ଅଭିନୟ ଦୂରର କଥା ଶାହାରୁଖଙ୍କ ନାଁ ବି ଶୁଣିଲେ ଡିଅନ୍ତି ବଲିଉଡର ଏହି ଅଭିନେତ୍ରୀମାନେ, ଜାଣନ୍ତୁ କିଏ

Published By : Prameya-News7 Bureau | August 14, 2019 IST

ବଲିଉଡକୁ ଗୋଟିକ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇ ସଫଳତାର ଶିର୍ଷରେ ପହଞ୍ଚିଥିବା ଅଭିନେତାଙ୍କ ମଧ୍ୟରେ ଶାହରୁଖ ଖାନ୍ ଅନ୍ୟତମ। ବଲିଉଡରେ ଏମିତି କେହି ଅଭିନେତ୍ରୀ ନାହାନ୍ତି ଯିଏ ଶାହରୁଖଙ୍କ ସହ ଅଭିନୟ ଅଫରକୁ ଠୋକର ମାରିବେ। ହେଲେ ଏମିତି ନାୟିକା ବି ଅଛନ୍ତି ଯେଉଁମାନେ ତାଙ୍କ ସହ ଅଭିନୟ ତ ଦୂରର କଥା ତାଙ୍କ ନାଁ ବି ଶୁଣିବାକୁ ପସନ୍ଦ କରନ୍ତିନି।କଥାଟା ଶୁଣିବାକୁ ଅଟପଟା ଲାଗୁଛି ହେଲେ ବାସ୍ତବିକ୍ ସତ । ଏହି ଅଭିନେତ୍ରୀଙ୍କ ସହ ଶାହରୁଖ ଗୋଟିଏ ବି ଫିଲ୍ମ ସୁଟିଂ କରିନାହାନ୍ତି।

{"id":144361}

ବଲିଉଡର ଏମିତି ଜଣେ ନାୟିକା ହେଉଛନ୍ତି ଅମିଷା ପଟେଲ। ଶାହରୁଖଙ୍କ ଠାରୁ ଅନେକ ପଛରେ ବଲିଉଡକୁ ଆସି ସଫଳତା ପାଇଥିବା ନାୟିକାଙ୍କ ମଧ୍ୟରେ ଅମିଷା ଅନ୍ୟତମ। ତାଙ୍କ ବଲିଉଡ କ୍ୟାରିୟରରେ ସେ ଅନେକ କଳାକାରଙ୍କ ବିପକ୍ଷରେ ଅଭିନୟ କରିଛନ୍ତି। ହେଲେ ଗୋଟିଏ ହେଲେ ଫିଲ୍ମ ଶାହରୁଖଙ୍କ ସହ ଅଭିନୟ କରିନାହାନ୍ତି।  ତେବେ ଏ ନେଇ ଅମିଷାଙ୍କୁ ପଚରା ଯାଇଥିବା ବେଳେ ସେମିତି କିଛି କାରଣ ନାହିଁ ବୋଲି କୁହନ୍ତି। ହେଲେ ତାଙ୍କ ସହ ପର୍ଦାରେ ଯୋଡି ଜମିବ ନାହିଁ ବୋଲି କହି ପ୍ରଶ୍ନକୁ ଟାଳିଯାଇଛନ୍ତି।

{"id":144362}

ସେମିତି ଅନ୍ୟ ଜଣେ ନାୟିକା ହେଉଛନ୍ତି ବଲିଉଡର ଦିଗ୍ଗଜ ଅଭିନେତ୍ରୀ ହେମା ମାଲିନୀ। ଏକଦା ସେ ଶାହରୁଖଙ୍କ ଲାଗି ଏକ ଫିଲ୍ମ ମଧ୍ୟ ନିର୍ମାଣ କରିଥିଲେ। ହେଲେ ଶାହରୁଖଙ୍କ ଯୋଗୁ ତାଙ୍କ ଫିଲ୍ମଟି ଡୁବି ଯାଇଥିବା ବେଳେ ହେମା ତାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି। ସେବେଠାରୁ ଶାହରୁଖଙ୍କ କୌଣସି ଫିଲ୍ମରେ ନା ହେମା ଅଭିନୟ କରିଛନ୍ତି ନା ତାଙ୍କ ସହ ସାଥୀ ହୋଇ କାମ କରିଛନ୍ତି। ଶାହରୁଖ ଥଙ୍ଗେଇ ଥଙ୍ଗେଇ କଥା ହେବା ହେମାଙ୍କୁ ଆଦୌ ପସନ୍ଦ ଲାଗେନି।

{"id":144363,"width":581,"height":362}

ବଲିଉଡର ସେହିଭଳି ଅନ୍ୟ ଜଣେ ଅଭିନେତ୍ରୀ ହେଉଛନ୍ତି ସୋନମ କପୁର।  ପର୍ଦରେ ଶାହରୁଖଙ୍କ ସହ ସୋନମଙ୍କର ଗୋଟିଏ ବି ହେଲେ ଫିଲ୍ମ ନାହିଁ। ତେବେ ଶାହରୁଖଙ୍କ ବୟସାଧିକ୍ୟ ତାଙ୍କ ସହ ପର୍ଦାରେ ସେ ଫିଟ ହୋଇପାରିବେନି ବୋଲି କହିଛନ୍ତି। ଏହା ଛଡା ଶାହରୁଖଙ୍କ ସହ ତାଙ୍କର ଅନ୍ୟ କୌଣସି ଅମେଳ ନାହିଁ ବୋଲି କହିଛନ୍ତି ସୋନମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.