Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏସବୁ ହେଉଛି ଭାରତୀୟ ସେନାର ସବୁଠୁ ବଡ ପଦବୀ, ଯେମିତି ସମ୍ମାନ ବେତନ ବି ସେମିତି ଦମଦାର

ନୂଆଦିଲ୍ଲୀ: ଦେଶ ପାଇଁ ଇଣ୍ଡିଆନ ଆର୍ମୀ ଅଥବା ଆର୍ମଡ ଫୋର୍ସେସ୍ ରେ ଯୋଗଦେବା ବାସ୍ତବିକ ବଡ କଥା। ଦେଶରେ ଏପରି କୌଣସି ଜଣେ ବି ନାଗରିକ ନାହାନ୍ତି ଯାହାଙ୍କୁ ଆର୍ମି ହେଉ ଅଥବା ସଶସ୍ତ୍ର ବଳରେ ଛୋଟ ହେଉ କି ବଡ ପଦବୀର ଅଫର ଯଦି ଦିଆଯାଏ ସେ କେବେବି ଅସ୍ୱୀକାର କରିଦେବେ । କାରଣ ଏହା ହେଉଛି ଭାରତୀୟଙ୍କ ନିଜ ଦେଶ ପ୍ରତି ଗଭୀର ପ୍ରେମ ଓ ସମ୍ମାନ। ବିଭିନ୍ନ ନାମରେ ନାମିତ ଭାରତୀୟ ସୁରକ୍ଷା ବଳକୁ  ସିପାହୀରୁ ମାର୍ସଲ ପର୍ଯ୍ୟନ୍ତ ହଜାର ହଜାର ବାହାଦୂର ଜବାନଙ୍କ ଦ୍ୱାରା ସଜ୍ଜିତ କରାଯାଇଛି। ଯେଉଁମାନଙ୍କ ବାହାଦୂରୀ ଓ ବଳିଦାନ ଅତୁଲ୍ୟ।

ଆମର ସୁରକ୍ଷା ବଳର ଏପରି ୩ଟି ରେଙ୍କ ରହିଛି ଯେଉଁ ରେଙ୍କର ଅଧିକାରୀମାନଙ୍କୁ ଦେଶପାଇଁ ସେମାନଙ୍କ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ କେବେ ସମ୍ମାନୀତ କରାଯାଏନି। ସେମାନଙ୍କର ଏହି ପଦବୀ ହିଁ ସେମାନଙ୍କ ନିମନ୍ତେ ସର୍ବୋଚ୍ଚ ସମ୍ମାନ। ଯେଉଁସବୁ ପଦପଦବୀରେ ଏପର୍ଯ୍ୟନ୍ତ ମାତ୍ର ୨ ଜଣ ଅଧିକାରୀ ପହଞ୍ଚି ପାରିଛନ୍ତି। ଏମିତି ଏକ ପଦବୀ ହେଉଛି ଭାରତୀୟ ସେନାର ଫିଲ୍ଡ ମାର୍ଶଲ, ଯିଏ ସ୍ଥଳସେନାଧ୍ୟକ୍ଷଙ୍କଠାରୁ ମଧ୍ୟ  ବଡ। ଏହି ପଦବୀରେ ଅବସ୍ଥାପିତ ଅଧିକାରୀଙ୍କ ଅବସର କେବଳ ମୃତ୍ୟୁରେ ହିଁ ପ୍ରାପ୍ତ ହୋଇଥାଏ। ତେବେ ଅନ୍ୟ ସବୁ ପଦପଦବୀ ଅବସ୍ଥାପିତ ଅଧିକାରୀମାନେ ଏକ ନିର୍ଦ୍ଧିଷ୍ଟ ଆୟୁରେ ଚାକିରୀରୁ ଅବସରପ୍ରାପ୍ତ କରିଥାନ୍ତି।

ଫିଲ୍ଡ ମାର୍ଶଲଙ୍କର ଯେହେତୁ ଅବସର ନାହିଁ ଏଣୁ ତାଙ୍କୁ ପେନସନ୍ ମିଳେନା। ତେବେ ଯେହେତୁ ତାଙ୍କର ଅବସର ନାହିଁ ଏଣୁ ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ସେନା ପୋଷାକରେ ଦେଖାଯାଇଥାଏ। ଭାରତୀୟ  ସେନା ଭଳି ବାୟୁସେନାରେ ମଧ୍ୟ ମାର୍ଶଲ ପଦବୀ ରହିଛି। ଏହା ଚିଫ ଅଫ ଏୟାର ଷ୍ଟାଫର ପରବର୍ତ୍ତି ଉଚ୍ଚ ପଦବୀ। ବାୟୁସେନା ଡିଏଫସି ଭାବେ ଅର୍ଜନ ସିଂ ଅବସ୍ଥାପିତ ଥିଲେ।ସେହିପରି ଭାରତୀୟ ସେନାରେ ଜେନେରାଲ ସାମ ମାନକ୍ ସ ଏକଦା ଫିଲ୍ଡମାର୍ଶଲ ପଦବୀରେ ଅବସ୍ଥାପିତ

455 Views

   ସମ୍ବନ୍ଧିତ ଖବର