ଏମାନେ ହେଉଛନ୍ତି ପୃଥିବୀର ସବୁଠୁ ଧନୀ ପଶୁ : ଏମାନଙ୍କ ଜୀବନଶୈଳୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | October 02, 2019 IST

ପୃଥିବୀପୃଷ୍ଠରେ କେତେ ବିଚିତ୍ର ଧରଣର ପଶୁ ରହିଥାଆନ୍ତି ଯେଉଁ ପଶୁଗୁଡ଼ିକ ବିଷୟରେ ଆମେ ଜାଣିନଥାଉ। ବିଶ୍ବରେ ବହୁତ ଲୋକ ଏପରି ଅଛନ୍ତି,ଯେଉଁମାନେ ପଶୁ ପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ଏହି ପଶୁଗୁଡ଼ିକୁ କିଣିବା ପାଇଁ ଲୋକେ ଲକ୍ଷେ ଟଙ୍କା ଖର୍ଚ୍ଚ କରିଥାଆନ୍ତି।

{"id":165309}

ଗ୍ରୀନ ମଙ୍କି ନାମକ ଏକ ଘୋଡ଼ା ରହିଛି,ଯାହା ଅତ୍ୟନ୍ତ ଦୁର୍ଲଭ ଏବଂ ମହଙ୍ଗା। ଏହି ଘୋଡ଼ା ଆମେରିକାର ଥ୍ରୁଘବ୍ରେଡ ରେସହର୍ସ ଯାହାର ଜନ୍ମ ୨୦୦୪ମସିହାରେ ହୋଇଥିଲା। ଗ୍ରୀନ ମଙ୍କି ପ୍ରଥମ ଥର ଦୌଡ଼ରେ ୯.୮ସେକେଣ୍ଡରେ ୮ମାଇଲ ଦୌଡ଼ିଥିଲା। ଏହାକୁ ୧,୬୦,୦୦,୦୦୦ଡଲାର(୧,୧୬,୩୮,୪୦,୦୦୦ଟଙ୍କା)ରେ ବିକ୍ରି କରାଯାଇଥିଲା। ୨୦୧୮ମସିହାରେ ଏହି ଘୋଡ଼ାର ମୃତ୍ୟୁ ହୋଇଥିଲା।

{"id":165310}

ବ୍ରିଟେନର କୋଟିପତି ବ୍ୟବସାୟୀ ମାଇଲ୍ସ ବ୍ଲାକବେଲ ନିଜର ସମସ୍ତ ସମ୍ପତ୍ତି ବିକ୍ରି କରି ସେଥିରୁ ୧.୫କୋଟି ଡଲାରର ସମ୍ପତ୍ତି ନିଜ କୁକୁଡ଼ା ଗିଗୁ ନାଁରେ କରି ଦେଇଥିଲେ। କିଛି ଦିନ ପରେ ମାଇଲ୍ସଙ୍କ ମୃତ୍ୟୁ ହୋଇଯାଇଥିଲା। ଏବେ ଗିଗୁର ଦେଖାରଖା ନୂଆ ମାଲିକ କରୁଛନ୍ତି।

{"id":165311}

ହାଷ୍ଟିନ୍ ନସ୍ଲର ଇଷ୍ଟସାଇଡ ଲେଭିସଡେଲ ଗୋଲ୍ଡ ମିସ୍ସି ନାମକ ଏକ ଗାଈ ରହିଛି,ଯିଏ ସାଧାରଣ ଗାଈ ତୁଳନାରେ ୧୦ଗୁଣ ଅଧିକ କ୍ଷୀର ଦେଇଥାଏ। ଏହି ଗାଈ ଅନେକ ପ୍ରତିଯୋଗିତା ଜିତିଛି,ଏହି ଗାଈର ମୂଲ୍ୟ ୮କୋଟି ୪୦ଲକ୍ଷ ଟଙ୍କା।

{"id":165312}

ତିବ୍ବତୀ ମେଷ୍ଟିଫ ଏକ ପ୍ରକାରର ବଡ଼ କୁକୁର ଯାହାର କାନ ଏବଂ ଓଠ ଝୁଲି ରହିଥାଏ। ଏହି କୁକୁର ପୂରା ସିଂହ ଭଳି ଦେଖାଯାଇଥାଏ। ଏହାର ମୂଲ୍ୟ ପାଖାପାଖି ୫,୮୨୦୦୦ଡଲାର ହୋଇଥାଏ।

{"id":165313}

ଡି ବ୍ରାଜ୍ଜା ପ୍ରଜାତିର ମାଙ୍କଡ଼ ପାଖାପାଖି ୩୦ବର୍ଷ ଯାଏଁ ବଞ୍ଚିଥାଏ। ଏହି ମାଙ୍କଡ଼ ଆଫ୍ରିକାରେ ଦେଖିବାକୁ ମିଳିଥାଏ। ଏହାର ମୂଲ୍ୟ ପାଖାପାଖି ୭୦୦୦ରୁ ୧୦,୦୦୦ଡଲାର (୫,୦୯,୧୮୦ ରୁ ୭,୨୭,୪୦୦) ଟଙ୍କା ହୋଇଥାଏ।

{"id":165314}

ଚାଇନାର କ୍ରେଷ୍ଟେଡ କୁକୁର ବିଶ୍ବର ସବୁଠୁ ମହଙ୍ଗା କୁକୁର ଭାବେ ଜଣାଯାଏ। ଏହି କୁକୁର ୨୦୦୩-୨୦୦୫ମସିହାରେ ହୋଇଥିବା ବିଶ୍ବର ସବୁଠୁ ଅସୁନ୍ଦର କୁକୁର ପ୍ରତିଯୋଗିତାରେ ଜିତିଥିଲା। ଏହି କୁକୁରର ମୂଲ୍ୟ ୫୦୦୦ଡଲାର।

{"id":165315}

ଆରବର ପ୍ରାୟଦ୍ବୀପରେ ଦେଖିବାକୁ ମିଳୁଥିବା ରୟାଲ ନସ୍ଲ ଘୋଡ଼ାର ମୂଲ୍ୟ ପାଖାପାଖି ୧,୦୦,୦୦୦ଡଲାର। ଏହି ଘୋଡ଼ା ବିଶେଷ ଆକାରର ହୋଇଥାଆନ୍ତି।

{"id":165316}

ଅଜଗର ରେସସ୍ସିଭ ଜିନର ଲାଭେଣ୍ଡର ଏଲ୍ଲିବନୋ ବଲ୍ ପାଇଥନ୍ ବିଶ୍ବର ସବୁଠୁ ସୁନ୍ଦର ସାପ ମଧ୍ୟରୁ ଗୋଟିଏ। ଏହାର ମୂଲ୍ୟ ପାଖାପାଖି ୪୦,୦୦୦ଡଲାର(୨୯,୦୯.୬୦୦ଟଙ୍କା)।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.