କମ୍ ଉଚ୍ଚତା ସତ୍ତ୍ୱେ ବଲିଉଡରେ ସଫଳତା ପାଇଛନ୍ତି ଏହି ଅଭିନେତ୍ରୀମାନେ, ଜାଣନ୍ତୁ କିଏ

Published By : Prameya-News7 Bureau | September 29, 2019 IST

ଆଜିକାଲି ଫିଲ୍ମରେ ଅଭିନୟ କଥା ଉଠିଲେ ଡେଙ୍ଗା କଳାକାର ହିଁ ନଜରକୁ ଆସୁଛନ୍ତି। ହେଲେ ବଲିଉଡ୍ ରେ କମ୍ ଉଚ୍ଚତାର କଳାକାରମାନେ ମଧ୍ୟ ବେଶ ସଫଳ ଥିଲେ। ଅଭିନେତ୍ରୀଙ୍କ କଥା ଉଠିଲେ ତ ଏପରି ଅନେକ ମିଳିବେ ଯେଉଁମାନେ ସେମାନଙ୍କ କ୍ୟାରିୟରରେ ବେଶ ସଫଳ ବି ଥିଲେ। ତେବେ ଆସନ୍ତୁ ଜାଣିବା ଏହି ସଫଳ ଅଭିନେତ୍ରୀଙ୍କ ସମ୍ପର୍କରେ ଯେଉଁମାନଙ୍କର ଉଚ୍ଚତା କମ୍ ହୋଇଥିଲେ ହେଁ ସଫଳତାର ଶିର୍ଷକୁ ଛୁଇଁଥିଲେ।

{"id":164354,"width":583,"height":733}

ଜୟା ବଚ୍ଚନ
ଏଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଜୟା ବଚ୍ଚନ। ବଲିଉଡ୍ ବିଗ୍-ବି ଅମିତାଭଙ୍କ ସହଧର୍ମିଣୀ ଜୟା ବଚ୍ଚନ ଅନେକ ସୁପରଡୁପର ହିଟ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି। ଯେଉଁଥିରେ ଫିଲ୍ମ 'ସୋଲେ'କୁ ବି ହିସାବକୁ ନିଆଯାଇପାରେ। ସୋଲେ ରେ ଜୟା ଠାକୁରଙ୍କ ବୋହୂର ଭୂମିକା ନିର୍ବାହ କରିଥିଲେ। ଯାହା ତାଙ୍କ ଅଭିନୟ ଜୀବନର ମାଇଲଖୁଣ୍ଟ ହୋଇ ରହିଯାଇଛି। ଜୟାଙ୍କ ଉଚ୍ଚତା ମାତ୍ର ୫ ଫୁଟ୍ ୨ ଇଞ୍ଚ। ହେଲେ ସେ ଅଭିନୟ ଉଚ୍ଚତାରେ ନୁହେଁ କଳାକାରଙ୍କ ପ୍ରତିଭାରେ ଥାଏ ବୋଲି ପ୍ରମାଣିତ କରିଛନ୍ତି।

{"id":164355,"width":584,"height":570}

ରାଣୀ ମୁଖାର୍ଜୀ
ସେହିଭଳି ଜଣେ କଳାକାର ହେଉଛନ୍ତି ରାଣୀ ମୁଖାର୍ଜୀ। ରାଣୀଙ୍କ ହାଇଟ୍ ମାତ୍ର ୫ଫୁଟ ୩ଇଞ୍ଚ। ହେଲେ ଦୀର୍ଘ ସମୟ ଧରି ରୂପେଲି ପର୍ଦ୍ଦାରେ ରାଣୀ ଝଲସିବା ସହ ଅନେକ ନାମୀଦାମୀ ଅଭିନେତାଙ୍କ ବିପକ୍ଷରେ ଆକ୍ସନ ଥ୍ରୀଲର ହେଉ କି ଲଭ ଷ୍ଟୋରୀ ସବୁଥିରେ ସଫଳ ଅଭିନୟ କରି ନିଜର ଅଭିନୟ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି।

{"id":164356,"width":578,"height":563}

ମନିଷା ଲାମ୍ବା
ସ୍ୱଳ୍ପ ଉଚ୍ଚତାର ଅଭିନେତ୍ରୀଙ୍କ ମଧ୍ୟରେ ମନିଷା ଲାମ୍ବା ଅନ୍ୟତମ। ୫ଫୁଟ ୨ ଇଞ୍ଚ ଉଚ୍ଚତାର ଏହି ନାୟିକା ପ୍ଲାଷ୍ଟିକ ସର୍ଜରୀ କରି ନିଜର ପ୍ରାକୃତିକ ସୁନ୍ଦରତା ହରାଇଥିଲେ। ହେଲେ ତାଙ୍କପ କମ୍ ଉଚ୍ଚତା ଯୋଗୁ ବିଗ୍ ବସ୍ ରେ ବି କାମ କରିସାରିଛନ୍ତି।

{"id":164358,"width":582,"height":734}

ଆଲିଆ ଭଟ୍ଟ
ବଲିଉଡ୍ ରେ ଏବେ ହଙ୍ଗାମା କରୁଥିବା ଆଲିଆ ଭଟ୍ଟଙ୍କ କଥା ପଡିଲେ ତାଙ୍କ ଉଚ୍ଚତା ମାତ୍ର ୫ ଫୁଟ ୩ ଇଞ୍ଚ। 'ଷ୍ଟୁଡେଣ୍ଟ ଅଫ ଦି ଇୟର' ଫିଲ୍ମରୁ କ୍ୟାରିୟରର ଶୁଭାରମ୍ଭ କରିଥିଲେ ଆଲିଆ। ହେଲେ ପଛକୁ ପଛ ହିଟ୍ ଫିଲ୍ମ ଦେଇ ଅନେକ ଫ୍ୟାନ ସୃଷ୍ଟି କରିଛନ୍ତି ଆଲିଆ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.