ତିନି ବ୍ୟାଙ୍କ ନେଲେ ବଡ ନିଷ୍ପତ୍ତି, ଦେଶର କୋଟି କୋଟି ଗ୍ରାହକଙ୍କ ଉପରେ ପଡିବ ଏହି ପ୍ରଭାବ

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ ୨୮।୦୮: ଗତ କିଛି ଦିନରେ ଦେଶର ତିନି ବଡ ବ୍ୟାଙ୍କ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ତିନି ବ୍ୟାଙ୍କ ହେଉଛନ୍ତି ଘରୋଇ କ୍ଷେତ୍ରର ଆଇସିଆଇସିଆଇ, କୋଟାକ ମହିନ୍ଦ୍ରା ଓ ସରକାରୀ କ୍ଷେତ୍ରର ବ୍ୟାଙ୍କ ଅଫ ବରୋଦା। ଏହି ତିନି ବ୍ୟାଙ୍କର ନିଷ୍ପତ୍ତିର ପ୍ରଭାବ କୋଟି କୋଟି ଗ୍ରାହକଙ୍କ ଉପରେ ପଡିବ।

ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଅଫ ବରୋଦା ନିଜର ନୂତନ ଗ୍ରାହକଙ୍କ ପାଇଁ ଋଣ ଉପରେ ରିସ୍କ ପ୍ରିମିୟର ବଢାଇଛନ୍ତି। ସରଳ ଭାଷାରେ କହିବାକୁ ଗଲେ ନୂତନ ଗ୍ରାହକଙ୍କୁ ଏବେ ବ୍ୟାଙ୍କ ଅଫ ବରୋଦାରୁ ଋଣ ନେବା ମହଙ୍ଗା ପଡିବ। ଏହା ବ୍ୟତୀତ ବ୍ୟାଙ୍କ ଋଣ ଦେବାରେ ଭଲ କ୍ରେଡିଟ୍ ସ୍କୋରକୁ ମାପଦଣ୍ଡରେ ମଧ୍ୟ ସାମିଲ କରିଛି। ଏହାର ଅର୍ଥ ଯାହାଙ୍କ ସ୍କୋର ଯେତିକି ଭଲ ତାଙ୍କୁ ସେହି ପରିମାଣରେ ଲୋନ ମିଳିବ। କମ୍ କ୍ରେଡିଟ୍ ସ୍କୋରରେ ଋଣ ଉପରେ ସୁଧ ହାର ଅଧିକ ରହିବ।

{"id":321680,"sizeSlug":"large"}

ଘରୋଇ କ୍ଷେତ୍ରର ଆଇସିଆଇସିଆଇ ବ୍ୟାଙ୍କ ଚାଷୀଙ୍କୁ ଋଣ ଦେବା ପାଇଁ ଅଭିନବ ନୀତି ଆପଣେଇଛି। ବ୍ୟାଙ୍କ ଉପଗ୍ରହ ଚିତ୍ରରୁ ଉତ୍ତୋଳିତ କୃଷକଙ୍କ ଖେତର ଫଟୋ ଦେଖି ଆକଳନ କରିବା ପରେ ଋଣ ଦେବ। ବ୍ୟାଙ୍କ ଅନୁଯାୟୀ ଏଥିରେ କୃଷକଙ୍କ ଆର୍ଥିକ ଅବସ୍ଥାର ସଠିକ୍ ଅନୁମାନ କରାଯାଇ ପାରିବ ଏବଂ ଋଣ ମଞ୍ଜୁରୀରେ କମ ସମୟ ଲାଗିବ। ଏହି ଜ୍ଞାନ କୌଶଳରେ ଋଣର ପରିମାଣ ବୃଦ୍ଧି ହେବ।

ଏହି ପରି ଆଇସିଆଇସିଆଇ ହୋମ୍ ଫାଇନାନ୍ସ ବରିଷ୍ଠ ନାଗରିକଙ୍କ ପାଇଁ ଖାସ୍ ଏଫଡି ଯୋଜନା ଆରମ୍ଭ କରିଛି। ଏହି ଏଫଡି ସ୍କିମରେ ସୁଧ ହାର ସାମାନ୍ୟଠୁ ଅଧିକ ମିଳୁଛି।

{"id":321682,"sizeSlug":"large"}

କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏଟିଏମରୁ ଟଙ୍କା କାଢିବା ପାଇଁ ଡେବିଟ୍ କାର୍ଡର ଆବଶ୍ୟକତା ପଡିବ ନାହିଁ। ବ୍ୟାଙ୍କ ଏସବିଆଇ ପରି କାର୍ଡଲେସ୍‌ ନଗଦ କାଢିବାର ସୁବିଧା ଆରମ୍ଭ କରିଛି। ଏହି ସୁବିଧା ପାଇଁ ଗ୍ରାହକଙ୍କୁ କୋଟାକ ନେଟ୍ ବ୍ୟାଙ୍କିଙ୍ଗ କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍‌ରେ ଲୋଗ୍ ଇନ କରିବାକୁ ପଡିବ। ଏଥିରେ ପଞ୍ଜୀକରଣ ପ୍ରକ୍ରିୟା ପୂରା କରିବାକୁ ପଡିବ। ଏହା ପରେ କୋଡ୍ ଜେନେରେଟ କରି କୌଣସି ବି ଏଟିଏମରୁ ବିନା ଏଟିଏମ କାର୍ଡରେ ଟଙ୍କା କାଢି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.