ପ୍ରାଇଭେଟ ଫଟୋ ଲିକ୍ ହେବା ଯୋଗୁ ଫିଲ୍ମ ଦୁନିଆର ଏହି ନାୟିକାମାନେ ହୋଇଛନ୍ତି ବଦନାମ, ଜାଣନ୍ତୁ କିଏ

Published By : Prameya-News7 Bureau | August 04, 2019 IST

ବଲିଉଡ୍ ଅଭିନେତ୍ରୀମାନେ ଏମିତିର ସେମାନଙ୍କ ହଟ୍ ଫଟୋକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ତେବେ କେତେକ ନାୟିକାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଛବି ଓ ଭିଡିଓ ଲିକ୍ ହେବା ଯୋଗୁ ସେମାନଙ୍କୁ ବଦନାମୀର ସାମ୍ନା ବି କରିବାକୁ ପଡିଛି। ଯାହାର ପ୍ରଭାବ ସେମାନଙ୍କ କ୍ୟାରିୟର ଉପରେ ପଡିଥିବା ଦେଖାଯାଇଛି। ଏମିତି ଜଣେ ଅଭିନେତ୍ରୀ ହେଉଛନ୍ତି ଅକ୍ଷରା ହାସନ। କମଲା ହାସନଙ୍କ ଝିଅଙ୍କ ଅଶ୍ଳିଳ ଫଟୋ ଇଣ୍ଟରନେଟ୍ ରେ ଲିକ୍ ହେବା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଅକ୍ଷରାଙ୍କ ଏକ୍ସ-ବୟଫ୍ରେଣ୍ଡ ଏଭଳି କରିଥିବା ପରେ ଜଣାପଡିଥିଲା।

{"id":140848}

କେବଳ ଅକ୍ଷରା ନୁହଁନ୍ତି ବଲିଉଡ୍ ନାୟିକା ରାଧିକା ଆପ୍ଟେଙ୍କର ମଧ୍ୟ ବାଥ ରୁମ ଫଟୋ ଲିକ୍ ହୋଇଥିଲା। ସେହିପରି ବଲିଉଡର ଶିଶୁ କଳାକାର ତଥା ସାଉଥ ଫିଲ୍ମର ସୁପରଷ୍ଟାର ହଂସିକା ମଟୱାନୀଙ୍କ ବାଥରୁମ ଭିଡିଓ ଲିକ୍ ହେବା ଏକ ସମୟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ୨୦୧୫ ମସିହାରେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଥିବା ବେଳେ ଅଭିନେତ୍ରୀଙ୍କୁ ଖୁବ୍ ଶରବ୍ୟ  ହେବାକୁ ପଡିଥିଲା।

{"id":140852}

ବାହୁବଳି ଫେମ ଅନୁଷ୍କା ସେଟ୍ଟୀଙ୍କର ମଧ୍ୟ ଏଭଳି ଏକ ଭିଡିଓ ଭାଇରାଲ ହୋଇଥିଲା। ହେଲେ ଅନୁଷ୍କା ଭିଡିଓରେ ଥିବା ଯୁବତୀ ସେ ନୁହଁନ୍ତି ବୋଲି ସଫା ସଫା ମନାକରିଦେଇଥିଲେ। ତେବେ ତାଙ୍କୁ ନେଇ ଚର୍ଚ୍ଚା ଥମି ଯାଇଥିଲେ ହେଁ ଭିଡିଓ କିନ୍ତୁ ବେଶ ଭାଇରାଲ ହୋଇଥିଲା। କମଲା ହାସନଙ୍କ ଦ୍ୱିତୀୟ  ଝିଅ ଶ୍ରୁତି ହାସନଙ୍କର ମଧ୍ୟ କିଛି ଅଶ୍ଲିଳ ଫଟୋ ଲିକ୍ ହୋଇଥିଲା। ଫିଲ୍ମ ଏବାଡୁର ସୁଟିଂ ବେଳେ ଏହି ଫଟୋ ଲିକ୍ ହେବା  ଶ୍ରୁତିଙ୍କୁ ଚିନ୍ତାରେ ପକାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.