ଅପ୍ରତ୍ୟାଶିତ ଭାବରେ ହାରିଗଲେ ବିଜେଡିର ଏହି ପ୍ରମୁଖ ପ୍ରାର୍ଥୀ

Published By : Prameya-News7 Bureau | May 25, 2019 IST

ଭୁବନେଶ୍ବର ୨୫|୫: ୨୦୧୯ ନିର୍ବାଚନରେ ଏନେକ କିଛି ନିଆରା କଥା ଦେଖିବାକୁ ମିଳିଛି । ନିର୍ବାଚନ ମୁକାବିଲାରେ ବହୁ ପ୍ରମୂଖ ଏବଂ ଅଭିଜ୍ଞ ପ୍ରାର୍ଥୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । କେହି କେହି ଏକଦମ୍‌ କମ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ରାଜ୍ୟରେ ଏପରି କିଛି ନଜିର ରହିଛି ।

ବିଜୁ ଜନତାଦଳ ଲଗାତର ପଞ୍ଚମଥର ଲାଗି ଜନାଦେଶ ପାଇଛି । କିନ୍ତୁ ଜନାଦେଶ ସତ୍ତ୍ୱେ ଦଳର କିଛି ହେଭିୱେଟ୍‌ ଅପ୍ରତ୍ୟାଶିତ ଭାବେ ପରାଜିତ ହୋଛନ୍ତି । ଦଳର ପ୍ରମୂଖ ପରାଜିତଙ୍କ ମଧ୍ୟରେ ଅଛନ୍ତି  ପ୍ରସନ୍ନ ଆଚାର୍ଯ୍ୟ, ପୁଷ୍ପେନ୍ଦ୍ର ସିଂ ଦେଓ, କଳିକେଶ ସିଂ ଦେଓ, ମନ୍ତ୍ରୀ ମହେଶ୍ବର ମହାନ୍ତି, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ଲାଲ ବିହାରୀ ହିମିରିକା, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ  ପ୍ରମୂଖ ।

 ମହେଶ୍ୱର ମହାନ୍ତିଙ୍କ ପରାଜୟ  କେବଳ ବିଜୁ ଜନତା ଦଳର କର୍ମୀ ,ସମର୍ଥକ ନୁହନ୍ତି  ରାଜନୈତୀକ ବିଶ୍ଲଷକଙ୍କୁ ବି ବିସ୍ମିତ କରିଛି । ପାଞ୍ଚ ଥର ବିଧାୟକ ମହେଶ୍ୱର ଏକାଧିକ ଥର ମନ୍ତ୍ରୀ ବି ହୋଇଛନ୍ତି । ପୁରୀ ବିଧାନସଭା କ୍ଷେତ୍ର ସହ ପୁରୀ ଜିଲ୍ଲାରେ ତାଙ୍କର ରାଜନୈତୀକ ପ୍ରଭାବ ରହିଛି । କିନ୍ତୁ ଏଥର ସେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀଙ୍କ ଠାରୁ ୩ ହଜାର ୨୫୭ ଭୋଟରେ ହାରିଛନ୍ତି । ଏକଦା ମହେଶ୍ୱରଙ୍କ ଅନୁଗତ ଥିବା ଜୟନ୍ତ କିଛି ଦିନ ତଳେ ବିଜେପିରେ ଯୋଗଦେଇଥିଲେ । ଏହି କାରଣରୁ ପୁରୀରେ ଶିଷ୍ୟ ଠାରୁ  ଗୁରୁ ହାରିଲେ ବୋଲି ଚର୍ଚ୍ଚା ।

 ବିଜେଡି ହେଭିୱେଟ୍ ସଂଜୟ ଦାସବର୍ମା ବ୍ରହ୍ମଗିରି ଆସନରେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଠାରୁ ହାରିଛନ୍ତି । ଲଗାତର ଦୁଇ ଥର ବିଧାୟକ ଏବଂ ପୂର୍ବତନ  ମନ୍ତ୍ରୀ ସଂଜୟଙ୍କୁ ପରାଜିତ କରିଥିବା ଲଳିତେନ୍ଦୁ ହେଉଛନ୍ତି ଦିବଙ୍ଗତ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ବା ଲଲୁ ମହାପାତ୍ରଙ୍କ ଭାଇ ।

 ସେହିପରି  ରାୟଗଡ଼ାରେ  ପରାଜିତ ହୋଇଛନ୍ତି ଲାଲ ବିହାରି ହିମିରିକା । ସେ ସ୍ୱାଧିନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କ ଠାରୁ  ୪ ହଜାର ୮ ୩୮ ଭୋଟରେ ପରାଜିତ ହୋଇଛନ୍ତି । ତେବେ କୁହାଯାଉଛି ଯେ, ଆଗାମି ଦିନରେ ମକରନ୍ଦ ବିଜେପିକୁ ସମର୍ଥନ କରିବେ ।

ସମ୍ବଲପୁର ବିଧାନସଭା ଆସନରେ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ସେ ବିଜେପି ପ୍ରାର୍ଥୀ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଠାରୁ  ୪ ହଜାରରୁ ଅଧିକ  ଭୋଟରେ ହାରିଛନ୍ତି ।

ଜୟପୁର ଆସନରେ ବିଜେଡି ହେଭିୱେଟ୍‌  ରବିନାରାୟଣ ନନ୍ଦ । ପୂର୍ବତନ ମନ୍ତ୍ରୀ ରବିନାରାୟଣ ତାଙ୍କର କଂଗ୍ରେସ ପ୍ରତିଦ୍ବନ୍ଦୀ  ତାରାବାହିନୀପତିଙ୍କ ଠାରୁ ୫ ହଜାରରୁ ବେଶି ଭୋଟରେ ହାରିଛନ୍ତି । ସେଠାରେ ତାରା ଲଗାତର ଦୁଇଥର ରବିନାରାୟଣଙ୍କୁ ପରାଜିତ କରିଛନ୍ତି ।

ବିଜେପିର ଆଉ ଏକ ବଡ଼ ପରାଜୟ ଘଟିଛି ବରଗଡ଼ ଲୋକସଭା ଆସନରେ । ସେଠାରେ ବିଜେଡ଼ି ପ୍ରାର୍ଥୀ ତଥା ବରିଷ୍ଠ ନେତା ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ପରାଜିତ ହୋଇଛନ୍ତି । ସେ ବିଜେପିର  ସୁରେଶ  ପୂଜାରୀଙ୍କ ଠାରୁ  ୬୦ ହଜାରରୁ ବେଶି ଭୋଟରେ ହାରିଛନ୍ତି ।  ଏଠାରେ ଆଶ୍ଚର୍ଯ୍ୟର କଥା ହେଉଛି ବରଗଡ ଲୋକସଭା ଅନ୍ତର୍ଗତ ୭ଟି ଯାକ ବିଧାନସଭା କ୍ଷେତ୍ରରେ ବିଝେଡି ବିଜୟୀ ହୋଇଛି । କିନ୍ତୁ ହାରିଯାଇଛନ୍ତି ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ।

 ସଂସଦ ପ୍ରାର୍ଥୀ ଭାବେ ଲଢି ବିଜେଡିରୁ ଦୁଇ ଦୁଇଥର ଲୋକସଭା ସାଂସଦ କଳିକେଶ ନାରାୟଣ ସିଂଦେଓ ପରାଜୀତ ହୋଇଛନ୍ତି । ବଲାଙ୍ଗିର ଆସନରେ କଳିକେଶଙ୍କୁ ପରାଜିତ କରିଛନ୍ତି ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ସଙ୍ଗୀତା  କୁମାରୀ ସିଂଦେଓ । ସେ ୧୮ ହଜାର ୫୪ ଭୋଟରେ କଳିକେଶଙ୍କୁ ହରାଇଛନ୍ତି ।

 ବିଜେଡି ହେଭିୱେଟ ପୁଷ୍ପେନ୍ଦ୍ର ସିଂଦେଓ କଳାହାଣ୍ଡି ଲୋକସଭା ଆସନରେ ପରାଜିତ ହୋଇଛନ୍ତି । ସେ ବିଜେପିର ବସନ୍ତ ପଣ୍ଡାଙ୍କ ଠାରୁ       ୨୪ ହଜାରରୁ ଅଧିକ ଭୋଟରେ ହାରିଯାଇଛନ୍ତି ।

 ବିଜେଡିର ଅନ୍ୟତମ ପ୍ରମୂଖ ପରାଜୀତ ପ୍ରାର୍ଥୀ  ରବିନ୍ଦ୍ର ଜେନା । ବାଲେଶ୍ୱର ଲୋକସଭା ଆସନରେ  ବିଜେପିର ପ୍ରତାପ ଷଡଙ୍ଗୀଙ୍କ ଠାରୁ     ପାଖାପାଖି ୧୧ ହଜାର ୧୬୯ ଭୋଟରେ ଭୋଟରେ ହାରିଛନ୍ତି ରବିନ୍ଦ୍ର ଜେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.