ମଦ ପିଇବାରେ ଏକ୍ସପର୍ଟ ହେଉଛନ୍ତି ବଲିଉଡର ଏହି ଅଭିନେତ୍ରୀମାନେ , ଦେଖନ୍ତୁ ଫଟୋ…

Published By : Prameya-News7 Bureau | August 26, 2019 IST

ମୁମ୍ବାଇ୨୬|୮: ବଲିଉଡର ଅଭିନେତ୍ରୀମାନେ ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। କିଏ ଗ୍ଲାମର ପାଇଁ ଚର୍ଚ୍ଚାରେ ରହେ ତ କିଏ ଫିଟ୍‌ନେସ ପାଇଁ, କିଏ ଲଭ୍‌ ଲାଇଫ ପାଇଁ ତ କିଏ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହେ। ତେବେ ପ୍ରତି ଦିନ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ କିଛି ନା କିଛି ନୂଆ ଶୁଣିବାକୁ ମିଳେ। ମଦ୍ୟପାନ ଯୋଗୁଁ ମଧ୍ୟ କିଛି ଅଭିନେତ୍ରୀ ବରାବର ଚର୍ଚ୍ଚାରେ ରହିାସିଚନ୍ତି । ତେବେ ବଲିଉଡର କେଉଁ ଅଭିନେତ୍ରୀମାନେ ଅଧିକ ମଦ୍ୟପାନ କରନ୍ତି ଜାଣନ୍ତୁ।

{"id":149098,"width":560,"height":642}

ଅନୀତା ହସନନ୍ଦାନୀ- କ୍ରିଷ୍ଣା କଟେଜ୍‌ ଓ ରାଗିନୀ ଏମ୍‌ଏମ୍‌ଏସ-୨ ଭଳି ବଲିଉଡ ଫିଲ୍ମରେ ଅଭିନୟ କରିଥିବା ଅନୀତା ହସନ୍ଦାନୀ ଆଜିକାଲି ଛୋଟ ପରଦାରେ ନଜର ଆସୁଛନ୍ତି। ଏହା ବ୍ୟତୀତ ସେ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଅନେକ ଧାରାବାହିକରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଟେଲିଭିଜନ ଇଣ୍ଡଷ୍ଟ୍ରୀର ନାମି ଦାମୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅନୀତା। ସୂଚନାଯୋଗ୍ୟ ଯେ, ଅନୀତା ନିଜ ସ୍ବାମୀ ଓ ଶ୍ବଶୁରଙ୍କ ସହ ବସି ମଧ୍ୟ ମଦ ପିଅନ୍ତି। ବୋତଲ ଟେକି ମଦ ପିଇବାକୁ ଭଲ ପାଆନ୍ତି ଅନୀତା। ବିଭିନ୍ନ ସମୟରେ ତାଙ୍କ ମଦ୍ୟପାନ ଫଟୋ ଭାଇରାଲ ହୋଇଛି ।

{"id":149099,"width":559,"height":526}

ଅମୀଷା ପଟେଲ- ଗଦର ଏକ ପ୍ରେମ କଥା ଓ କହୋ ନା ପ୍ୟାର ହୈ ଭଳି ବ୍ଲକ୍‌ବଷ୍ଟର ଫିଲ୍ମରେ ଅଭିନୟ କରି ହିଟ୍‌ ହୋଇଥିଲେ ଅଭିନେତ୍ରୀ ଅମୀଷା ପଟେଲ। ଅମୀଷାଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ବିବାଦୀୟ।ଏଥିପାଇଁ ସେ ବେଶ ଚର୍ଚ୍ଚାରେ ରୁହନ୍ତି। ବଲିଉଡରେ ପାଦ ଦେଉ ଦେଉ ନିଜ ସୌନ୍ଦର୍ଯ୍ୟ ଓ ଅଭିନୟ ପାଇଁ ଖୁବ ପ୍ରତିଷ୍ଠା ଲାଭ କରିଥିଲେ ଅମୀଷା। ହେଲେ ଧୀରେ ଧୀରେ ତାଙ୍କୁ କମ୍‌ ଅଫର ମିଳିଲା। ଅଧିକାଂଶ ସମୟ ତାଙ୍କୁ ମଦ ପିଇ ମାତାଲ ହେବାରେ ସ୍ପଟ୍‌ କରାଯାଇଛି। ତାଙ୍କର ଏହି ଅଭ୍ୟାସ ପାଇଁ ସେ ଇଣ୍ଡଷ୍ଟ୍ରିରେ କମ ନଜର ଆସିଲେ।  

{"id":149100}

ମନୀଷା କୋଇରାଲା- ୯୦ ଦଶକର ବଲିଉଡର ହିଟ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମନୀଷା କୋଇରାଲା ଫିଲ୍ମସିନ୍‌ ବ୍ୟତୀତ ବାସ୍ତବ ଜୀବନରେ ମଧ୍ୟ ବହୁତ ଅଧିକ ମଦ ପିଅନ୍ତି ମନୀଷା। ମଦ୍ୟପାନ ଓ ଧୂମପାନ ଭଳି ଖରାପ ଅଭ୍ୟାସ ଯୋଗୁଁ ମନିଷା କ୍ୟାନ୍‌ସର ଭଳି ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ସେ ମହ ପିଇବା ଛାଡିଥିଲେ। ଏହି ଖରାପ ଅଭ୍ୟାସ ଯୋଗୁଁ ମନୀଷାଙ୍କ ବୈବାହିକ ଜୀବନରେ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା। ପ୍ରଥମେ ସେ ଏତେ ମାତ୍ରାରେ ମଦ ପିଉଥିଲେ ଯେ ତାଙ୍କୁ ମଦ ଛଡ଼ା ଅନ୍ୟ କୌଣସି ଜିନିଷ ଦେଖାଯାଉନଥିଲା।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.