର ୭୧ତମ ସାଧାରଣତନ୍ତ୍ର ଦିବସ ସମାରୋହ ପୂର୍ବ ସନ୍ଧ୍ୟାରେ ପଦ୍ମ ସମ୍ମାନ ଘୋଷଣା କରିଛନ୍ତି। ଚଳିତବର୍ଷ ବଲିଉଡ ସେଲିବ୍ରିଟି ବି ଏଥିଲାଗି ମନୋନୀତ ହୋଇଛନ୍ତି। ବଲିଉଡର ଯେଉଁ ସେଲିବ୍ରିଟିମାନେ ପଦ୍ମ ସମ୍ମାନ ଲାଗି ମନୋନୀତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବଲିଉଡ୍ ନିର୍ଦ୍ଦେଶକ ଓ ପ୍ରଯୋଜକ କରଣ ଜୋହରଙ୍କ ନାମ ବି ରହିଛି। କରଣଙ୍କୁ କଳା ଜଗତ ଲାଗି ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଏହି ଶିର୍ଶ ନାଗରିକ ସମ୍ମାନ ପ୍ରଦାନ କରାଯିବ।

{"id":216019,"sizeSlug":"large"}

ସେହିପରି ଛନ୍ନୁ ଲାଲଙ୍କୁ ପଦ୍ମବିଭୂଷଣ ସମ୍ମାନ ଲାଗି ମନୋନୀତ କରାଯାଇଥିବା ବେଳେ ଫିଲ୍ମ 'ମଣିକର୍ଣ୍ଣିକା' ନାୟିକା କଙ୍ଗନା ରନୌତ ପଦ୍ମଶ୍ରୀ ଲାଗି ମନୋନୀତ ହୋଇଛନ୍ତି। କଙ୍ଗନାଙ୍କ ସହ ପ୍ରଯୋଜିକା ଏକତା କପୁରଙ୍କୁ ମଧ୍ୟ ପଦ୍ମଶ୍ରୀ ପ୍ରଦାନ କରାଯିବ। ସେହିପରି ମୂଳ ପାକିସ୍ତାନୀ ଗାୟକ ଅଦନାନ ସାମୀ ଓ ସୁରେଶ ୱାଡେକର  ମଧ୍ୟ ପଦ୍ମଶ୍ରୀ ଲାଗି ମନୋନୀତ ହୋଇଛନ୍ତି।

{"id":216020,"sizeSlug":"large"}

ଭାରତ ସରକାର ପ୍ରତିବର୍ଷ ସମାଜସେବା, ସାହିତ୍ୟ, ବ୍ୟାପାର, ବିଜ୍ଞାନ ଓ ଇଞ୍ଜିନିୟରିଂ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ୩ଟି ଶ୍ରେଣୀରେ ଏହି ସମ୍ମାନ ପ୍ରଦାନ କରିଥାନ୍ତି। ପ୍ରତିବର୍ଷ ମାର୍ଚ୍ଚ ଓ ଅପ୍ରେଲ ମାସରେ ରାଷ୍ଟ୍ରପତି ମନୋନୀତ ନାଗିରକଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.