Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଭାରତରେ ଏହି ୫ଟି ଚାକିରୀରେ ମିଳେ ସବୁଠୁ ଅଧିକ ଦରମା, ନମ୍ବର ୱାନ୍ ସମସ୍ତଙ୍କ ପସନ୍ଦ

9/08/2019 at 3:59 PM

ଦୁନିଆରେ ସମସ୍ତଙ୍କ ଇଛା ସରକାରୀ ଚାକିରୀଟିଏ ମିଳିଯାଉ। ଉତ୍ତମ ମାନର ବେତନ ହାର ସାଙ୍ଗକୁ ସରକାରୀ ସୁବିଧା ଓ ସୁଯୋଗ ଲାଗି ଅଧିକାଂଶ ଭାରତୀୟଙ୍କ ଇଛା ଚାକିରୀ କରିବାକୁ । ସେହି ଅନୁସାରେ ସେମାନେ ନିଜକୁ ପ୍ରସ୍ତୁତ ମଧ୍ୟ କରିବାରେ ଲାଗିଛନ୍ତି।  ତେବେ ଅଧିକାଂଶ ଭାରତୀୟ ଯେଉଁ ୫ଟି କ୍ଷେତ୍ରରେ ଚାକିରୀ କରିବାକୁ ବେଶ ପସନ୍ଦ କରିଥାନ୍ତି ଆସନ୍ତୁ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା।

୫.ଟିଚିଂ
ଶିକ୍ଷା କ୍ଷେତ୍ରରେ ଚାକିରୀକୁ ଅନେକ ପସନ୍ଦ କରନ୍ତି। ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାଦାନକୁ ଅଧିକାଂଶ ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହାନ୍ତି। ଏଥିରେ ଚାକିରୀର ସମୟ ନିର୍ଦ୍ଧିଷ୍ଟ ହୋଇଥିବା ବେଳେ ଖୁବ୍ ନିରୋଳା ସମୟ ମିଳିଥାଏ। ଉଚ୍ଚ ବେତନ ହାର ସାଙ୍ଗକୁ ସରକାରୀ ସୁବିଧା ଓ ସୁଯୋଗ ଲାଗି ଶିକ୍ଷାଦାନକୁ ଅଧିକାଂଶ ବୃତ୍ତି ଭାବେ ଗ୍ରହଣ କରିବାକୁ ଆଗ୍ରହୀ ହୋଇଥାନ୍ତି।

୪. ବ୍ୟାଙ୍କିଙ୍ଗ ଓ ଆର୍ଥିକ କ୍ଷେତ୍ର
ସେହିପରି ଟିଚିଂ ପରେ ଚାକିରୀ ନିମନ୍ତେ ଲୋକପ୍ରୀୟ କ୍ଷେତ୍ରଟି ହେଉଛି ବ୍ୟାଙ୍କିଙ୍ଗ। ଶୃଙ୍ଖଳିତ କାର୍ଯ୍ୟ ସାଙ୍ଗକୁ ମୋଟା ରକମର ବେତନହାର ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପରେ ବ୍ୟାଙ୍କିଙ୍ଗ ପାଇଁ ଆଗ୍ରହୀ ହୋଇଥାନ୍ତି। ପ୍ରବନ୍ଧକ ସ୍ତରରେ ପହଞ୍ଚିଯିବା ପରେ ବାର୍ଷିକ ୧୦ରୁ ୧୫ ଲକ୍ଷ ଟଙ୍କାର ବେତନ ହାର ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ ବି ରହିଛି। ତେବେ ଯଦି ଚାକିରୀ ସରକାରୀ ବ୍ୟାଙ୍କରେ ମିଳିଯା ଏ ତ ଆହୁରି ଖୁସିର କଥା।

୩. ଡିଫେନ୍ସ
ଶିକ୍ଷା ଓ ଆର୍ଥିକ କ୍ଷେତ୍ର ଭଳି ଦେଶର ପ୍ରତିରକ୍ଷା କ୍ଷେତ୍ର ମଧ୍ୟ ଅଧିକାଂଶ ଯୁବକଙ୍କ ପ୍ରଥମ ପସନ୍ଦ। ସ୍ଥଳ ହେଉ କି ଜଳ ଅଥବା ବାୟୁସେନାରେ ଯୋଗଦେଲେ ସମ୍ମାନ ସାଙ୍ଗକୁ ମୋଟା ରକମର ବେତନ ହାର ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୁବକ ଯୁବତୀଙ୍କୁ ପ୍ରତିରକ୍ଷା କ୍ଷେତ୍ର ବିଶେଷ ଆକର୍ଷିତ କରିଥାଏ। ସାମରିକ ବିଭାଗରେ କାର୍ଯ୍ୟକରି ଅବସର ନେବା ପରେ ବି ଅନ୍ୟ କ୍ଷେତ୍ରରେ ସରକାରୀ ଚାକିରୀର ସୁବିଧା ରହିଛି। ଏଣୁ ଦେଶ ସେବା ସାଙ୍ଗକୁ ସରକାରୀ ସୁବିଧା ସୁଯୋଗ ଯୁବକ ଯୁବତୀ ପ୍ରତିରକ୍ଷା କ୍ଷେତ୍ରରେ ଯୋଗଦେବାକୁ ବିଶେଷ ଆଗ୍ରହୀ ହୋଇଥାନ୍ତି।

୨. ସାର୍ବଜନିକ କ୍ଷେତ୍ରର ସଂସ୍ଥାନରେ ଚାକିରୀ
ଟିଚିଂ, ବ୍ୟାଙ୍କିଙ୍ଗ ଓ ଡିଫେନ୍ସ ପରି ସାର୍ବଜନିକ କ୍ଷେତ୍ରର ସଂସ୍ଥାନରେ ଚାକିରୀଟିଏ ପାଇଁ ଅଧିକାଂଶ ଭାରତୀୟ ଯୁବବର୍ଗ ଆଗ୍ରହୀ। ପିଏସୟୁର ଆକର୍ଷଣୀୟ ବେତନହାର ସାଙ୍ଗକୁ ସୁବିଧା ସୁଯୋଗ ନିମନ୍ତେ ଏଭଳି ସଂସ୍ଥାରେ ଲୋକେ କାର୍ଯ୍ୟ କରିବାକୁ ବିଶେଷ ଆଗ୍ରହୀ ହୋଇଥାନ୍ତି। ସରକାରୀ କ୍ଷେତ୍ରର ଅନ୍ୟ ଚାକିରୀ ଭଳି ପିଏସୟୁରେ ସେବା ମଧ୍ୟ ଲାଭଜନକ। ଅଏଲ ଇଣ୍ଡିଆ କର୍ପୋରେସନ ହେଉ ବା କୋଲ ଇଣ୍ଡିଆ ଲିମିଟେଡ କମ୍ ସମୟରେ ପ୍ରଚୁର ଆୟର ସୁଯୋଗ ସୃଷ୍ଟି କରିଛନ୍ତି। ଏଣୁ ପିଏସୟୁରେ ଚାକିରୀ ଭାରତୀୟଙ୍କ ଦ୍ୱିତୀୟ ପସନ୍ଦ।

୧. ଭାରତୀୟ ପ୍ରଶାସନିକ ସେବା
ଭାରତୀୟଙ୍କ ସବୁଠୁ ପସନ୍ଦର ଚାକିରୀ ହେଉଛି ଭାରତୀୟ ପ୍ରଶାସନିକ ସେବା ଯେପରିକି ଆଇଏଏସ, ଆଇପିଏସ୍, ଆଇଏଫଏସ୍ ଓ ଏହି ଭଳି ବିଭିନ୍ନ ସେବା ନିମନ୍ତେ ଭାରତ ସରକାର ପ୍ରତିବର୍ଷ ସଂଘ ଲୋକ ସେବା ଆୟୋଗଙ୍କ ଦ୍ୱାରା ନିଜର ପ୍ରଶାସନିକ ସେବା ଅଧିକାରୀ ଚୟନ କରିଥାନ୍ତି। ନିଜର ସନ୍ତାନସନ୍ତତିଙ୍କ ନିମନ୍ତେ ପ୍ରତ୍ୟେକ ଭାରତୀୟ ଅଭିଭାବକଙ୍କର ଏହି ସେବା ଅଧିକାରୀ ଏ ସ୍ୱପ୍ନ ହୋଇ ରହିଛି। ଏଣୁ ପିଲାଟିଏ କେବଳ ସେଇ ସ୍ୱପ୍ନ ପୁରଣ କରିବା ଆଶାରେ ଆଜିବି ସ୍କୁଲରେ ପାଦ ଥୋଉଛି।    

   Related Posts