ଆପଣଙ୍କ ଶରୀରରେ ଏହି ୬ଟି ଲକ୍ଷଣ ଦେଖୁଛନ୍ତି କି?ସାବଧାନ, ହୋଇପାରେ ହୃଦଘାତ

Published By : Prameya-News7 Bureau | October 09, 2019 IST

ବିଶ୍ବରେ ହୃଦରୋଗରେ ସବୁଠୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଡବ୍ଲ୍ୟୁଏଚଓ ଅନୁସାରେ ୨୦୧୬ମସିହାରେ ଏଥିରେ ୧୭.୯ମିଲିୟନ ଲୋକଙ୍କର ମୃତ୍ୟୁ ହୋଇଥିଲା ଯାହା ବିଶ୍ବରେ ମୋଟ ହେଉଥିବା ମୃତ୍ୟୁ ସଂଖ୍ୟାର ୩୧ପ୍ରତିଶତ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ୮୫ପ୍ରତିଶତ ଲୋକଙ୍କର ମୃତ୍ୟୁର କାରଣ ହୃଦଘାତ।

{"id":167784}

କୌଣସି କାରଣରୁ ହୃଦୟ ନିକଟକୁ ରକ୍ତ ସଞ୍ଚାଳନ ନ ହୋଇପାରିଲେ ହୃଦଘାତ ହୋଇଥାଏ। ସାଧାରଣତଃ ରକ୍ତ ସଞ୍ଚାଳନ ଶରୀରରେ ଚର୍ବି,କୋଲେଷ୍ଟୋଲ୍ ଏବଂ ଅନ୍ୟ ପଦାର୍ଥ ଜମା ହେଲେ ପ୍ରଭାବିତ ହୋଇଥାଏ କାରଣ ଏହା ଧମନୀରେ ପ୍ଲେକ୍ କରିଥାଏ। ଏହା ଦ୍ବାରା ଧମନୀ ଯାଏଁ ରକ୍ତ ସଞ୍ଚାଳନ ବ୍ଲକ୍ ହୋଇଯାଇଥାଏ। କେବଳ ଏତିକି ନୁହେଁ,ଶିରାପ୍ରଶିରାରେ ଜମା ହୋଇଥିବା ଏହି ବର୍ଜବସ୍ତୁ ହୃଦୟର ମାଂସପେଶୀ ସ୍ଥାନକୁ କ୍ଷତି ପହଞ୍ଚାଇଥାଏ।

{"id":167785}

ହୃଦଘାତର ଲକ୍ଷଣ : ଏହାର ଲକ୍ଷଣ ହେଉଛି ଆପଣଙ୍କ ଛାତି କିମ୍ବା ବାହୁରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ ଯାହା ଆପଣଙ୍କ ବେକ,ହନୁହାଡ଼ କିମ୍ବା ପିଠି ଯାଏଁ ବ୍ୟାପିଥିଲା। ଏହା ବ୍ୟତୀତ ବାନ୍ତି,ବଦହଜମୀ,ହିଟବର୍ଣ୍ଣ,ପେଟ ବ୍ୟଥା,ଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ,ଥଣ୍ଡା ଝାଳ,ଥକ୍କାପଣ ଏବଂ ହଠାତ୍ ମୁଣ୍ଡ ଘୂରାଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ

{"id":167786}

୧. ଥକ୍କାପଣ : ଅସ୍ବାଭାବିକ ଥକ୍କାପଣ ହୃଦଘାତର ଏକ ମୁଖ୍ୟ ଲକ୍ଷଣ। ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଏ ପ୍ରକାରର ଲକ୍ଷଣ ହେବାର ସମ୍ଭାବନା ଅଧିକ ଥାଏ। ଶାରିରୀକ କିମ୍ବା ମାନସିକ ଗତିବିଧି ଥକ୍କାପଣର କାରଣ ନୁହେଁ। ବେଳେବେଳେ ଅତି ସହଜ କାମ ଯେପରିକି ବିଛଣା ସଜାଡ଼ିବା କିମ୍ବା ସ୍ନାନ କରିବା ବେଳେ ମଧ୍ୟ ଥକ୍କା ଲାଗିଥାଏ।

{"id":167787}

୨.ପେଟବ୍ୟଥା : ପେଟ ବ୍ୟଥା,ଫୁଲା ଅନୁଭବ କରିବା ଏବଂ ପେଟ ଖରାପ ହେବା ଆଦି ସାଧାରଣ ଲକ୍ଷଣ ଅଟେ। ହୃଦଘାତ ପୂର୍ବରୁ ପେଟ ବ୍ୟଥା ହୋଇଥାଏ। ବେଳେବେଳେ ରହି ରହି ପେଟବ୍ୟଥା ହୋଇଥାଏ। ଶାରିରୀକ ଅବସାଦ ଫଳରେ ପେଟ ବ୍ୟଥା ହୋଇପାରେ।

{"id":167788}

 ୩. ଅନିଦ୍ରା : ଅନିଦ୍ରା ମଧ୍ୟ ଏହାର ଏକ ମୁଖ୍ୟ କାରଣ ଯାହା ମହିଳାଙ୍କଠାରେ ଅଧିକ ଦେଖାଯାଇଥାଏ। ଅନିଦ୍ରା ପଛରେ ଚିନ୍ତା ଏବଂ ମାନସିକ ଅବସାଦ ବଡ଼ କାରଣ।

{"id":167789}

୪. ଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରିବା : ଶ୍ବାସ ପ୍ରଶ୍ବାସରେ କଷ୍ଟ ହୃଦଘାତର ଏକ ବଡ଼ ଲକ୍ଷଣ ।ହୃଦଘାତ ହେବାର ୬ମାସ ପୂର୍ବରୁ ମହିଳା ଏବଂ ପୁରୁଷଙ୍କଠାରେ ଏହି ଲକ୍ଷଣ ଦେଖାଯାଇଥାଏ। ଏହା ସାଧାରଣତଃ ଚିକିତ୍ସା ସ୍ଥିତିର ଏକ ​ଚେତାବନୀ ସଙ୍କେତ।

{"id":167790,"width":590,"height":332}

୫. କେଶ ଝଡ଼ିବା : କେଶ ଝଡ଼ିବା ହୃଦରୋଗର ଏକ ପ୍ରଧାନ ଲକ୍ଷଣ। ସାଧାରଣତଃ ଏହା ୫୦ରୁ ଅଧିକ ପୁରୁଷଙ୍କୁ ପ୍ରଭାବିତ କରିଥାଏ। କିନ୍ତୁ କେତେକ କ୍ଷେତ୍ରରେ ମହିଳାଙ୍କୁ ମଧ୍ୟ ହୋଇଥାଏ।

{"id":167791}

୬. ଛାତିରେ ଯନ୍ତ୍ରଣା ହେବା : ପୁରୁଷ ଏବଂ ମହିଳାଙ୍କ ଛାତିରେ ଯନ୍ତ୍ରଣା ହେବା ଏହାର ଏକ ମୁଖ୍ୟ ଲକ୍ଷଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.