Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ଚଣା ଡାଲି ବାଦାମଠାରୁ ଅଧିକ ଲାଭଦାୟକ, ପ୍ରତିଦିନ ସକାଳେ ଖାଇଲେ ମିଳିବ ଏହି ଫାଇଦା

28/12/2020 at 5:37 PM

ଭୁବନେଶ୍ବର ୨୮।୧୨: ପ୍ରତିଦିନ ସକାଳେ ଭିଜା ବାଦାମ ଖାଇବା ବେଶ୍ ଲାଭଦାୟକ । ମାତ୍ର ଭିଜା ବାଦାମଠାରୁ ଚଣା ଡାଲି ଅଧିକ ଲାଭଦାୟକ । ଶସ୍ତାରେ ମିଳୁଥିବା ଚଣା ଡାଲିରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫ୍ୟାଟ୍, ଫାଇବର, କ୍ୟାଲସିୟମ୍, ଆଇରନ୍ ଏବଂ ଭିଟାମିନ୍ସ ଭରପୁର ମାତ୍ରାରେ ରହିଛି । ଗଜା ଚଣାରେ କ୍ଲୋରୋଫିଲ, ଭିଟାମିନ୍ ଏ, ବି, ସି, ଡି ଏବଂ କେ, ଫସଫରସ, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ମିନେରାଲସ ରହିଛି । ରାତିସାରା ଭିଜାଇ ସକାଳେ ଚଣା ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହେ ।

ରୋଗ ପ୍ରତିରୋଧକ ଶକ୍ରି ବଢିଥାଏ-

ଚଣାରେ ଭିଟାମିନ୍, ମିନେରାଲ୍ସ, କ୍ଲୋରୋଫିଲ୍ ଏବଂ ଫସଫରସ ପର୍ଯ୍ୟାପ୍ତ ପରିମାଣରେ ରହିଛି । ଯାହା ଫଳରେ ପ୍ରତିଦିନ ଭିଜା ଚଣା ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ଡାଏବେଟିସ୍ ପାଇଁ ଲାଭଦାୟକ-

ଡାଏବେଟିସ୍ ରୋଗୀ ପ୍ରତିଦିନ ସକାଳେ ୨୫ ଗ୍ରାମ୍ ଭିଜା ଚଣା ଖାଇବା ଲାଭଦାୟକ ହୋଇଥାଏ । ଖାଲି ପେଟରେ ଖାଇଲେ ଡାଏବେଟିସ୍ ରୁ ଆରାମ ମିଳିଥାଏ ।

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି-

ଚଣା ଡାଲିରେ ଥିବା ଫାଇବର ପାଚନ ପାଇଁ ଲାଭଦାୟକ ହୋଇଥାଏ । ପେଟ ଦରଜ ଓ କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ଚଣାରେ ଅଦା, ଜିରା ଏବଂ ଲୁଣ ମିଶାଇ ଖାଆନ୍ତୁ । ଏହାଦ୍ବାରା ପେଟ ଦରଜ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଶକ୍ତି ମିଳିଥାଏ-

ପ୍ରତିଦିନ ସକାଳେ ଚଣାରେ ଲେମ୍ବୁ, ଅଦା, ଲୁଣ, ଗୋଲମରିଚ ମିଶାଇ ଖାଇଲେ ଶରୀର ସୁସ୍ଥ ରହିଥାଏ । ଏହାସହ ଦିନରେ କାମ କରିବା ପାଇଁ ଶକ୍ତି ମିଳିଥାଏ ।

ସୁସ୍ଥ ରହିବ ଶରୀର-

ପୁରୁଷଙ୍କଠାରେ ଥିବା କୌଣସି ଦୁର୍ବଳତା ପାଇଁ ଚଣା ବେଶ୍ ଲାଭଦାୟକ । ପ୍ରତିଦିନ ସକାଳେ ଭିଜା ଚଣା ଖାଇଲେ ଏହା ଶରୀରକୁ ସୁସ୍ଥ ରଖିବା ସହ ଶକ୍ତି ପ୍ରଦାନ କରିଥାଏ ।

ଆଇରନ୍ ସମସ୍ୟା ଦୂର ହେବ-

ଶରୀରରେ ଆଇରନ୍ କମ୍ ଥିଲେ ଚଣା ଖାଇବା ଦ୍ବାରା ତାହା ଦୂର ହୋଇଥାଏ । ଚଣା ଖାଇବା ଦ୍ବାରା ଏନିମିଆ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

   Related Posts