ଏହି ବଲିଉଡ ଅଭିନେତ୍ରୀମାନେ ନିଜ ସ୍ବାମୀଙ୍କଠୁ ରୁହନ୍ତି ଦୂରରେ

Published By : Prameya-News7 Bureau | August 29, 2019 IST

ମୁମ୍ବାଇ୨୯|୮: ବଲିଉଡ ଫିଲ୍ମରେ ଅଭିନେତ୍ରୀମାନେ ସୌନ୍ଦର୍ଯ୍ୟ ମାମଲାରେ କେହି କାହାଠୁ କମ ନୁହଁନ୍ତି। ବଲିଉଡ ଇଣ୍ଡଷ୍ଟ୍ରିରେ ଷ୍ଟାରମାନଙ୍କ ବିବାହ ହେଲେ ସେହି ଖବର ଅନେକ ଦିନ ଧରି ଚର୍ଚ୍ଚାରେ ରୁହେ। ତେବେ ବଲିଉଡରେ ଅନେକ ଏମିତି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯିଏ ବିବାହ ପରେ ପରସ୍ପରଙ୍କଠାରୁ ଅଲଗା ରହି ମଧ୍ୟ ବହୁତ ଖୁସୀରେ ଜୀବନ କାଟୁଛନ୍ତି । ତେବେ ବଲିଉଡର କେଉଁ ଅଭିନେତ୍ରୀଙ୍କ ସ୍ବାମୀ ବିଦେଶରେ ରୁହନ୍ତି ଜାଣନ୍ତୁ।

{"id":150482}

ରାଧିକା ଆପ୍‌ଟେ- ବଲିଉଡର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଧିକା ଆପ୍‌ଟେ।  ତାଙ୍କ ଅଭିନୟ ଦ୍ବାରା ସେ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ୨୦୧୬ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ପାର୍ଚଡ’ରେ ନ୍ୟୁଡ ସିନ୍ କରି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ରାଧିକା। ରାଧିକା ଅନେକ ମ୍ୟାଗାଜିନ କଭର ପେଜରେ ମଧ୍ୟ ଛାଇ ଯାଇଛନ୍ତି। ସେ ନିଜ କ୍ୟାରିଅରରେ ଅନେକ ହିଟ୍‌ ଫିଲ୍ମ କରିଛନ୍ତି।

{"id":150483}

୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ପ୍ୟାଡ୍‌ମେନ”ରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ କରି ସେ ବେଶ ପ୍ରତିଷ୍ଠା ଲାଭ କରିଥିଲେ। ୨୦୧୨ ମସିହାରେ ଲଣ୍ଡନରେ ରହୁଥିବା ଫେମସ ଗୀତିକାର ବେନେଡିକ୍ଟ ଟେଲରଙ୍କୁ ବିବାହ କରିଥିଲେ ରାଧିକା। ରାଧିକାଙ୍କର ଅଧିକାଂଶ ଶୁଟ୍‌ ଭାରତରେ ଥିବାରୁ ଉଭୟ ସ୍ବାମୀ-ସ୍ତ୍ରୀ ବହୁତ କମ ଦେଖା ହୁଅନ୍ତି। ଉଭୟଙ୍କ ବିବାହକୁ ପାଖାପାଖି ୭ ବର୍ଷ ହୋଇସାରିଛି ହେଲେ ସେ ଏଯାଏଁ ମାଁ ହୋଇନାହାନ୍ତି।  

ସୋନମ୍‌ କପୁର

{"id":150477}

ବଲିଉଡ ଇଣ୍ଡଷ୍ଟ୍ରିରେ ସୋନମ୍‌ କପୁର ତାଙ୍କ ଷ୍ଟାଇଲ ପାଇଁ ଚର୍ଚ୍ଚିତ । ସିନେମା ଜଗତର ଲିଜେଣ୍ଡ ସୁପରଷ୍ଟାର ଅନୀଲ କପୁରଙ୍କ ଝିଅ ସୋନମ୍‌ ନିଜ ପରିଧାନ ଶୈଳୀ ପାଇଁ ବେଶ ଚର୍ଚ୍ଚାରେ ଥାନ୍ତି। ବଲିଉଡର ଷ୍ଟାଇଲିସସ ଆଇକନ ହେଉଛନ୍ତି ସୋନମ୍‌। ସାୱରିଆଁ ଫିଲ୍ମରୁ ବଲିଉଡରେ ପାଦ ଦେଇଥିବା ଅଭିନେତ୍ରୀ ଆଜି ଦିନରେ ଅନେକ ବ୍ଲକ୍‌ବଷ୍ଟର ଫିଲ୍ମ କରିସାରିଛନ୍ତି।

{"id":150476}

ତାଙ୍କ ସେକ୍ସି ମୁଭ୍‌ସ ଓ ଡାନ୍ସ ପାଇଁ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି। ୨୦୧୮ ମସିହାରେ ସୋନମ୍‌ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ। ଆନନ୍ଦ ମଧ୍ୟ ତାଙ୍କ କାମ ପାଇଁ ବିଦେଶରେ ରୁହନ୍ତି। ଅପରପକ୍ଷରେ ସୋନମ୍‌ ମୁମ୍ବାଇରେ ଶୁଟିଂ ପାଇଁ ରୁହନ୍ତି। ସେଥିପାଇଁ ଉଭୟ ପରସ୍ପରଠୁ ଅଲଗା ରୁହନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.