ରକ୍ଷାବନ୍ଧନ ପୂର୍ବରୁ ଏହି ସବୁ ରାଶିର ସମାପ୍ତ ହେଉଛି ସାଢେସାତୀ, ଏଥର ଖୋଲିବ ଭାଗ୍ୟ

Published By : Prameya-News7 Bureau | August 09, 2019 IST

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରକ୍ଷାବନ୍ଧନ ପୂର୍ବରୁ କିଛି ରାଶିମାନଙ୍କର ସାଢେସାତୀ ସମାପ୍ତ ହେଉଛି। ଫଳରେ ଏହି ରାଶି ଜାତକ ଲୋକମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ। ସେମାନଙ୍କ ଜୀବନ ପୁଣି  ଆଲୋକିତ ହେବା ସହ ନୂଆ ଖୁସିର ସଞ୍ଚାର ହେବ। ତେବେ କେଉଁ ରାଶିମାନେ ଶନିଙ୍କ ସାଢେସାତୀ ନଜରରୁ ମୁକ୍ତ ହେବାକୁ ଯାଉଛନ୍ତି ଆସନ୍ତୁ ଜାଣିବା।

{"id":142646,"width":584,"height":221}

ମେଷ ଓ ମିଥୁନ ରାଶି : ରକ୍ଷା ବନ୍ଧନ ପୂର୍ବରୁ ରାଶି ଚକ୍ରର ପ୍ରଥମ ଓ ତୃତୀୟ ରାଶି ମେଷ ଏବଂ ମିଥୁନ ଶନିଙ୍କ ସାଢେ ସାତିରୁ ମୁକ୍ତ ହେବେ। ସାଢେସାତୀରୁ ମୁକ୍ତ ହେବା ଯୋଗୁ ଏହି ରାଶି ଜାତକ ଏବେ ଜୀବନର ସବୁ କାର୍ଯ୍ୟରେ  ଉନ୍ନତି କରିପାରିବେ। ସେମାନଙ୍କ ଜୀବନରେ ଅଚାନା ପରିବର୍ତ୍ତନର ଆଶା କରାଯାଉଥିବା ବେଳେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବାର ଆଶା କରାଯାଉଛି। ଏଣୁ ଏହି ରାଶି ଜାତକଙ୍କୁ ଶନିଙ୍କ ଉପାଶନା ଅତ୍ୟନ୍ତ ଶୁଭଫଳ ଦାୟୀ ହେବ।

{"id":142645,"width":583,"height":231}

ସିଂହ ଓ ତୁଳାରାଶି: ମେଷ ଓ ମିଥୁନ ରାଶି ଭଳି ସିଂହ ଓ ତୁଳାରାଶି ମଧ୍ୟ ଶନିଙ୍କ ସାଢେସାତୀରୁ ମୁକ୍ତ ହେବେ। ଫଳରେ ଏହି ରାଶିର ଲୋକଙ୍କ ଭାଗ୍ୟ ଉଦୟ ହେବ। ସାଢେସାତୀମୁକ୍ତ ହେବା ଯୋଗୁ ପାରିବାରିକ ଖୁସି ସହ ସୁଖ ସମୃଦ୍ଧି ମଧ୍ୟ ବଢିବ। ଏହି ରାଶିର ଜାତମାନେ ଏପର୍ଯ୍ୟନ୍ତ ଭୋଗୁଥିବା ଆର୍ଥିକ ସମସ୍ୟାରୁ ମୁକ୍ତ ହେବେ। ଭାଗ୍ୟ ସହିତ ଏହି ରାଶିଜାତକଙ୍କ ଧନଲାଭର ମଧ୍ୟ ଯୋଗ ହୋଇଛି। ମାନସମ୍ମାନ ଲାଭ ସହ ଶନିଦେବଙ୍କ କୃପା ଏହି ରାଶି ଉପରେ ରହିବ। ଏଣୁ ଶନିଙ୍କ ପୂଜା ଆରାଧନା ଜାତକଙ୍କ ଲାଗି ଶୁଭ।

{"id":142642,"width":581,"height":229}

ମକର ଓ କୁମ୍ଭ ରାଶି :  ଶନିଙ୍କ ସାଢେସତୀ ପ୍ରଭାବରୁ ମକର ଓ କୁମ୍ଭ ରାଶି ମଧ୍ୟ ମୁକ୍ତ ହେଉଛନ୍ତି। ଏଣୁ ଏହି ରାଶିର ଜାତକଙ୍କୁ ଏବେ ସବୁ କାମରେ ଭାଗ୍ୟର ସହଯୋଗ ମିଳିବ। ଏପର୍ଯ୍ୟନ୍ତ ଭୋଗୁଥିବା ସମସ୍ୟାରୁ ଏହି ରାଶି ଜାତକ ମୁକ୍ତ ହେବା ସହ  ଆର୍ଥିକ ଉନ୍ନତି କରିପାରିବେ। ସେହିପରି ସନ୍ତାନ ଚିନ୍ତାରେ ଥିବା ଏହି ରାଶି ଜାତକ ଲୋକଙ୍କ ସନ୍ତାନ କାମନା ପୂର୍ଣ୍ଣ ହେବ। ବୃତ୍ତି ଧାରୀଙ୍କ ପଦୋନ୍ନତୀ ଆଶା କରାଯାଉଥିବା ବେଳେ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହାହିଁ ପ୍ରକୃଷ୍ଠ ସମୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.