ସପ୍ତାହକରେ ପୃଥିବୀକୁ ଅତିକ୍ରମ କରିବେ ଏହି ସବୁ ଏଷ୍ଟ୍ରଏଡ୍, ଜାଣନ୍ତୁ ସେଗୁଡିକର ବେଗ

Published By : Prameya-News7 Bureau | June 04, 2020 IST

ୱାସିଂଟନ ୪।୬: ଗୋଟିଏ କି ୨ଟା ନୁହେଁ ଏକକାଳୀନ ୮ଟି ଏଷ୍ଟ୍ରଏଡ୍ ପୃଥବୀ ଆଡକୁ ମୁହାଁଇଛନ୍ତି। ଏହି ସୂଚନା ଦେଇଛନ୍ତି ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ (ନାସା)ର ନିୟର ଆର୍ଥ ଅବଜେକ୍ଟ ଷ୍ଟଡିଜ୍ (ଏନଇଓ ଏସ୍) । ଜୁନ ୫ ତାରିଖରୁ ଆଗାମୀ ସପ୍ତାହନ୍ତ ପର୍ଯ୍ୟନ୍ତ ଏହି ସବୁ ଏଷ୍ଟ୍ରଏଡ୍ ପୃଥିବୀର ଅତି ନିକଟ ଦେଇ ଗତିକରିବେ। ଯେଉଁମାନଙ୍କ ମଧ୍ୟରେ କିଛି କ୍ଷୁଦ୍ର ହୋଇଥିବା ବେଳେ ଆଉ କେତେକର ଆକାର ୩ଟା ଫୁଟବଲ ପଡିଆ ଭଳି କହିଛନ୍ତି ଏନଇଓ ଏସ୍।

{"id":281224,"sizeSlug":"large"}

ସୂଚନା ମୁତାବକ ଏଷ୍ଟ୍ରଏଡ୍ ୨୦୨୦ କେଏନ-୫ ଜୁନ ୫ ତାରିଖ ଭୋର ପ୍ରାୟ ୪ଟା ୪୪ ମିନିଟ୍‌ରେ ପୃଥିବୀ କକ୍ଷପଥରୁ ୬୧ଲକ୍ଷ କିଲୋମିଟର ଦୂରରେ ଗତିକରିବ। ଏହାର ଆକାର ୨୪ରୁ ୫୫୪ ମିଟର ହୋଇଥିବା ବେଳେ ଘଣ୍ଟାପ୍ରତି ବେଗ ୪୫ହଜାର ୫୭୬ କିଲୋମିଟର ରହିବ ବୋଲି ଏନଇଓ ଏସ୍ ଙ୍କ ସୂଚନାରୁ ଜଣାପଡିଛି। ସେହିପରି ୫ ଜୁନ ଅପରାହ୍ନ ୫ଟା ୪୧ ମିନିଟ୍‌ରେ ଏଷ୍ଟ୍ରଏଡ୍ ୨୦୨୦ କେଏନ୍-୬ ପୃଥିବୀକୁ  କକ୍ଷପଥରୁ ୪୪.୧୩ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ। ଏହାର ଆକାର ପ୍ରାୟ ୨୮ ମିଟର ହେବ। ପୃଥିବୀକୁ ଅତିକ୍ରମ କରିବା ବେଳେ ଏହାର ବେଗ ଅନୁନ୍ୟ ୪୧ହଜାର ୬୫୨ ପ୍ରତିଘଣ୍ଟା ରହିବ।

{"id":281231,"sizeSlug":"large"}

ସେହିପରି ଜୁନ ୬ ତାରିଖ ପୂର୍ବାହ୍ନ ପ୍ରାୟ ୮ଟା ୫୦ ମିନିଟ୍‌ରେ ଏଷ୍ଟ୍ରଏଡ୍ ୨୦୦୨ ଏନଏନ-୪ ପୃଥିବୀକୁ ଅତି ନିକଟରୁ ପାର ହେବ। ପୃଥିବୀକୁ ଅତିକ୍ରମ କରିବା ବେଳେ ଏହାର ଦୂରତା ଅନୁନ୍ୟ ୫୧ଲକ୍ଷ କିଲୋମିଟର ଥିବା ବେଳେ ବେଗ ଘଣ୍ଟାପ୍ରତି ୪୦ ହଜାର ୧୪୦ କିଲୋମିଟର ରହିବ। ଏହାର ଆକାର ପାଖାପାଖି ୫ଟା ଫୁଟବଲ ପଡିଆର ଆକାର ସହ ସମାନ ବୋଲି ଏନଇଓଏସ୍ ସୂଚିତ କରିଛନ୍ତି। ସେହିପରି ୬ ଜୁନ ଅପରାହ୍ନ ସାଢେ ୪ଟା ବେଳେ ୨୦୨୦କେଓ-୧ ପୃଥିବୀ ପାଖ ଦେଇ ଯିବ। ଏହି ସମୟରେ ପୃଥିବୀରୁ ଏହାର ଦୂରତା ୫୦.୯୩ଲକ୍ଷ କିଲୋମିଟର ଥିବା ବେଳେ ବେଗ ପ୍ରାୟ ୨୧ ହଜାର ୯୩୦ ପ୍ରତିଘଣ୍ଟା ଥିବ। ଏହି ଏଷ୍ଟ୍ରଏଡର ଆକାର ୨୬ରୁ ୫୯ ମିଟର।

{"id":281234,"sizeSlug":"large"}

୬ ଜୁନ ରାତି ପ୍ରାୟ ୧୧ଟା ୮ ମିନିଟ୍‌ରେ ଏଷ୍ଟ୍ରଏଡ୍ ୨୦୨୦ କେକ୍ୟୁ-୧ ପୃଥିବୀ ନିକଟ ଦେଇ ଗତିକରିବ। ଏହାର ଆକାର ୮୧ ମିଟର ଥିବା ବେଳେ ପୃଥିବୀଠାରୁ ୫୧.୨୩ଲକ୍ଷ କିଲୋମିଟର ଦୂରରେ ଘଣ୍ଟାପ୍ରତି ୫୩ ହଜାର ୭୪୮ କିଲୋମିଟର ବେଗରେ ଯିବ। ସେହିପରି ରାତି ପ୍ରାୟ ୧୨ଟା ୪୫ ମିନିଟ୍‌ରେ ପୃଥିବୀ ନିକଟରୁ ୧୪.୩୧ଲକ୍ଷ କିଲୋମିଟର ଦୂରରେ ଏଷ୍ଟ୍ରଏଡ୍ ୨୦୨୦-ଏଲଏ ଗତି କରିବ। ଏହାର ଆକାର ୫୩ ମିଟର ହୋଇଥିବା ବେଳେ ପ୍ରତିଘଣ୍ଟା ବେଗ ୫୫ ହଜାର ୫୮୪ କିଲୋମିଟର ଥିବ।

{"id":281239,"width":579,"height":232,"sizeSlug":"large"}

ଏହା ପରଦିନ ଅର୍ଥା ୭ ଜୁନ ମଧ୍ୟାହ୍ନ ୧୨ଟା ୩ ମିନିଟ୍‌ରେ ଏଷ୍ଟ୍ରଏଡ୍ ୨୦୨୦କେ-୭ପୃଥିବୀ ନିକଟ ଦେଇ ଯିବ। ଏହି ସମୟରେ ପୃଥିବୀଠାରୁ ଏହାର ଦୂରତା ୧୪.୬୭ଲକ୍ଷ କିଲୋମିଟର ଥିବା ବେଳେ ଘଣ୍ଚାପ୍ରତି ବେଗ ୨୬ ହଜାର ୪୨୪ କିଲୋମିଟର। ଏହାର ଆକାର ୫୨ ମିଟର ବୋଲି ଏନଇଓ ଏସ୍ ସୂଚିତ କରିଛନ୍ତି। ଏହାର କିଛି ସମୟ ପରେ ଅର୍ଥାତ ୧୨ଟା ୪୫ମିନିଟ୍‌ରେ ଏଷ୍ଟ୍ରଏଡ୍ ୨୦୨୦ କେକେ-୩ ପୃଥିବୀକୁ ଅତିକ୍ରମ କରିବ। ଏହା ପୃଥିବୀ ଠାରୁ ୬୮.୦୨ଲକ୍ଷ କିଲୋମିଟର ଦୂରରେ ଯିବାକୁ ଥିବା ବେଳେ ଏହାର ଘଣ୍ଟାପ୍ରତି ବେଗ ୪୨ ହଜାର ୮୭୬ କିଲୋମିଟର ରହିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.