ଟିଭି ଇଣ୍ଡଷ୍ଟ୍ରିର ୫ଜଣ ସବୁଠୁ ମୋଟି ଅଭିନେତ୍ରୀ ହେଲେ ଏମାନେ

Published By : Prameya-News7 Bureau | October 06, 2019 IST

୧. ବାହବିଜ ଦୋରାବାଜି :

ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ବାହବିଜ ଦୋରାବାଜି ତାଙ୍କ ଲଭ ଲାଇଫ ପାଇଁ ଅଧିକ ଚର୍ଚ୍ଚାରେ ଥାନ୍ତି। ଅନେକ ହିଟ ଧାରାବାହିକରେ ସେ ନିଜ ଅଭିନୟ ପାଇଁ ବେଶ ଚର୍ଚ୍ଚିତା । ଷ୍ଟାର ୱାନରେ ପ୍ରସାରିତ ହେଉଥିବା  ପ୍ୟାର କି ଏକ କାହାନୀ ଧାରାବାହିକ ହିଟ ହୋଇଥିଲା ଏବଂ ୱାହବିଜ ଏହି ସୋରୁ ଖୁବ ଲୋକପ୍ରିୟତା ହାସଲ କରିଥିଲେ। ପାର୍ଶ୍ବ ଅଭିନେତ୍ରୀ ହେବା ସତ୍ବେ ସେ ତାଙ୍କ ଅଭିନୟ ପାଇଁ ପ୍ରତିଷ୍ଠା ଲାଭ କରିଥିଲେ।ପ୍ରଥମେ ସେ ବହୁତ ପତଳା ଥିଲେ ହେଲେ ଏବେ ତାଙ୍କ ଓଜନ ୭୦ କିଲୋ । ଯାହା ତାଙ୍କ ଉଚ୍ଚତା ନେଇ ବହୁତ ଅଧିକ ରହିଛି।

୨. ଅଞ୍ଜଲି ଆନନ୍ଦ :

{"id":166916}

ଛୋଟ ପରଦାର ଅଭିନେତ୍ରୀ ଅଞ୍ଜଲି ଆନନ୍ଦ ଏକତା କପୁରଙ୍କ ଧାରାବାହିକ ଢାଇ କିଲୋ ପ୍ରେମରେ ଅଭିନୟ କରି ବହୁତ ଫେମସ ହୋଇଥିଲେ। ଏବେ ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ଟିଭି ସିରିଏଲ କୁଲଫି କୁମାର ବାଜେ ବାଲାରେ ଅଭିନୟ କରୁଛନ୍ତି। ଅଭିନେତ୍ରୀ ଅଞ୍ଜଲି ଆନନ୍ଦ ଦେଖିବା ପାଇଁ ଭାରି ସୁନ୍ଦର। ହେଲେ ପୂର୍ବ ଅପେକ୍ଷା ସେ ବହୁତ ଅଧିକ ମୋଟା ହେଇଯାଇଛନ୍ତି। ତାଙ୍କ ଓଜନ ଏବେ ୧୦୨ କିଲୋ ଅଛି।  

୩. ରିତାଶା ରାଠୋର :

{"id":166917,"width":580,"height":419}

ଅଭିନେତ୍ରୀ ରିତାଶା ରାଠୋର ଲାଇଫ ଓକେରେ ପ୍ରସାରିତ ହେଉଥିବା ଧାରାବାହିକ ବଢୋ ବହୂରେ ନଜର ଆସିଥିଲେ। ଏହି ସିରିଏଲରୁ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଏବେ ତାଙ୍କ ଓଜନ ୯୪ କିଲୋ ଅଛି। ଏବେ ଅନେକ ୱେବ ସିରିଜରେ ଅଭିନୟ କରୁଛନ୍ତି ରିତାଶା। ଏତେ ଓଜନ ଥାଇ ମଧ୍ୟ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି।

୪. ଅକ୍ଷରା ନାୟକ :

{"id":166918,"width":576,"height":635}

ଟିଭି ଅଭିନେତ୍ରୀ ଅକ୍ଷରା ନାୟକ ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ବହୁ ଚର୍ଚ୍ଚିତ ଶୋ ୟେ ରିସ୍ତା କ୍ୟା କେହଲାତା ହୈରେ ଅଭିନର କରି ପପୁଲାର ହୋଇଛନ୍ତି। ତାଙ୍କ ଓଜନ ବହୁତ ଅଧିକ ଥାଇ ମଧ୍ୟ ସେ ଏହାର ପ୍ରଭାବ ନିଜ କ୍ୟାରିଅର ଉପରେ ପଡିବାକୁ ଦେଇନାହାନ୍ତି।

୫. ଭାରତି ସିଂହ :

{"id":166919,"width":575,"height":575}

ଅଭିନେତ୍ରୀ ଭାରତି ସିଂହଙ୍କୁ କିଏ ବା ନଜାଣେ। କମେଡି କିୁଇନ୍‌ ଭାବେ ମଧ୍ୟ ଭାରତି ପରିଚିତ। ୨୦୧୭ ମସିହା ଡିସେମ୍ବର ମାସ ୩ ତାରିଖରେ ସେ ହର୍ଷଙ୍କୁ ବିବାହ କରିଥିଲେ। ତାଙ୍କ ଓଜନ ହେଉଛି ୮୫ କିଲୋ। ହେଲେ ଭାରତି ଜଣେ ବହୁ ଲୋକପ୍ରିୟ ଅଭିନେତ୍ରୀ। କମେଡି ଶୋ ବ୍ୟତୀତ ଏବେ ସେ ଅନେକ ରିୟାଲିଟି ଶୋରେ ମଧ୍ୟ ନଜର ଆସୁଛନ୍ତି। ଦର୍ଶକଙ୍କ ମଧ୍ୟରେ ଭାରତିଙ୍କ କ୍ରେଜ ବହୁତ ଅଧିକ ଦେଖିବାକୁ ମିଳେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.