ରାଗିଲେ ଅଧିକ ସୁନ୍ଦରୀ ଲାଗନ୍ତି ବଲିଉଡର ଏହି ୬ ଜଣ ଅଭିନେତ୍ରୀ

Published By : Prameya-News7 Bureau | September 06, 2019 IST

ମୁମ୍ବାଇ୫|୯: ବଲିଉଡ ଅଭିନେତ୍ରୀଙ୍କର ସମଗ୍ର ବିଶ୍ବରେ କୋଟି କୋଟି ଫ୍ୟାନ୍ସ ଅଛନ୍ତି। ତେବେ ଜାଣନ୍ତି ଏହି ୬ ଜଣ ଅଭିନେତ୍ରୀଙ୍କ ବିଷୟରେ ଯିଏ ରାଗଲେ ମଧ୍ୟ ବହୁତ ହଟ୍‌ ଲାଗନ୍ତି।

{"id":153763,"width":517,"height":517}

୧- ଦୀପିକା ପାଦୁକୋଣ

ବଲିଉଡର ସୁପରଷ୍ଟାର ଦୀପିକା ୧୯୮୬ ମସିହା ଜାନୁଆରୀ ମାସ ୫ତାରିଖରେ ଜନ୍ମ ହୋଇଥିଲେ । ଦୀପିକା ପାଦୁକୋଣ ଏମିତି ଜଣେ ଅଭିନେତ୍ରୀ ଯିଏ ବଲିଉଡରେ ସବୁଠୁ ଅଧିକ ସଫଳ ହେବା ସହ ଅଧିକ ଆୟ ମଧ୍ୟ କରୁଛନ୍ତି । ଦୀପିକା ନିଜ ଫିଲ୍ମ କ୍ୟାରିଅର ଓମ୍ ଶାନ୍ତି ଓମରୁ ଆରମ୍ଭ କରିଥିଲେ। ଏବେ ବଲିଉଡ ସହ ହଲିଉଡରେ ମଧ୍ୟ ସେ ବେଶ ଚର୍ଚ୍ଚିତ। ଦୀପିକା ସବୁବେଳେ ସ୍ମାଇଲ କରନ୍ତି। ହେଲେ ରାଗିଲେ ମଧ୍ୟ ସେ ବହୁତ ସୁନ୍ଦର ଲାଗନ୍ତି।

{"id":153764}

୨- କାଜଲ ଅଗ୍ରୱାଲ

ଭାରତର ନାମି ଦାମୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି କାଜଲ। ତେଲୁଗୁ, ତାମିଲ, ହିନ୍ଦି ଫିଲ୍ମରେ କାମ କରୁଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ନିଜ ଅଭିନୟ ଓ ଜଲୱା ଦ୍ବାରା ଅନେକ ଦର୍ଶକଙ୍କୁ ଆକର୍ଷିତ କରନ୍ତି। କାଜଲଙ୍କ ସାଦାରଣ ସ୍ବଭାବ ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ହେଲେ ସେ ରାଗିଲେ ଅଧିକ ସୁନ୍ଦର ଦେଖାଯାଆନ୍ତି।

{"id":153765}

୩- ଆଲିୟା ଭଟ୍ଟ

୧୯୯୩ ମସିହା ମାର୍ଚ ମାସ ୧୫ ତାରିଖରେ ଆଲିୟା ଜନ୍ମ ହୋଇଥିଲେ। ଷ୍ଟୁଡେଣ୍ଟ ଅଫ ଦୟିଅର ଫିଲ୍ମରେ ଅଭିନୟ କରି ସେ ବଲିଉଡରେ ପାଦ ଦେଇଥିଲେ। ଖୁବ କମ ଦିନରେ ସେ ବଲିଉଡରେ ଫେମସ ହେବାରେ ସଫଳ ହୋଇଛନ୍ତି। ଆଲିୟା ତାଙ୍କ ଚୁଲବୁଲି ଗୁଣ ପାଇଁ ଜଣାଶୁଣା ହେଲେ ସେ ରାଗିଲେ ମଧ୍ୟ ବହୁତ କ୍ୟୁଟ ଲାଗନ୍ତି।

{"id":153766}

୪- କରୀନା କପୁର

ରେଫ୍ୟୁଜି ଫିଲ୍ମରେ ଅଭିନୟ କରି ବଲିଉଡରେ ପାଦ ଦେଇଥିବା ଅଭିନେତ୍ରୀ କରୀନା ଏବେ ବଲିଉଡର ନବାବ ପରିବାରର ବହୂ। କରୀନାଙ୍କ ଅଭିନୟ ପଛରେ ଅନେକ ଦର୍ଶକ ପାଗଳ। କରୀନା ଭାରି ହଁସମୁଖ ସ୍ବଭାବର ହେଲେ ସେ ରାଗିଲେ ଅଧିକ ସୁନ୍ଦର ଲାଗନ୍ତି।

{"id":153767}

୫- ଏଶ୍ବର୍ଯ୍ୟା ରାୟ

ଏଶ୍ବର୍ଯ୍ୟା ନିଜ ସୌନ୍ଦର୍ଯ୍ୟ ପାଇଁ ସମଗ୍ର ବିଶ୍ବରେ ପରିଚିତ। ନୀଳ ନୟନା ଏଶ୍ବର୍ଯ୍ୟା ଏଶ୍‌ ନାରେ ମଧ୍ୟ ଜଣା ଶୁଣା। ଏଶ୍ବର୍ଯ୍ୟା ବିଶ୍ବ ସୁନ୍ଦରୀର କ୍ରାଉନ ମଧ୍ୟ ଜିତିଥିଲେ। ଏଶ୍ବର୍ଯ୍ୟା ରାଗିଲେ ଅଧିକ ସୁନ୍ଦର ଲାଗନ୍ତି।

{"id":153768,"width":566,"height":426}

୬- ଅନୁଷ୍କା ଶର୍ମା

ବଲିଉଡ୍ ଇଣ୍ଡଷ୍ଟ୍ରୀର ଆଗଧାଡ଼ିର ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା। ୧୯୯୮ ମସିହା ମେ ମାସ ୧ ତାରିଖରେ ଅନୁଷ୍କାଙ୍କ ଜନ୍ମ ହୋଇଥିଲା। ସେ ନିଜ ଫିଲ୍ମି କ୍ୟାରିଅର ରବ ନେ ବନା ଦି ଯୋଡି ଫିଲ୍ମରୁ ଆରମ୍ଭ କରିଥିଲେ। ଅନୁଷ୍କା ସବୁବେଳେ କୁଲ ସ୍ବଭାବରେ ନଜର ଆସନ୍ତି। ହେଲେ ସେ ରାଗିଲେ ମଧ୍ୟ ବହୁତ ସୁନ୍ଦର ଲାଗନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.