Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଶାଠରେ ନୁହେଁ ପାଠରେ ବି ଏମାନେ ୧ ନମ୍ବର : ଜାଣନ୍ତୁ ବଲିଉଡର ହାଇଲି କ୍ବାଲିଫାଏଡ ଷ୍ଟାରଙ୍କ ସମ୍ପର୍କରେ

14/04/2020 at 6:21 PM

ମୁମ୍ବାଇ ୧୪/୪: ବଲିଉଡ ଷ୍ଟାରମାନେ ଆକ୍ଟିଂ ବ୍ୟତୀତ ପାଠପଢ଼ାରେ ମଧ୍ୟ ଶ୍ରେଷ୍ଠ ସ୍ଥାନ ହାସିଲ କରିଛନ୍ତି। ସବୁଠୁ ଅଧିକ ଶିକ୍ଷିତ ଷ୍ଟାରଙ୍କ ମଧ୍ୟରେ ମହାନ୍ ଅଭିନେତା ଅମିତାଭ ବଚ୍ଚନଙ୍କଠୁ ଆରମ୍ଭ କରି ସାରା ଅଲ୍ଲୀ ଖାନ୍ ସାମିଲ ଅଛନ୍ତି।

୧. ଅମିତାଭ ବଚ୍ଚନ : ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଆକ୍ଟିଂର ପିତାମହ ବୋଲି ମଧ୍ୟ କୁହାଯାଇଥାଏ। ଆକ୍ଟିଂ ପୂର୍ବରୁ ପ୍ରଥମେ ପାଠରେ ଅମିତାଭ ବଚ୍ଚନ ସମସ୍ତଙ୍କୁ ଟକ୍କର ଦେଉଥିଲେ। ସେ ସବୁବେଳେ ନିଜ ସହପାଠୀଙ୍କଠୁ ଭଳ ପାଠ ପଢ଼ୁଥିଲେ। ବିଗ୍ ବି ନୈନିତାଲର ଶେରବୁଡ କଲେଜରୁ ଗ୍ରାଜୁଏସନ୍ କରିଥିଲେ। ସେ ଦିଲ୍ଲୀର କିରୋଡିମଲ୍ କଲେଜରୁ ଆର୍ଟ ଏବଂ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ। ଅଷ୍ଟେଲିଆର କୁଇସଲ୍ୟାଣ୍ଡ ୟୁନିଭର୍ସିଟିରୁ ସେ ଡକ୍ତରେଟ୍ ଉପାଧି ହାସଲ କରିଛନ୍ତି।

୨. ଶାହରୁଖ ଖାନ୍ : ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ମଧ୍ୟ ଶିକ୍ଷାରେ ପ୍ରଥମ ସ୍ଥାନରେ ଆସିବେ। ଶାହରୁଖ୍ ସ୍କୁଲଠୁ ଆରମ୍ଭ କରି କଲେଜରେ ନିଜ ପାଠପଢ଼ା ଯୋଗୁଁ ଅନେକ ପୁରସ୍କାର ଜିତି ସାରିଛନ୍ତି। ଦିଲ୍ଲୀର ସେଣ୍ଟ କଲମ୍ବିଆରୁ ସ୍କୁଲିଂ କରିଥିବା ଶାହରୁଖ ହଂସରାଜ କଲେଜରୁ ଇକୋନୋମିକ୍ସରେ ଡିଗ୍ରୀ ହାସଲ କରିଛନ୍ତି। ସେ ଜାମିଆ ମିଲିଆ ୟୁନିଭର୍ସିଟିରୁ ମାସ୍ କମ୍ୟୁନିକେସନ୍ ପଢ଼ିଛନ୍ତି

୩.ଜନ୍ ଆବ୍ରାହମ୍ : ବଲିଉଡର ଚାର୍ମିଂ ଆକ୍ଟର ଜନ୍ ଆବ୍ରାହମ୍ ଆରମ୍ଭରୁ ହିଁ ପାଠପଢ଼ାରେ ପ୍ରଥମ ସ୍ଥାନରେ ରହୁଥିବା ବିଦ୍ୟାର୍ଥୀ ରହି ଆସିଛନ୍ତି। ସେ ମୁମ୍ବାଇର ବମ୍ବେ ସ୍କଟିଶ୍ ସ୍କୁଲରୁ ପଢ଼ିଥିଲେ। ଏହା ପରେ ସେ ମ୍ୟାନେଜମେଣ୍ଟ ପଢ଼ିବା ପାଇଁ ନର୍ସି ମାଞ୍ଜି କଲେଜ ପହଞ୍ଚିଥିଲେ। ସେ ଏଠାରେ ଏମବିଏ ଡିଗ୍ରୀ ହାସଲ କରିଥିଲେ। ଜନ୍ ପାଠପଢ଼ାରେ ଏତେ ଆଗ୍ରହୀ ଥିଲେ ଯେ ସେ ଏମବିଏ ପରେ ଜୟ ହିନ୍ଦ କଲେଜରୁ ଇକୋନୋମିକ୍ସ କରିଥିଲେ।

୪.ବିଦ୍ୟା ବାଲାନ୍: ଦିଗ୍ଗଜ ଅଭିନେତ୍ରୀ ବିଦ୍ୟା ବାଲାନ୍ ଆକ୍ଟିଂରେ ମାହିର୍ ହେବା ସହ ସେ ପାଠ ପଢ଼ାରେ ମଧ୍ୟ ସେତିକି ମାହିର ଥିଲେ। ୧୬ବର୍ଷ ବୟସରେ ସେ ଆକ୍ଟିଂ ଜଗତରେ ପାଦ ଥାପିଥିବା ବିଦ୍ୟା ବାଲାନ୍ କାମ ସହ ପାଠ ପଢ଼ିଥିଲେ। ସେ ବଲିଉଡର ସବୁଠୁ ଅଧିକ ପଢ଼ିଥିବା ଅଭିନେତ୍ରୀ। ସେ ସେଣ୍ଟ ଜାଭିୟର କଲେଜରୁ ସୋସିଓଲୋଜିରେ ଗ୍ରାଜୁଏସନ୍ କରିଥିଲେ ଏବଂ ମୁମ୍ବାଇ ୟୁନିଭର୍ସିଟିରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

୫. ସାରା ଅଲ୍ଲୀ ଖାନ୍ : ବଲିଉଡର ନବାବ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ୍ ନୂଆ ଅଭିନେତ୍ରୀଙ୍କ ମଧ୍ୟରେ ସବୁଠୁ ଶିକ୍ଷିତ ବୋଲି ଗଣାଯାଆନ୍ତି। ସାରା ଆକ୍ଟିଂ ସହ ପାଠପଢ଼ାରେ ପିଲାଦିନୁ ମେଧାବୀ। ମୁମ୍ବାଇର ବେସଣ୍ଟ ମଣ୍ଟେସରୀ ସ୍କୁଲରୁ ପାଠ ପଢ଼ିଥିବା ସାରା ନ୍ୟୁୟର୍କର କଲମ୍ବିଆ ୟୁନିଭର୍ସିଟିରୁ ହିଷ୍ଟ୍ରି ଏବଂ ପଲିଟିକାଲ୍ ସାଇନ୍ସରେ ଗ୍ରାଜୁଏଟ୍।

   Related Posts