Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଟ୍ରମ୍ପ ଉତ୍ସବ ପାଇଁ କରାଯାଇଥିଲା ଏହିସବୁ ବ୍ୟବସ୍ଥା

24/02/2020 at 6:39 PM

୨୪।୦୨- ଟ୍ରମ୍ପ ଉତ୍ସବ । ଆଜି ଅହମ୍ମଦାବାଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପାଇଁ ଯେମିତି ଏକ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଥିଲା ।ସାଧାରଣ ଲୋକଙ୍କ ମଧ୍ୟରେ ଦେଖାଦେଇଥିଲା ଅଭୂତପୂର୍ବ ଉତ୍ସାହ ।ଆମେରିକା ରାଷ୍ଟ୍ରପତିଙ୍କ ଟିକିଏ ଝଲକ ପାଇବା ପାଇଁ ରାସ୍ତାକୁ ଓହ୍ଲାଇ ଆସିଥିଲେ ଲକ୍ଷ ଲକ୍ଷ ଲୋକ ।

ଉତ୍ସବମୁଖର ଅହମ୍ମଦାବାଦ । ଆମେରିକା ରାଷ୍ଟ୍ରପତି ପହଞ୍ଚିବା ପୂର୍ବରୁ ଜମିଚାଲିଥିଲା ଉତ୍ସବର ମାହୋଲ। ବିମାନ ବନ୍ଦରରୁ ମୋଟାରା ଷ୍ଟାଡିୟମ ସବୁଠି ଥିଲା ନାଚ ଗୀତର ଆସର । ନବବଧୂ ଭଳି ସଜେଇ ହୋଇଥିଲା ଅହମ୍ମଦାବାଦ । ରାସ୍ତା କଡ଼ରେ ଆମେରିକା ରାଷ୍ଟ୍ରପତିଙ୍କର ଦେଖିବାକୁ ମିଳିଥିଲା ବିରାଟକାୟ ହୋର୍ଡିଂ । ଆଉ ରାସ୍ତାରେ ଦେଖିବାକୁ ମିଳିଥିଲା ବିଭିନ୍ନ ପ୍ରକାରର ଭାରତୀୟ ସଂସ୍କୃତିର ଝଲକ । ଗୁଜରାଟର ଲୋକନୃତ୍ୟ ସହିତ ଦେଶର ଅନ୍ୟ ଅଞ୍ଚଳର ଲୋକନୃତ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

ରାସ୍ତା କଡ଼ରେ ଦେଢ଼ ଲକ୍ଷ ଫୁଲକୁଣ୍ଡ ଲଗାଯାଇଥିଲା । ଟ୍ରମ୍ପଙ୍କ ଗସ୍ତ ପାଇଁ ଆଜି ଅହମ୍ମଦାବାଦର ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା । ମୁଖ୍ୟ କାର୍ଯ୍ୟକ୍ରମ ନମସ୍ତେ ଟ୍ରମ୍ପ ପାଇଁ ମଧ୍ୟ ଲୋକମାନେ ବହୁ ପୂର୍ବରୁ ପହଞ୍ଚିଥିଲେ। ଦେଖନ୍ତୁ ସତେଯେମିତି ଜନ ସମୁଦ୍ର ମୋଟାରା ଷ୍ଟାଡିୟମ ଅଭିମୁଖେ ଆସୁଛି। ସେମାନଙ୍କୁ ଟିକିନିଖି ସୁରକ୍ଷା ଯାଞ୍ଚ କରାଯାଇ ଷ୍ଟାଡିୟମ ଭିତରକୁ ଛଡ଼ା ଯାଇଥିଲା ।…

ଚାରି ଆଡ଼େ ଯେମିତି ଉତ୍ସବ ଥିଲା। ଆଉ  ଏପରି ଆୟୋଜନ ଦେଖି ଆମେରିକା ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ କହିଥିଲେ ସ୍ପେକ୍ଟାକୁଲାର।

ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଅହମ୍ମଦାବାଦରେ ସୁରକ୍ଷା ବ୍ୟବସ୍ଥାର ଟିକନିକି ଯାଞ୍ଚ କରୁଥିଲେଗୃହମନ୍ତ୍ରୀ ଅମିତ ଶାହ ।

   Related Posts