Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ସଲମାନ ଖାନଙ୍କର ଏହି ୩ଜଣ ପ୍ରେମିକା ଏଯାଏଁ କରିନାହାନ୍ତି ବିବାହ

30/08/2019 at 1:24 PM

ମୁମ୍ବାଇ୩୦|୮: ବଲିଉଡ ସୁଲତାନ ସଲମାନ ଖାନଙ୍କ ଫିଲ୍ମ ସମଗ୍ର ବିଶ୍ବରେ ଫେମସ। ୧୯୯୮ ମସିହାରେ ଫିଲ୍ମ ବିବି ହୋ ତୋ ଏସିରେ ଅଭିନୟ କରି ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।ମୈନେ ପ୍ୟାର କିଆ ଫିଲ୍ମ ରିଲିଜ ହେବା ପରେ ୧୯୮୯ ମସିହାରେ ସେ ସଫଳତା ହାସଲ କରିଥିଲେ। ଏଥିପାଇଁ ତାଙ୍କୁ ଫିଲ୍ମଫେୟାର ସର୍ବଶ୍ରେଷ୍ଠ ନବୀନ  ଅଭିନେତା ପୁରସ୍କାର ମଧ୍ୟ ଦିଆଯାଇଥିଲା।
 ବଲିଉଡର ସୁପରଷ୍ଟାର ଭାବେ ପରିଚିତ ସଲମାନ ଖାନ। ବଲିଉଡକୁ ହିଟ୍‌ ପରେ ହିଟ୍‌ ଫିଲ୍ମ ଦେଇଥିବା ସଲମାନଙ୍କ କ୍ରେଜ୍‌ ସବୁବେଳେ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳେ। ସଲମାନ ନିଜ ପରିଶ୍ରମ ଦ୍ବାରା ଆଜି ବଲିଉଡର ଜଣେ ପ୍ରତିଷ୍ଠିତ ଅଭିନେତା ହୋଇପାରିଛନ୍ତି। ୮୦ ଦଶକରୁ ସଲମାନ ବଲିଉଡରେ ରାଜ କରୁଛନ୍ତି। ଆଜି ମଧ୍ୟ ବଲିଉଡ ଅଭିନେତ୍ରୀଙ୍କ ବ୍ୟତୀତ ସମଗ୍ର ଭାରତର ଝିଅମାନେ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ସଲମାନଙ୍କୁ ଏବେ ୫୨ ବର୍ଷ ବୟସ ତଥାପି ଏଯାଏଁ ସେ ବିବାହ କରିନାହାନ୍ତି ।ତେବେ ବଲିଉଡରେ ସଲମାନଙ୍କ ଏହି ୩ ଜଣ ପ୍ରେମିକାଙ୍କ ବିଷୟରେ ଜାଣନ୍ତୁ।

୧- କ୍ୟାଟ୍ରିନା କୈଫ- ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ସଲମାନ ଲଂଚ କରିଥିଲେ। କ୍ୟାଟ୍ରିନା ନିଜ ଅଭିନୟଠୁ କମ୍‌ ଅନ୍ୟାନ୍ୟ ଜିନିଷ ପାଇଁ ହିଟ୍‌ ହୁଅନ୍ତି। ତାଙ୍କ ଲୁକ୍‌, ଡାନ୍ସ, ଫିଗର, ଷ୍ଟଣ୍ଟ ବେଶ ଚର୍ଚ୍ଚାରେ ରହେ। ବଲିଉଡର ଚୁଲବୁଲି କ୍ୟାଟ୍ରିନାଙ୍କୁ ସଲମାନ ବହୁତ ପସନ୍ଦ କରନ୍ତି। କ୍ୟାଟ୍ରିନା ମଧ୍ୟ ଏଯାଏଁ ବିବାହ କରିନାହାନ୍ତି।

୨- ଡେଜି ଶାହ- ୩୫ ବର୍ଷ ବୟସ୍କ ଡେଜିଙ୍କ କୋରିଓଗ୍ରାଫି ପାଇଁ ସମଗ୍ର ଇଣ୍ଡଷ୍ଟ୍ରିରେ ସେ ଚର୍ଚ୍ଚିତା।ଡେଜି ମଧ୍ୟ ସଲମାନଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ। ଡେଜି ଶାହ ସଲମାନ ଖାନଙ୍କୁ ବହୁତ ପସନ୍ଦ କରନ୍ତି। ଫିଲ୍ମ ଜୟ ହୋ ଓ ରେସ ୩ରେ ଡେଜି ଓ ସଲମାନ ଏକା ସହ କାମ କରିଥିଲେ। ଅଭିନେତ୍ରୀ ଡେଜି ଶାହ ମଧ୍ୟ ଏଯାଏଁ ବିବାହ କରିନାହାନ୍ତି।

୩- ସ୍ନେହା ଉଲ୍ଲାଲ- ସଲମାନ ଖାନଙ୍କ ସହ “ଲକି” ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ସ୍ନେହା ଉଲ୍ଲାଲ ଏବେ ପରଦାରେ ନଜର ଆସୁନାହାନ୍ତି ସତ ହେଲେ ତାଙ୍କ ହଟ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ। ସଲମାନ ଖାନ ସ୍ନେହାଙ୍କୁ ବଲିଉଡରେ ଲଂଚ କରିଥିଲେ।ସ୍ନେହା ମଧ୍ୟ ଏଯାଏଁ ଅବିବାହିତ ଅଛନ୍ତି।


   Related Posts